Categories: ଜାତୀୟ

୯୩ ତମ ଜନ୍ମଦିନ ପାଳିବାର ଗୋଟିଏ ଦିନ ପରେ ମୋତିଲାଲ ଭୋରାଙ୍କ ପରଲୋକ: ଶୋକ ପ୍ରକାଶ କଲେ ରାହୁଲ

ନୂଆଦିଲ୍ଲୀ,୨୧ ।୧୨: କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ଭୋରାଙ୍କର ୯୩ ବର୍ଷ ବୟସରେ ସୋମବାର ପରଲୋକ ହୋଇଛି । ତାଙ୍କ ବିୟୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍ କରି ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ରାହୁଲ କହିଛନ୍ତି ଭୋରାଙ୍କୁ ଆମେ ସବୁବେଳେ ମନେପକାଇବୁ । ସୂଚନାଯୋଗ୍ୟ, ଭୋରା ଦୁଇଥର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ । ଗାନ୍ଧୀ ପରିବାରର ଅତି ନିକଟତର ଥିବା ଭୋରା ଉତ୍ତରପ୍ରଦେଶର ରାଜ୍ୟପାଳ ଭାବେ ବି କାର୍ଯ୍ୟ କରିଛନ୍ତି । ୧୭ ବର୍ଷ ଧରି ସେ କଂଗ୍ରେସର କୋଷାଧ୍ୟକ୍ଷ ପଦ ମଧ୍ୟ ସମ୍ଭାଳି ଥିଲେ ଭୋରା । ରବିବାର ସେ ତାଙ୍କର ୯୩ ତମ ଜନ୍ମଦିନ ପାଳନ କରିଥିଲେ । ବାର୍ଦ୍ଧକ୍ୟ ଯୋଗୁ ସେ ଦିଲ୍ଲୀର ଫୋର୍ଟିଜ ଏସକର୍ଟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୨୦୧୮ରେ ବୟସାଧିକ୍ୟ କାରଣ ଦର୍ଶାଇ ସେ ରାହୁଲ ଗାନ୍ଧୀଙ୍କୁ କୋଷାଧ୍ୟକ୍ଷ ପଦ ଦେଇ ଦେଇଥିଲେ ।

Share