Categories: ଜାତୀୟ

ରାହୁଲ ଗାନ୍ଧୀଙ୍କ ଟ୍ରେନ୍‌ ଯାତ୍ରା

ଉଦୟପୁର,୧୩।୫: କଂଗ୍ରେସର ତିନି ଦିନିଆ ନବ ସଙ୍କଳ୍ପ ଚିନ୍ତନ ଶିବିର ଶୁକ୍ରବାରଠାରୁ ରାଜସ୍ଥାନର ଉଦୟପୁରରେ ଆରମ୍ଭ ହେଉଛି। କଂଗ୍ରେସର ଚିନ୍ତିନ ଶିବିର ମେ ୧୩ରୁ ୧୫ ପର୍ଯ୍ୟନ୍ତ ଚାଲିବ। ନିର୍ବାଚନରେ କ୍ରମାଗତ ପରାଜୟର ସମ୍ମୁଖୀନ ହେଉଥିବା କଂଗ୍ରେସ ଦଳକୁ ଦୃଢ କରିବା ପାଇଁ ଏଠାରେ ରଣନୀତି ପ୍ରସ୍ତୁତ କରାଯିବ। ଏହି ଶିବିରରେ କଂଗ୍ରେସର ୪୦୦ରୁ ଅଧିକ କଂଗ୍ରେସ ନେତା ଅଂଶଗ୍ରହଣ କରିବେ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଟ୍ରେନ୍‌ ଯୋଗେ ଉଦୟପୁରରେ ପହଞ୍ଚିଛନ୍ତି।
ରାହୁଲ ଗୁରୁବାର ରାତି ୮ଟାରେ ଦିଲ୍ଲୀର ସାରାଇ ରୋହିଲା ରେଳ ଷ୍ଟେଶନରେ ମେୱାର ଏକ୍ସପ୍ରେସରେ ବସିଥିଲେ। ସେ ଶୁକ୍ରବାର ସକାଳୁ ଉଦୟପୁରରେ ପହଞ୍ଚିଛନ୍ତି। ମେୱାର ଏକ୍ସପ୍ରେସରେ ରାହୁଲ ଗାନ୍ଧୀଙ୍କ ସମେତ ସମସ୍ତ ନେତାଙ୍କ ପାଇଁ ଦୁଇଟି କୋଚ ଆଗୁଆ ପ୍ରସ୍ତୁତ କରାଯାଇଥିଲା।

Share