Categories: ଜାତୀୟ

ନ୍ୟାୟପାଳିକା ଉପରେ ଲୋକଙ୍କର ଭରସା ନାହିଁ: ରାହୁଲ

ଥୁତୁକୁଡି,୨୭ ।୨: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ତାରିଖ ଘୋଷଣା ହେବା ପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ଥୁତୁକୁଡି ଜିଲାରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚିବା ପରେ କଂଗ୍ରେସ ସମର୍ଥକ ତାଙ୍କୁ ଜୋରଦାର ସ୍ୱାଗତ କରିଛନ୍ତି । ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାହୁଲ ଭାରତୀୟ ଜନତା ପାର୍ଟି(ଭଜପା) ମୋଦି ସରକାର ଓ ଆର୍‌ଏସ୍‌ଏସ୍ ଉପରେ ଖୁବ୍ ବର୍ଷିଛନ୍ତି । ରାହୁଲ କହିଛନ୍ତି ମୋଦି ସରକାର ସମ୍ବିଧାନିକ ସଂସ୍ଥାକୁ ନଷ୍ଟ କରିଦେଇଛନ୍ତି । ଏଥିପାଇଁ ଲୋକଙ୍କର ସଂସଦ ଓ ନ୍ୟାୟପାଳିକା ଉପରେ ଭରସା ତୁଟି ଯାଇଛି । ରାହୁଲ ଆହୁରି ମଧ୍ୟ କହିଛନ୍ତି ସସ୍ଥା ମଧ୍ୟରେ ସନ୍ତୁଳନ ବିଗିଡିବା ଦ୍ୱାରା ଦେଶ ଅଶାନ୍ତ ହୋଇ ଉଠୁଛି । ଗତ ୬ ବର୍ଷ ମଧ୍ୟରେ ସବୁ ସଂସ୍ଥାରେ ବ୍ୟବସ୍ଥିତ ଭାବେ ଆକ୍ରମଣ କରାଯାଉଛି । ଦୁଃଖ ଲାଗୁଛି ସେ ଦେଶରେ ଲୋକତନ୍ତ୍ର ମରି ଗଲାଣି । କାରଣ ଗୋଟିଏ ସଂସ୍ଥା ଆର୍‌ଏସ୍‌ଏସ୍ ଆମ ଦେଶର ସଂସ୍ଥାଗତ ସନ୍ତୁଳନକୁ ବିଗାଡିବାରେ ଲାଗିଛି । ମୋଦି ସରକାର ଇଡି ଓ ସିବିଆଇର ବୁଦ୍ଧି ବ୍ୟବହାର କରୁଛି । ଏହାସହ ଭାଜପା ଜାଣୁଛି ଯେ ମୁଁ ଭ୍ରଷ୍ଟାଚାରୀ ନୁହେଁ ସେଥିପାଇଁ ସେ ମୋତେ ଭୟ କରୁଛି ବୋଲି ରାହୁଲ କହିଛନ୍ତି ।

Share