Posted inଜାତୀୟ

ମୋଦିଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୯: ନିକଟରେ ପ୍ରବଳ ବର୍ଷା ଯୋଗୁ ହିମାଚଳ ପ୍ରଦେଶରେ ବହୁ କ୍ଷୟକ୍ଷତି ହୋଇଛି। ଏବେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ହିମାଚଳର ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ଭେଟିଥିଲେ। ଏହାକୁ ନେଇ ବର୍ତ୍ତମାନ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି।
ସେ ତାଙ୍କ ଚିଠିରେ ଲେଖିଛନ୍ତି – ‘ହିମାଚଳ, ଦେବତାମାନଙ୍କର ଦେଶ ହେବା ବ୍ୟତୀତ, ସଚ୍ଚୋଟ, ସରଳ ଏବଂ ପରିଶ୍ରମୀ ଲୋକମାନଙ୍କର ମଧ୍ୟ ଏକ ରାଜ୍ୟ। ହିମାଚଳର ମହିଳା, କୃଷକ, କର୍ମଚାରୀ, ବ୍ୟବସାୟୀ ଏବଂ ଯୁବକମାନେ ବହୁତ ପରିଶ୍ରମୀ ଏବଂ ସ୍ବାଭିମାନି। ଆଜି ସେହି ଲୋକେ ବହୁ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ରାଜ୍ୟରେ ବନ୍ୟା ଓ ଭୂସ୍ଖଳନ ବ୍ୟାପକ କ୍ଷତି କରିଛି। ସମ୍ପ୍ରତି ମୁଁ ଶିମଲା, କୁଲୁ, ମନାଲି ଏବଂ ମାଣ୍ଡିରେ ବିପର୍ଯ୍ୟୟର ଶିକାର ହୋଇଥିବା ଲୋକଙ୍କୁ ଭେଟିଥିଲି। ସବୁଆଡେ ବିନାଶ ଦେଖି ଏହା ଅତ୍ୟନ୍ତ ଦୁଃଖଦାୟକ। ଏହି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୪୨୮ଜଣ ପ୍ରାଣ ହରାଇଛନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ବିପର୍ଯ୍ୟୟରେ ପରିବାରର ସମସ୍ତ ସଦସ୍ୟଙ୍କୁ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଛୋଟ ପିଲାମାନେ ମଧ୍ୟ ଅଛନ୍ତି, ଯେଉଁମାନେ ସେମାନଙ୍କ ମାଆମାନଙ୍କ ସହିତ ଶ୍ରାବଣର ଶେଷ ସୋମବାର ଦିନ ପୂଜାପାଠ କରିବାକୁ ଶିବ ମନ୍ଦିରକୁ ଯାଇଥିଲେ। ଏଭଳି ପରିସ୍ଥିତିକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ସାରା ଜୀବନ ପାଇଁ ଅମର ହୋଇଗଲେ ହରେକୃଷ୍ଣ ରାଉତ

ରାଜନଗର, ୨୨।୬( ଭାସ୍କର ରାଉତରାୟ) : ରାଜନଗର ବ୍ଲକ ଅନ୍ତର୍ଗତ ବାଲିସାହି ପାଟଣା ପଞ୍ଚାୟତର ଧାନଦିଆ ଗ୍ରାମର ବାସିନ୍ଦା ହରେକୃଷ୍ଣ ରାଉତ ଏକ ଅଟୋ ଧକ୍କାରେ ଗୁରୁତର…

କେସିଙ୍ଗା ଏନ୍‌ଏସିର ୧- ୨ ନମ୍ବର ୱାର୍ଡରେ ଜବରଦଖଲ ଉଚ୍ଛେଦ; ପ୍ରଥମେ ନିଜ ଘର ଭାଙ୍ଗିଲେ ନଗରପାଳ, କାର୍ଯ୍ୟକୁ ପ୍ରଶଂସା କଲେ…

କେସିଙ୍ଗା, ୨୩.୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ୧୯୬୫ ମସିହାରେ ଗଠିତ ହୋଇଥିଲା। କେସିଙ୍ଗା ଏନ୍‌ଏସି ଅନ୍ତର୍ଗତ ବଗାଡ଼ ଅଞ୍ଚଳର…

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ଏଣିକି ଲମ୍ୱା ଲାଇନରୁ ମିଳିବ ମୁକ୍ତି, ଏଟିଏମ କାର୍ଡରେ ମିଳିବ……

ନୂଆଦିଲ୍‌ଲୀ,୨୩।୬: ସମଗ୍ର ଦେଶରେ ରାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ନିକଟରେ ସରକାର କିଛି ଏମିତି ସୁବିଧା ଲାଗୁ…

ହାତ ମିଳାଇଲେ ଚାଇନା-ବାଂଲାଦେଶ; ବର୍ଡରରେ ବଢିଲା ଭାରତର ଚିନ୍ତା!

ନୂଆଦିଲ୍‌ଲୀ,୨୩।୬: ଦକ୍ଷିଣ ଏସିଆର ପ୍ରତିରକ୍ଷା ବଜାର (ଡିଫେନ୍ସ ମାର୍କେଟ)ରେ ଏବେ ଜୋରଦାର ହଲଚଲ ଦେଖିବାକୁ ମିଳିଛି। ପାକିସ୍ତାନକୁ ଅନୁସରଣ କରି ଏବେ ବାଂଲାଦେଶ ମଧ୍ୟ ଚାଇନାର ଲଢ଼ୁଆ…

ଧରିତ୍ରୀରେ ଖବର ପ୍ରକାଶ ପରେ ଅସହାୟ ପରିବାରକୁ ଭେଟିଲେ ନୀଳମାଧବ ସିଂ ଦେଓ: ପ୍ରଦାନ କଲେ ସହାୟତା….

ରିଷିଡା, ୨୩।୬ (ସୁଶାନ୍ତ ମଲ୍ଲିକ): କିଛି ଦିନ ତଳେ ଧରିତ୍ରୀ ଖବରକାଗଜରେ ଏକ ଅସହାୟ ପରିବାରର ଦୁଃଖଦ ଅବସ୍ଥା ସମ୍ପର୍କରେ ଖବର ପ୍ରକାଶିତ ହୋଇଥିଲା। କଳାହାଣ୍ଡି ଜିଲା …

TMCର କମାଣ କାହା ହାତରେ? ମମତା ଖେଳିଲେ ବଡ଼ ଗେମ୍‌! ସମସ୍ତେ କାବା…

ନୂଆଦିଲ୍ଲୀ,୨୩।୬: ତୃଣମୂଳ କଂଗ୍ରେସ (TMC)ରେ ବିଦ୍ରୋହ ପରେ ଏବେ ଦଳ ଉପରେ କାହାର ନିୟନ୍ତ୍ରଣ ରହିବ, ସେ ନେଇ ଲଢ଼େଇ ଆରମ୍ଭ ହୋଇଯାଇଛି। ଟିଏମସିର କମାଣ କାହା…

IPL ଇତିହାସର ସବୁଠାରୁ ବଡ଼ ଡିଲ୍‌: LSGରୁ ଅଲଗା ହେଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୨୩।୬: ରିଷଭ ପନ୍ତ ଲକ୍ଷ୍ନୌ ସୁପର ଜାଏଣ୍ଟସରୁ ଅଲଗା ହୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଛନ୍ତି। ପନ୍ତଙ୍କ ନିଜ ପୂର୍ବ ଦଳକୁ ଫେରିବା ଏକ ଟ୍ରେଡ୍‌ ଡିଲ୍‌ ମାଧ୍ୟମରେ…

ରାଘବ ଚଢାଙ୍କୁ କ୍ୟାବିନେଟ ମନ୍ତ୍ରୀ ଅଫର୍‌! ହଠାତ୍‌ ଦିଲ୍ଲୀରୁ ଫେରି…

ନୂଆଦିଲ୍ଲୀ,୨୩।୬: ପଞ୍ଜାବ ଗସ୍ତରେ ଯାଇଥିବା ଭାରତୀୟ ଜନତା ପାର୍ଟି (BJP)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ହଠାତ ଦିଲ୍ଲୀ ଫେରି ଆସିଛନ୍ତି। ଚଣ୍ଡୀଗରେ ସେ ପଞ୍ଜାବର ରାଜ୍ୟପାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri