Categories: ଜାତୀୟ

କଙ୍ଗନାଙ୍କ ପରେ ସ୍ୱାଧିନତାକୁ ନେଇ ବିବାଦୀୟ ବୟାନ ଦେଲେ ମଣିଶଙ୍କର

ନୂଆଦିଲ୍ଲୀ,୨୩ ।୧୧: ଦେଶର ସ୍ୱାଧିନତାକୁ ନେଇ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏକ ବିବାଦୀୟ ବୟାନ ଦେଇଥିଲେ । ଏବେ ପର୍ଯ୍ୟନ୍ତ ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଇତିମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାର ଦେଶର ସ୍ୱାଧିନତାକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ରାଜଧାନୀ ଦିଲ୍ଲୀରେ ସୋମବାର ଆୟୋଜିତ ଏକ ସମାରୋହରେ ଯୋଗଦେବା ଅବସରରେ ଆୟାର କହିଛନ୍ତି ୨୦୧୪ ପରେ ଆମେ ଆମରିକାର ଗୁଲାମ ହୋଇ ରହିଛୁ । ସେ କହିଛନ୍ତି ଗତ ୭ ବର୍ଷ ହେବ ଆମେ ଆମେରିକାର ଗୁଲାମ ହୋଇ ବସିଛୁ । ସୂଚନାଯୋଗ୍ୟ, ମଣିଶଙ୍କର ଆୟାର ଯେଉଁ ସମାରୋହରେ ଯୋଗ ଦେଇଥିଲେ ସେଠାରେ ଭାରତ ଓ ରୁଷିଆର ସମ୍ପର୍କ ଉପରେ ଆଲୋଚନା କରାଯାଉଥିଲା । ଏହାକୁ ନେଇ ଆୟାର କହିଥିଲେ ୨୦୧୪ରେ ମାଦିଙ୍କ ଶାସନ କାଳ ପରଠାରୁ ରୁଷିଆ ଓ ଭାରତ ମଧ୍ୟରେ ଥିବା ସମ୍ପର୍କ ଏତେ ମଜଭୁତ ନାହିଁ ଯାହା ପୂର୍ବରୁ ଥିଲା । ଆୟାର ଆହୁରି ମଧ୍ୟ କହିଥିଲେ ଭାରତ ଚାଇନାର ପରମ ମିତ୍ର ହୋଇଥିବା ବେଳେ ଏବେ ଆମକୁ କୁହାଯାଉଛି ଚାଇନାଠାରୁ ଦୂରେଇ ରୁହ । ପରୋକ୍ଷରେ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏହା କହିଥିଲେ ।

Share