କଂଗ୍ରେସ ନେତାଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି, ୨୮।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ମାଓବାଦୀମାନେ ଜଣେ କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା କରିଥିବା ସୂଚନା ମିଳିଛି। ସେ ହେଲେ ଛତିଶଗଡ ରାଜ୍ୟ ବିଜାପୁର ଜିଲା ମିରତୁର ଅଞ୍ଚଳର ଜିଲା ପଞ୍ଚାୟତ ସଦସ୍ୟ ବୁଦ୍ଧରାମ କଶ୍ୟପ। ତେବେ ଏହି ଘଟଣା ସମ୍ପର୍କରେ ସେଠାକାର ପୋଲିସ ଏଯାଏ କିଛି ସୁନିଶ୍ଚିତ କରିନାହିଁ।
ସୂଚନା ଅନୁଯାୟୀ, ଶନିବାର ରାତ୍ରି ଭୋଜନ ସାରି ବୁଦ୍ଧରାମ ଘର ବାରଣ୍ଡାରେ ବସିଥିବାବେଳେ କେତେଜଣ ସଶସ୍ତ୍ର ମାଓବାଦୀ ସେଠାକୁ ଆସି ତାଙ୍କୁ ଗୁଳି କରିଥିଲେ। ଏଥିସହ ଧାରୁଆ ଅସ୍ତ୍ରରେ ମଧ୍ୟ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବିଜାପୁର ପୋଲିସ ସେଠାରେ ପହଞ୍ଚତ୍ଥିଲା। ତେବେ କିଛି ମାସ ମଧ୍ୟରେ ମାଓବାଦୀମାନେ ତିନିଜଣ ଜିଲା ପଞ୍ଚାୟତ ସଦସ୍ୟଙ୍କୁ ହତ୍ୟା କରିଥିବା ଜଣାପଡିଛି।