Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ବହୁତ ପ୍ରଭାବିତ କହି ଭାଜପାରେ ଯୋଗ ଦେଲେ କଂଗ୍ରେସ ନେତା

ରାଞ୍ଚି,୨୩।୧: ଝାଡ଼ଖଣ୍ଡର କଂଗ୍ରେସ ନେତା ସନ୍ନି ଟପ୍ପୋ ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗ ଦେଇଛନ୍ତି। ୨୦୧୯ରେ ମନ୍ଦାର ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଟପ୍ପୋ ଭାଜପାର ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସଦସ୍ୟ ଦୀପକ ପ୍ରକାଶ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁ ଲାଲ ମାରାଣ୍ଡିଙ୍କ ଉପସ୍ଥିତିରେ ଭାଜପାରେ ଯୋଗ ଦେଇଥିଲେ।
ଭାଜପାରେ ଯୋଗଦେବା ପରେ ଟପ୍ପୋ ରାଜ୍ୟ କଂଗ୍ରେସ ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଛନ୍ତି- ବର୍ତ୍ତମାନର ଝାଡଖଣ୍ଡ ସରକାର ଦୁର୍ନୀତିରେ ଜଡିତ ଅଛନ୍ତି ଏବଂ ମନ୍ଦାରବାସୀ ଏହି ସରକାରକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକମାନେ ବିକାଶ ଚାହୁଁଛନ୍ତି, ଯାହା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସମ୍ଭବ। ତେଣୁ ଆଗାମୀ ଦିନରେ ଝାଡଖଣ୍ଡରେ ପରିବର୍ତ୍ତନର ଲହରୀ ଦେଖାଦେବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଦେଖି ବେଶ୍‌ ପ୍ରଭାବିତ ହୋଇଛି। ଏହି କାରଣରୁ ଭାଜପା ଯୋଗ ଦେବାକୁ ନିଷ୍ପତ୍ତି ନେଇଛି ବୋଲି ଟପ୍ପୋ କହିଛନ୍ତି।

Share