Categories: ଜାତୀୟ

ଭାଜପା ପ୍ରଚାରରେ ‘ହିରୋ’, ଆମେ ଥିଲୁ ଜିରୋ: ଗୁଲାମ ନବୀ

ନୂଆଦିଲ୍ଲୀ,୫ ।୫: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ବୁଧବାର କହିଛନ୍ତି ଭାରତୀ ଜନତା ପାର୍ଟି(ଭାଜପା) ସରକାର ପ୍ରଚାର କରିବାରେ ‘ହିରୋ’ । ହେଲେ ତାଙ୍କ ଦଳ ଅର୍ଥାତ୍ କଂଗ୍ରେସ ଓ ତାଙ୍କ ନେତୃତ୍ୱ ବାଲା ସରକାର ପ୍ରଚାର କରିବାରେ ‘ଜିରୋ’ । କାରଣ ସେ ତାଙ୍କର କାମ ଓ ଅଭିଜ୍ଞତାର ପ୍ରଚାର କରିବାରେ ବିଫଳ ହୋଇଛନ୍ତି ।
ସୂଚନାଯୋଗ୍ୟ, ଆଜାଦ ‘ଲୋକମତ ଟାଇମ୍ସ ଏକ୍ସିଲେନ୍ସ ଇନ୍ ହେଲ୍‌ଥ କେୟାର ଆୱାର୍ଡ ୨୦୨୧’ କାର୍ଯ୍ୟକ୍ରମରେ ଯୋଗଦେବା ଅବରରେ ଏହା କହିଛନ୍ତି । ଆଜାଦ କହିଛନ୍ତି ଏକ ନିର୍ବାଚିତ ପ୍ରତିନିଧି ଭାବେ ତାଙ୍କର ୪୨ ବର୍ଷ, ତତ୍‌କାଳୀନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ କାମ କରିଥିବାରୁ ସନ୍ତୋଷ ମିଳିଛି । ସେ କହିଛନ୍ତି ଏହି ସମୟରେ ସେ ଲୋକଙ୍କ ପାଇଁ କିଛି କଲ୍ୟାଣକାରୀ ଯୋଜନା ଲାଗୁ କରିଥିଲେ ।

Share