Categories: ଜାତୀୟ

କରୋନାରେ କଂଗ୍ରେସ ନେତାଙ୍କ ମୃତ୍ୟୁ

ହାଇଦ୍ରାବାଦ,୧୪।୭: ତେଲଙ୍ଗାନାରେ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଜି. ନରେନ୍ଦ୍ର ଯାଦବ କରୋନାରେ ପ୍ରାଣ ହରାଇଛନ୍ତି। ସେ ହାଇଦ୍ରାବାଦସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଲକ୍‌ଡାଉନ୍‌ ସମୟରେ ସେ ବହୁ ଗରିବ ପରିବାରକୁ ସହାୟତା କରିଆସିଥିଲେ। ସେ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ପରିବାର ସଦସ୍ୟ ଓ ସହଯୋଗୀ ମାନଙ୍କ ପରୀକ୍ଷା କରାଯାଇଛି।

Share