Categories: ଜାତୀୟ

କଂଗ୍ରେସ ଉପରେ ବର୍ଷିଲେ ଶିବରାଜ

ଭୋପାଳ,୧୨ ।୧୦: କଂଗ୍ରେସ ନେତା ଦିନେଶ ଗୁର୍ଜର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପରେ ଭୂମି ଅଧିଗ୍ରହଣ କରିଥିବା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଶିବରାଜଙ୍କ ପାଖେ ପୂର୍ବରୁ ମାତ୍ର ୫ ଏକର ଜମି ଥିଲା ହେଲେ ଏବେ ତାଙ୍କ ନିକଟରେ ୫ ହଜାର ଏକର ଜମି ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଉଦାହରଣ ଦେଇ ଦିନେଶ କହିଛନ୍ତି ଶିବରାଜ କମଲନାଥଙ୍କ ପରି ଗରିବ ନୁହେଁ । ପୂର୍ବରୁ ୫ ଏକର ଜମିର ମାଲିକ ଏବେ ୫ହଜାର ଏକର ଜମିର ମାଲିକ । ତେଣୁ ଶିବରାଜ କୃଷକଙ୍କ ରକ୍ତ ପିଇବା ଭଳି କାମ କରୁଛନ୍ତି ସେଥିପାଇଁ ଆଜି ତାଙ୍କ ନିକଟରେ ହଜାର ହଜାର ଏକରର ଜମି ରହିଛି । ଏହାର ଜବାବ ଦେଇ ଶିବରାଜ କହିଛନ୍ତି, ହଁ ମୁଁ ଗରିବ ପରିବାରର ତେଣୁ ଗରିବଙ୍କ ଦୁଃଖ ବୁଝି ପାରୁଛି । ଟୁଇଟ୍ କରି ସେ କହିଛନ୍ତି ମୁଁ ଗରିବ ହୋଇଥିବାରୁ ଗରିବ ପରିବାରର ଦୁଃଖ ବୁଝୁଛି, ସେଥିପାଇଁ ଗରିବ ମାତାପିତାଙ୍କ କନ୍ୟା ଦାନ କରୁଛି ରାଜ୍ୟର ଦୁଃଖ ବୁଝୁଛି । ଏହାକୁ ନେଇ ମଧ୍ୟପ୍ରଦେଶ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟ କଂଗ୍ରେସକୁ ଟାର୍ଗେଟ କରିଛି । ଭାଜପା କହିଛି ଏହା ହେଉଛି କଂଗ୍ରେସର ମାନସିକତା । ଗୁଲାମ କଂଗ୍ରେସ ନେତାଙ୍କ ଅସଲ ଚେହେରା ଏବେ ସାମ୍ନାକୁ ଆସୁଛି ।

Share