Posted inଜାତୀୟ

‘ଦେଶ ପାଇଁ ଦାନ’ ଅଭିଯାନ ଆରମ୍ଭ କଲା କଂଗ୍ରେସ…

ନୂଆଦିଲ୍ଲୀ,୧୮।୧୨ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦେଶ ପାଇଁ ଦାନ ଅଭିଯାନ ଆରମ୍ଭ କରିଛି। କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏହି ଅଭିଯାନରେ କହିଛନ୍ତି  ପ୍ରଥମ ଥର ପାଇଁ ଦେଶ ପାଇଁ ଦାନ ଦେବାକୁ କଂଗ୍ରେସ କହିଛି।

ଖାର୍ଗେ କହିଛନ୍ତି, ଯଦି ଆପଣ କ୍ରମାଗତ ଭାବରେ ଧନୀ ଲୋକଙ୍କ ଉପରେ ନିର୍ଭରଶୀଳ ହୋଇ କାର୍ଯ୍ୟ କରନ୍ତି, ତେବେ ଆପଣଙ୍କୁ ସେମାନଙ୍କ ନୀତି ଗ୍ରହଣ କରିବାକୁ ପଡିବ। ଦେଶରେ ସ୍ବାଧୀନତା ଆଣିବା ପାଇଁ ମହାତ୍ମା ଗାନ୍ଧୀ ମଧ୍ୟ ଲୋକଙ୍କଠାରୁ ଦାନ ନେଇଥିଲେ ।

୨୦୨୪ ଲୋକସଭା ନିର୍ବାଚନରେ ଭାଜପା ସହିତ ଲଢ଼େଇ କରିବା ପାଇଁ କଂଗ୍ରେସ ଦଳ ଏକ ଦାନ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି। ଦଳ ପକ୍ଷରୁ ସାଧାରଣ ଲୋକଙ୍କ ଦାନ ସହାୟତା ଲୋଡିଛି। ଦଳର ୧୩୮ ବର୍ଷର ଏକ ସମୃଦ୍ଧ ଇତିହାସ ସହିତ, ଦଳ ବ୍ୟକ୍ତିବିଶେଷଙ୍କୁ ସହଯୋଗ କରିବାକୁ ଉତ୍ସାହିତ କରୁଛି।

ଲୋକେ ୧୩୮,୧୩୮୦, ୧୩୮୦୦, ୧୩୮୦୦୦ ଟଙ୍କା ଦାନ କରିପାରିବେ। ଏହି ଅଭିଯାନ ଦ୍ୱାରା କଂଗ୍ରେସ ଲୋକଙ୍କ ନିକଟତର ହେବାର ଲକ୍ଷ୍ୟ ରଖିଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏନେଇ ଅଭିଯାନର ବିବରଣୀ ଅଂଶୀଦାର କରି ଅଜୟ ମାକେନ କହିଛନ୍ତି, ଆମେ ଦାନ ନାମରେ ଏକ କ୍ରାଉଡ ଫଣ୍ଡିଂ ଅଭିଯାନ ଆରମ୍ଭ କରିବାକୁ ଯାଉଛୁ।
ଚାନ୍ଦା ପ୍ରକ୍ରିୟାକୁ ସୁଗମ କରିବା ପାଇଁ କଂଗ୍ରେସ ପାର୍ଟି ଅନେକ ସୁବିଧା ଉପଲବ୍ଧ କରାଇଛି। ଆଗ୍ରହୀ ଦାତା ୱେବସାଇଟ http://donateinc.in ପରିଦର୍ଶନ କରିପାରିବେ କିମ୍ବା http://inc.in ମାଧ୍ୟମରେ ଟଙ୍କା ଦାନ କରିପାରିବେ। ନେଟ ବ୍ୟାଙ୍କିଙ୍ଗ, ୟୁପିଆଇ, ଆରଟିଜିଏସ, ଏନଇଏଫଟି କିମ୍ବା କ୍ୟୁଆର କୋଡ ସ୍କାନ କରିବା ଊପରେ ଦଳ ଜୋର ଦେଇଛି। ତେବେ ଦାତାମାନେ ଭାରତୀୟ ନାଗରିକ ଏବଂ ସେମାନଙ୍କର ବୟସ ୧୮ ବର୍ଷରୁ ଅଧିକ ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri