ଭୋଟରଙ୍କୁ କଂଗ୍ରେସ ଦେଉଛି ଏସବୁ ପ୍ରତିଶ୍ରୁତି

ମୋରଡ଼ା,୨୪ା୫(ସ୍ମାରକ ମାଜୀ): ସାଧାରଣ ନିର୍ବାଚନକୁ ଆଉ ଅଳ୍ପ କିଛିଦିନ ବାକି ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ଜାତୀୟ କଂଗ୍ରେସର ବିଧାୟକ ପ୍ରାର୍ଥୀ ପ୍ରଭାସକର ମହାପାତ୍ର ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ କରି ଚାଲିଛନ୍ତି। ମହାପାତ୍ର ପ୍ରତି ପଞ୍ଚାୟତର ପ୍ରତିଟି ବୁଥ୍‌ରେ କର୍ମୀ ସମ୍ମିଳନୀ କରି ଲୋକଙ୍କ ପ୍ରତି ଆସ୍ଥାଭାଜନ ହେଉଥିବାର ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ମୋରଡ଼ା, ଶୁଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ବିଭିନ୍ନ ସ୍ଥାନରେ ବୁଥ୍‌ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶୁଳିଆପଦା ବ୍ଲକର ପାକଟିଆ,ମୋରଡା ବ୍ଲକର ନୂଆଗାଁ,ରାସଗୋବିନ୍ଦପୁର ବ୍ଲକର ମାଣିଦା, ଖୁଣ୍ଟାପାଳ, ଛାତନା ପଞ୍ଚାୟତରେ ଶ୍ରୀ ମହାପାତ୍ର ନିଜର ସମର୍ଥକ ସହିତ ସ୍ଥାନୀୟ ଶତାଧିକ ଲୋକ ଓ କର୍ମୀଙ୍କ ସହିତ ଅଞ୍ଚଳର ସମସ୍ୟା, ସୁବିଧା, ଅସୁବିଧା ବାବଦରେ ଆଲୋଚନା କରିବା ସହିତ ଆଗାମୀ ନିର୍ବାଚନରେ କଂଗ୍ରେସ କିପରି ଭଲ କରିବ ଓ ସୁଦୃଢ ହେବ ସେ ବାବଦରେ ଆଲୋଚନା କରିଥିଲେ। କର୍ମୀ ବୈଠକ ସରିବା ପରେ ମହାପାତ୍ର ପ୍ରତେକ ବୁଥ୍‌ର ଘରକୁ ଘର ବୁଲି କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ବାବଦରେ ବୁଝାଇବା ସହିତ ଲୋକଙ୍କଠୁ ଆଶୀର୍ବାଦ ଭିକ୍ଷା କରୁଥିବାର ଦେଖିବାକୁ ମିଳୁଛି। ପ୍ରଭାସଙ୍କୁ ଏଥର ସବୁ ସ୍ଥାନରେ ପ୍ରବଳ ଜନସମର୍ଥନ ମିଳୁଛି। ତେବେ ପୂର୍ବ ନିର୍ବାଚନ ଅପେକ୍ଷା କଂଗ୍ରେସ ଆସନ୍ତା ଜୁନ୍‌ ୧ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରମୁଖ ଦଳ ବିଜେଡି, ଭାଜପାକୁ ମାତ ଦେବାକୁ ସଜବାଜ ହେଉଥିବାର ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୬ଟା ଯୁଦ୍ଧ ଜାହାଜ ପଠାଇଲା ଚାଇନା, ଛାନିଆ ହେଲେ ଟ୍ରମ୍ପ!

ବେଜିଂ,୨୨।୩: ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ (MND) ରବିବାର (ସ୍ଥାନୀୟ ସମୟ) ସକାଳ 6:00 ଟାରେ ତାଇୱାନର ଆଞ୍ଚଳିକ ଜଳସୀମା ନିକଟରେ ଛଅଟି ଚାଇନା ନୌସେନା ଜାହାଜ…

ଭୁଶୁଡୁଛି ବିଜେଡି ଗଡ଼: ଇସ୍ତଫା ଦେଲେ ଆଉ ୨….

ଭୁବନେଶ୍ୱର,୨୨।୩: ବିଜେଡିକୁ ବଡ଼ ଝଟ୍‌କା। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ରବିବାର ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା,…

‘ ଆପଣମାନଙ୍କ ପାଇଁ ଟ୍ରଫି ୬…’, IPL ପୂର୍ବରୁ ପ୍ରଶଂସକମାନଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୩: ମୁମ୍ବାଇ ଇଣ୍ଡିଆନ୍ସ ୨୯ ମାର୍ଚ୍ଚରେ IPL ୨୦୨୬ ଅଭିଯାନ ଆରମ୍ଭ କରିବ। ଦଳର ପ୍ରଥମ ମ୍ୟାଚ ୱାଙ୍ଖଡେରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ। ସବୁଦିନ ପରି,…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଦୂର ହେବ LPG ସଙ୍କଟ: ଭାରତରେ ପହଞ୍ଚିଲା…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଏସୀୟ ଦେଶଗୁଡ଼ିକ ଗମ୍ଭୀର ଗ୍ୟାସ ଏବଂ ତୈଳ ଅଭାବର ସମ୍ମୁଖୀନ ହେଉଛନ୍ତି। ଭାରତ ମଧ୍ୟ ଏଲପିଜି ସଙ୍କଟ ଅନୁଭବ କରୁଛି।…

ଘରେ କେବେ ବି ରଖନ୍ତୁ ନି ଏପରି ଗଛ, ବଢ଼ିବ ଦୁର୍ଭାଗ୍ୟ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ସାଙ୍ଗକୁ ପରିବେଶକୁ ଶୁଦ୍ଧି କରିବାରେ ଗଛର ଥାଏ ଅନେକ ଭୂମିକା। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଗଛ ରହିଛି; ଯାହାକୁ…

ଏପ୍ରିଲ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା! ସଙ୍କେତ ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। କେନ୍ଦ୍ର ବେସାମରିକ ବିମାନ…

ଆଲୋଭେରା ଗଛ ଲଗାଇବାରେ କରନ୍ତୁନି ଏପରି ଭୁଲ, ନ ହେଲେ ଘରକୁ ମାଡ଼ିଆସିବ…

ଆଲୋଭେରାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଯଥେଷ୍ଟ ରହିଥିବା ହେତୁ ଅନେକେ ଏହାକୁ ଘରେ ଲଗାଇଥାନ୍ତି। ହେଲେ ଜାଣନ୍ତି କି ବାସ୍ତୁ ଅନୁଯାୟୀ, ଯଦି ଏହି ଗଛକୁ ଠିକ୍‌ ଦିଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri