Posted inଜାତୀୟ

ଗେହଲଟ-ପାଇଲଟଙ୍କ ମଧ୍ୟରେ ଥିବା ଦୂରତାକୁ ହଟାଇବା ପାଇଁ ପ୍ରସ୍ତୁତି କରୁଛି କଂଗ୍ରେସ

ଜୟପୁର,୧୨।୪: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ କଂଗ୍ରେସ ନେତା ସଚିନ ପାଇଲଟଙ୍କ ମଧ୍ୟରେ ମତଭେଦ ପୁଣି ଥରେ ସାମ୍ନାକୁ ଆସିବା ପରେ ରାଜସ୍ଥାନରେ ଏକ ବଡ଼ ପରିବର୍ତ୍ତନ ପାଇଁ କଂଗ୍ରେସ ପ୍ରସ୍ତୁତି ଚଳାଇଛି। ସୂଚନାନୁସାରେ, ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ହୋଇଥିବା ବିବାଦକୁ ଦୂର କରିବା ଏବଂ ଦଳରେ ଏକତା ଫେରାଇ ଆଣିବା ପାଇଁ ଏକ ବଡ଼ ପରିବର୍ତ୍ତନ କରାଯିବ।

ସୂତ୍ରରୁ ପ୍ରକାଶ ଯେ, କଂଗ୍ରେସ ନେତୃତ୍ୱ ୨୦୨୧ରେ ପଞ୍ଜାବରେ ହୋଇଥିବା ଭୁଲକୁ ପୁନରାବୃତ୍ତି କରିବାକୁ ଚାହୁଁନାହାଁନ୍ତି। ସେଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଦଳ ଛାଡି ନିଜର ଏକ ସଂଗଠନ ଗଠନ କରିଥିଲେ।

କଂଗ୍ରେସ ନେତା ସଚିନ ପାଇଲଟ ମଙ୍ଗଳବାର ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଅନଶନ କରିଥିଲେ। ପାଇଲଟ ଅଭିଯୋଗ କରିଛନ୍ତି ଯେ ବସୁନ୍ଧରା ରାଜେଙ୍କ ସମୟରେ ଘଟିଥିବା ଦୁର୍ନୀତି ମାମଲାକୁ ଗେହଲଟ ସରକାର ଅବହେଳା କରିଛନ୍ତି। ତେବେ ରାଜସ୍ଥାନରେ ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଥିବା ତିକ୍ତତା ଉପରେ କଂଗ୍ରେସ ନେତୃତ୍ୱ ନଜର ରଖିଛନ୍ତି। ଦଳର ନେତୃତ୍ୱ ଖୁବ୍‌ଶୀଘ୍ର ଏଥିରେ ହସ୍ତକ୍ଷେପ କରିବାକୁ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri