Categories: ଜାତୀୟ

କଂଗ୍ରେସ ମୋ କବର ଖୋଳିବାରେ ବ୍ୟସ୍ତ, ମୁଁ ଏକ୍ସପ୍ରେସଓ୍ବେ ଲୋକାର୍ପଣରେ ବ୍ୟସ୍ତ: ପ୍ରଧାନମନ୍ତ୍ରୀ…

ବେଙ୍ଗାଲୁରୁ,୧୨।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସୱେକୁ ଲୋକାର୍ପିତ କରିଛନ୍ତି। ଏହି ଏକ୍ସପ୍ରେସୱେ ୧୧୮ କିଲୋମିଟର ଲମ୍ବ। ଏହାର ନିର୍ମାଣରେ ୮,୪୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାଗରମାଲା ଏବଂ ଭାରତମାଲା ଭଳି ପ୍ରକଳ୍ପ ସହିତ କର୍ନାଟକ ଏବଂ ଦେଶ ଆଜି ବଦଳୁଛି। ଯେତେବେଳେ ବିଶ୍ୱ କରୋନା ସହ ମୁକାବିଲା କରୁଥିଲା, ସେତେବେଳେ ଭାରତ ଏହାର ଭିତ୍ତିଭୂମି ବଜେଟକୁ ବହୁଗୁଣିତ କରି ଏକ ଉଚ୍ଚ ବାର୍ତ୍ତା ଦେଇଥିଲା। ୨୦୧୪ ମସିହା ପୂର୍ବରୁ କଂଗ୍ରେସ ସରକାର କେବଳ ଗରିବ ପରିବାରକୁ ଧ୍ୱଂସ କରିବା ପାଇଁ କାର୍ଯ୍ୟ କରିଥିଲେ ଏବଂ ସେମାନଙ୍କ ବିକାଶ ଅଥକୁ ଲୁଟି ନେଇଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀ କଟାକ୍ଷ କରି କହିଛନ୍ତି କଂଗ୍ରେସ ମୋ କବର ଖୋଳିବାରେ ବ୍ୟସ୍ତ ହୋଇଥିବାବେଳେ ମୁଁ ଏକ୍ସପ୍ରେସଓ୍ବେ ଲୋକାର୍ପଣରେ ବ୍ୟସ୍ତ ରହିଛି।

ଏକ୍ସପ୍ରେସୱେ ଖୋଲିବା ସହିତ ବେଙ୍ଗାଲୁରୁ ଏବଂ ମହୀଶୂର ମଧ୍ୟରେ ଯାତ୍ରା ସମୟ ପ୍ରାୟ ୩ ଘଣ୍ଟାରୁ ଏବେ ୭୫ ମିନିଟକୁ ହ୍ରାସ ପାଇବ। ଏହି ପ୍ରକଳ୍ପରେ, ଏନଏଚ-୨୭୫ ର ବେଙ୍ଗାଲୁରୁ-ନିଗଡାଟା-ମାଇସୋର ବିଭାଗକୁ ୬-ଲେନିଂ କରାଯାଇଛି। ଏହି ଏକ୍ସପ୍ରେସ ୱେ ଉଭୟ ସହରରେ ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଏକ ମାଧ୍ୟମ ଭାବରେ କାର୍ଯ୍ୟ କରିବ।

ରାଜ୍ୟର ଲୋକମାନେ ମୋତେ ଆଶୀର୍ବାଦ ଦେଉଛନ୍ତି। ଏପରିସ୍ଥଳେ କଂଗ୍ରେସ ମୋ କବର ଖୋଳିବାର ସ୍ବପ୍ନ ଦେଖୁଛି। ରାଜ୍ୟରେ ଡବଲ ଇଞ୍ଜିନ ସରକାର କ୍ରମାଗତ ଭାବରେ ବିକାଶ କରୁଛନ୍ତି। ଆଜି ବାଙ୍ଗାଲୋର-ମହୀଶୂର ଏକ୍ସପ୍ରେସୱେକୁ ନେଇ ସାରା ଦେଶରେ ଆଲୋଚନା ହେଉଛି। ଏହାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଡବଲ ଇଞ୍ଜିନ ସରକାର କର୍ନାଟକବାସୀଙ୍କ ପ୍ରେମକୁ ଆଗ୍ରହର ସହିତ ପରିଶୋଧ କରିବେ। ଆଜି ଏହି ଏକ୍ସପ୍ରେସୱେର ଉଦଘାଟନ ପାଇଁ ଦେଶର ଯୁବକମାନେ ଗର୍ବିତ। ଦେଶରେ ଏଭଳି ବହୁ ଏକ୍ସପ୍ରେସୱେ ନିର୍ମାଣ କରାଯିବ।

Share