Categories: ଜାତୀୟ

କଂଗ୍ରେସ ଏକ ଭଙ୍ଗା ମହଲ, ସାମନାରେ କଟାକ୍ଷ…

ମୁମ୍ବାଇ, ୧୪।୧୨: ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ ଏବଂ ଏନସିପିର ମହାଅଘାଡ଼ିରେ ମେଣ୍ଟରେ ଫାଟ ସୃଷ୍ଟି ହେବାର ସଙ୍କେତ ମିଳିଛି। ଶିବସେନା ମୁଖପତ୍ର ସାମନାର ସମ୍ପାଦକୀୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦଳ କଂଗ୍ରେସକୁ ଟାର୍ଗେଟ କରିଛି। ସାମନାରେ ଏହା ଲେଖାଯାଇଛି ଯେ ବର୍ତ୍ତମାନ କଂଗ୍ରେସର ଅବସ୍ଥା ଏକ ଭଙ୍ଗା ମହଲ ପରି ହୋଇଛି ବୋଲି କଟାକ୍ଷ କରାଯାଇଛି। କେବଳ ଏତିକି ନୁହେଁ, ସାମନାରେ ଦାବି କରାଯାଇଛି ଯେ ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରର ମୁସଲମାନମାନେ କେବଳ ଶିବସେନାକୁ ହିଁ ଭୋଟ ଦିଅନ୍ତି।

ସମ୍ପାଦକୀୟରେ ଲେଖାଅଛି, କଂଗ୍ରେସର ବର୍ତ୍ତମାନର ଅବସ୍ଥା ଗାଁର ଜମିଦାରୀ ହରାଇଥିବା ଏକ ଭଙ୍ଗା ମହଲ ପରି ହୋଇଯାଉଛି। ଶରଦ ପାୱାରଙ୍କ ପରି ଜଣେ ନେତା ଏପରି ବିଶ୍ଳେଷଣ କରିଛନ୍ତି। ମୁସଲମାନ ଏବଂ ଦଳିତ ଭୋଟରଙ୍କୁ କଂଗ୍ରେସ ହାତେଉଥିବାବେଳେ ଏବେ ସ୍ଥିତିରେ ପରିବର୍ତ୍ତନ ଆସିଛି। ଫଳରେ ଏହି ଦୁଇ ଭୋଟର କଂଗ୍ରେସଠାରୁ ଦୂରେଇ ଯିବାରୁ ଏବଂ ଉତ୍ତରପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଭଳି ବଡ ରାଜ୍ୟରେ କଂଗ୍ରେସ ଦୁର୍ଗ ଭୁଶୁଡି ପଡିଛି।

ଶାହ ବାନୋ ମାମଲାରେ ପୀଡିତା ମୁସଲମାନ ମହିଳାଙ୍କ ଅଧିକାରକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଛି ଏବଂ ସମ୍ବିଧାନରେ ସଂଶୋଧନ କରାଯାଇଛି । ସେହିପରି କୋର୍ଟ ଶରିୟତରେ ହସ୍ତକ୍ଷେପ କରିଛନ୍ତି। ଏହା କିଛି ଲୋକଙ୍କ ପାଇଁ ଅନୁପଯୁକ୍ତ ଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନିର୍ଭୟରେ ତିନି ତଲାକ ବିରୋଧୀ ଆଇନ ପ୍ରସ୍ତୁତ କରି ଦୁଃଖ ଭୋଗୁଥିବା ମୁସଲମାନ ମହିଳାମାନଙ୍କୁ ସୁରକ୍ଷାା ଦେଇଥିଲେ।

ସାମନାରେ ପ୍ରକାଶ ପାଇଛି ଯେ, କଂଗ୍ରେସ କେବଳ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କ ପାଇଁ ଚିନ୍ତିତ। ସଂଖ୍ୟାଲଘୁଙ୍କ ସମସ୍ୟା ପୂରଣ କରିବା କଂଗ୍ରେସର ଲକ୍ଷ୍ୟ। ତେବେ ଏଭଳି ଚିନ୍ତାଧାରାକୁ କଂଗ୍ରେସକୁ ହଟାଇବାକୁ ପଡିବ। ଉତ୍ତରପ୍ରଦେଶ ପରି ଏକ ବଡ ରାଜ୍ୟରେ ପ୍ରିୟଙ୍କା ଗାନ୍ଧୀ ଏକ ନୂଆ ବାଜି ଖେଳିଛନ୍ତି।

କିନ୍ତୁ ସେଠାରେ ମୁସଲମାନ ଏବଂ ଦଳିତମାନେ ଅଖିଳେଶ ଯାଦବ ଏବଂ ମାୟାବତୀଙ୍କୁ ସମର୍ଥନ କରୁଛନ୍ତି। ଉଚ୍ଚ ଜାତିର ଲୋକମାନେ ଭାଜପାର ହିନ୍ଦୁତ୍ୱ ପ୍ରତି ନିଜର ସମର୍ଥନ ଦେଇଥାନ୍ତି। ଏକଦା ଦେଶରେ ମୁସଲମାନ, ଦଳିତ ଭୋଟ ବ୍ୟାଙ୍କ ରାଜନୀତି ଥିଲା ଏବଂ ହିନ୍ଦୁ ଭୋଟବ୍ୟାଙ୍କକୁ ଅଣଦେଖା କରାଯାଉଥିଲା। ଏପରି ଭାବନା ତୀବ୍ର ଥିଲା। ମାତ୍ର ଏବେ ହିନ୍ଦୁ ଭୋଟ ବ୍ୟାଙ୍କର ରାଜନୀତି ସଫଳ ହେଉଛି। ଏହାଦ୍ୱାରା ଭାଜପା ମନ ଇଛା ଖାଇବାରେ ଲାଗିଥିବା ସାମନାରେ ଲେଖା ପ୍ରକାଶ ପାଇଛି।

Share