Posted inଜାତୀୟ

ବୁଧବାରଠାରୁ କଂଗ୍ରେସର ଭାରତ ଯୋଡ ଯାତ୍ରା, ୫ ମାସରେ ୩୫୭୦ କିଲୋମିଟର ଅତିକ୍ରମ କରିବେ କର୍ମୀ…

ନୂଆଦିଲ୍ଲୀ, ୬।୯ : ବୁଧବାର ସେପ୍ଟେମ୍ବର ୭ରେ କନ୍ୟାକୁମାରୀରେ ଏକ ମେଗା ରାଲିରେ କଂଗ୍ରେସ ଏହାର ୩,୫୭୦ କିଲୋମିଟର ଲମ୍ବା ଭାରତ ଯୋଡ ଯାତ୍ରା’ଆରମ୍ଭ କରିବ। ୫ ମାସରେ ଏହି ଯାତ୍ରା ଶେଷ ହେବ। କଂଗ୍ରେସ ଅନୁସାରେ ଆଦର୍ଶ ଏବଂ ଅର୍ଥନୈତିକ ଅସମାନତା, ସାମାଜିକ ଦ୍ରୁବିକରଣ ତଥା ରାଜନୈତିକ କେନ୍ଦ୍ରୀକରଣ ସମସ୍ୟା ବିଚାର ଧାରା ବିରୁଦ୍ଧରେ ଲଢ଼େଇ ପାଇଁ ଏହି ରାଲି କରାଯାଉଛି।

ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା ଆରମ୍ଭ କରିବା ପୂର୍ବରୁ ବୁଧବାର ଶ୍ରୀପେରୁମ୍ବୁଦୁରରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମାଧିରେ ଏକ ପ୍ରାର୍ଥନା ସଭାରେ ଯୋଗଦେବେ। ଏହା ପରେ ସେ କନ୍ୟାକୁମାରୀରେ ଏକ କାର୍ଯ୍ୟକ୍ରମରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଉପସ୍ଥିତରେ ଏହି ଯାତ୍ରାର ଶୁଭାରମ୍ଭ କରିବେ। ଏହି ଅବସରରେ ଖଦୀର ଜାତୀୟ ପତାକା ରାହୁଲଙ୍କୁ ହସ୍ତାନ୍ତର କରାଯିବ।

ମହାତ୍ମା ଗାନ୍ଧୀ ମଣ୍ଡପମରେ ଏହି କାର୍ଯ୍ୟକ୍ରମ ପରେ ରାହୁଲ ଗାନ୍ଧୀ ଅନ୍ୟ କଂଗ୍ରେସ ନେତାଙ୍କ ସହ ଜନ ସମାବେଶ ସ୍ଥଳକୁ ଯିବେ ଯେଉଁଠାରେ ଏହି ଯାତ୍ରା ଆନୁଷ୍ଠାନିକ ଭାବେ ଆରମ୍ଭ ହେବ। ଏକ ଭିଡିଓ ବାର୍ତ୍ତାରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲୋକମାନଙ୍କୁ ଯଥା ସମ୍ଭବ ଯାତ୍ରାରେ ଯୋଗଦେବାକୁ ଅନୁରୋଧ କରିଛନ୍ତି। ଦେଶରେ ନକାରାତ୍ମକ ରାଜନୀତି କରାଯାଉଥିବାରୁ ଏବଂ ଲୋକମାନଙ୍କର ପ୍ରକୃତ ପ୍ରସଙ୍ଗ ଉପରେ ଆଲୋଚନା ହେଉ ନ ଥିବାରୁ ଏହି ରାଲିର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଦେଶରେ ଦରଦାମ୍‌ ବୃଦ୍ଧି ଏବଂ ବେକାରୀ ସମସ୍ୟା ଉପରେ ଧ୍ୟାନ ଦେବା ଏହି ଯାତ୍ରାର ଉଦ୍ଦେଶ୍ୟ।

ପ୍ରକାଶ ଥାଉକି, ଏହି ରାଲିରେ ଆନୁଷ୍ଠାନିକ ଭାବେ ୧୨ ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରି କନ୍ୟାକୁମାରୀଠାରୁ ଶ୍ରୀନଗର ପର୍ଯ୍ୟନ୍ତ ଯାତ୍ରା ଅନୁଷ୍ଠିତ ହେବ। ପ୍ରକୃତରେ ସେପ୍ଟେମ୍ବର ୮ ରେ ସକାଳ ୭ ଟାରୁ ଏହି ଯାତ୍ରା ଆରମ୍ଭ ହେବ। ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ କଂଗ୍ରେସ ନେତା ଏହି ଅବସରରେ ପଦଯାତ୍ରାରେ ସାମିଲ ହେବେ। ଯାତ୍ରା ଆରମ୍ଭ ପୂର୍ବରୁ ରାହୁଲ ଗାନ୍ଧୀ କନ୍ୟାକୁମାରୀରେ ବିବେକାନନ୍ଦ ରକ ମେମୋରିଆଲ, ଥିରୁଭାଲୁଭର୍‌ ଷ୍ଟାଚ୍ୟୁ ଏବଂ କାମାରାଜ ମେମୋରିଆଲ ପରିଦର୍ଶନ କରିବେ।

ପଦଯାତ୍ରା ଦୁଇଟି ବ୍ୟାଚ୍‌ରେ ଚାଲିବ। ପ୍ରଥମ ବ୍ୟାଚ୍‌ ସକାଳ ୭ରୁ ପୂର୍ବାହ୍ନ ସାଢ଼େ ୧୦ ଏବଂ ଂ ଅନ୍ୟଟି ଅପରାହ୍ନ ସାଢ଼େ ୩ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ। ହାରାହାରି ଯୋଜନାରେ ଦୈନିକ ୨୨ରୁ୨୩ କିଲୋମିଟର ଚାଲିବାକୁ ହେବ। କଂଗ୍ରେସ ଦାବି କରିଛି ଯେ କଶ୍ମୀରରୁ କନ୍ୟାକୁମାରୀ ଅଭିମୁଖେ ଯାତ୍ରା କୌଣସି ପ୍ରକାରେ ମନ କି ବାତ ନୁହେଁ, ବରଂ ଲୋକଙ୍କ ଚିନ୍ତା ଓ ଦାବି ଦିଲ୍ଲୀରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ସମେତ ୧୧୯ ନେତାଙ୍କୁ ଭାରତ ଯାତ୍ରୀ ଭାବେ ଶ୍ରେଣୀଭୁକ୍ତ କରିଛି। ସେମାନେ କନ୍ୟାକୁମାରୀ ଠାରୁ ଶ୍ରୀନଗର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri