Categories: ଜାତୀୟ

ଗେହଲଟ୍‌-ପାଇଲଟ୍‌ ଦ୍ୱନ୍ଦ୍ୱର ଅବସାନ ପାଇଁ କଂଗ୍ରେସ ହାଇକମାଣ୍ଡଙ୍କ ଉଦ୍ୟମ

ଜୟପୁର, ୨୯ା୫ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ରହିଥିବା ବିବାଦର ସମାଧାନ ପାଇଁ କଂଗ୍ରେସ ହାଇକମାଣ୍ଡ ଯୋଜନା କରୁଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ଏବଂ ମଙ୍ଗଳବାର ରାଜସ୍ଥାନ ନେତାମାନଙ୍କ ସହ ବୈଠକ କରିବେ। ଏଥିପାଇଁ ଗେହଲଟ ସୋମବାର ପୂର୍ବାହ୍ନରେ ଦିଲ୍ଲୀ ଯାଇ ମଙ୍ଗଳବାର ପର୍ଯ୍ୟନ୍ତ ରହିବେ। ସେଠାରେ ସେ ଖାର୍ଗେଙ୍କ ସମେତ ରାଜସ୍ଥାନ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଦୋତାସ୍ରା, ରାଜ୍ୟ କଂଗ୍ରେସ ପ୍ରଭାରୀ ସୁଖଜିନ୍ଦର ସିଂ ରାନ୍ଧଓ୍ବା ଏବଂ ସହ ପ୍ରଭାରୀ କାଜି ମହମ୍ମଦ ନିଜାମୁଦ୍ଦିନ, ଅମ୍ରିତା ଧାଓ୍ବନ ଏବଂ ବୀରେନ୍ଦ୍ର ରାଠୋରଙ୍କୁ ଭେଟିବେ। ଖାର୍ଗେ ଅଲଗା ପାଇଲଟଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

 

Share