ବିଜେଡି-ଭାଜପା ଅସନ୍ତୁଷ୍ଟଙ୍କୁ ଅନେଇଛି କଂଗ୍ରେସ

ବାଲେଶ୍ୱର, ୧୦।୪(ମାନସ ବିଶ୍ୱାଳ):କଂଗ୍ରେସ ଏପର୍ଯ୍ୟନ୍ତ ବାଲେଶ୍ୱର ଲୋକସଭା ଏବଂ ଜିଲାର କୌଣସି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହଁି। ଭାଜପା ଇତିମଧ୍ୟରେ ଜଳେଶ୍ୱର, ରେମୁଣା, ବାଲେଶ୍ୱର, ସୋର ଓ ସିମୁଳିଆ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଏବଂ ଲୋକସଭା ପାଇଁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନାମ ଘୋଷଣା କରିଛି। ସେହିପରି ବିଜେଡି ଜଳେଶ୍ୱର, ବସ୍ତା, ବାଲେଶ୍ୱର, ସୋର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ଅବଶ୍ୟ ପ୍ରାର୍ଥୀ ଘୋଷଣାରେ କଂଗ୍ରେସ ପଛରେ ପଡ଼ିଯାଇଛି। ଶୁଣିବାକୁ ମିଳୁଛି, ହାତ ଦଳ ଶ୍ରୀକାନ୍ତ ଜେନାଙ୍କୁ ବାଲେଶ୍ୱର ଲୋକସଭା ପାଇଁ ପ୍ରାର୍ଥୀ କରିପାରେ। ଯଦି ସେ ପ୍ରାର୍ଥୀ ହୁଅନ୍ତି ତେବେ ଦଳରେ ଥିବା ତାଙ୍କର ଅନୁଗତ ବରିଷ୍ଠ ଓ ଛାମୁଆ ନେତାମାନେ ବିିଭିନ୍ନ ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ହେବା ନେଇ ଆଶା ବାନ୍ଧିଲେଣି। ଅନ୍ୟପକ୍ଷରେ ଗତ ୨୦୧୯ରେ ଲୋକସଭା କ୍ଷେତ୍ରରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ନବଜ୍ୟୋତି ପଟ୍ଟନାୟକ ମଧ୍ୟ ଲବିରେ ଅଛନ୍ତି। ତେବେ ଜିଲାର ବାଲେଶ୍ୱର ବିଧାନସଭା ଆସନଟି ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏଠାରୁ ପ୍ରାର୍ଥୀ ହେବା ପାଇଁ କଂଗ୍ରେସର ଏକାଧିକ ବ୍ୟକ୍ତି ଆବେଦନ କରିଛନ୍ତି। ଅପରପକ୍ଷେ ବିଜେଡି ଓ ଭାଜପା ଜିଲାର ସମସ୍ତ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ କଂଗ୍ରେସ ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବୋଲି ଶୁଣିବାକୁ ମିଳଛି। ଫଳରେ ଉଭୟ ଦଳରୁ ଅସନ୍ତୁଷ୍ଟଙ୍କୁ ନିଜ ଦଳରେ ସାମିଲ କରି ଜିଲାରେ ଭଲ ଫଳାଫଳ କରିବା ପାଇଁ କଂଗ୍ରେସ ଅନାଇ ବସିଛି।
ବିଧାନସଭା ଆସନରୁ ଚଳିତ ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ଏବଂ ଭାଜପା ପ୍ରାର୍ଥୀ ମାନସ ଦତ୍ତଙ୍କ ନାମ ଘୋଷଣା ପରେ ସେମାନେ କର୍ମୀମାନଙ୍କୁ ନେଇ ସମ୍ମିଳନୀ ଏବଂ ନିର୍ବାଚନୀ ପ୍ରଚାର ଆରମ୍ଭ କରିସାରିଲେଣି। ମାତ୍ର କଂଗ୍ରେସ ଏ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନ ଥିଲେ ବି ଆଶାୟୀମାନେ ସେମାନଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି। ଗୋଟିଏପଟେ କଂଗ୍ରେସର ପୁରୁଖା ନେତା ତଥା କାଉନସିଲର ପଦ୍ମଲୋଚନ ଲେଙ୍କାଙ୍କ ପୁଅ ସରୋଜ ଲେଙ୍କା ଆଶାୟୀ ପ୍ରାର୍ଥୀ ଅଛନ୍ତି। ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରିଙ୍କ ସହଯୋଗ ତାଙ୍କ ପ୍ରତି ରହିଥିବା ଚର୍ଚ୍ଚା ଚାଲିଛି। ଏଥିସହ ସରୋଜ ମଧ୍ୟ ତାଙ୍କର ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି। ଅପରପକ୍ଷେ ବିଭିନ୍ନ ସମୟରେ ବିଧାୟକଙ୍କୁ ଟାର୍ଗେଟ କରି ଜନସମାବେଶଠାରୁ ଆରମ୍ଭ କରି ଘର ଘର ବୁଲି ପ୍ରଚାର କରୁଥିବା ବିକ୍ରମ ପଣ୍ଡାଙ୍କ ନାମ ମଧ୍ୟ କଂଗ୍ରେସ ଆଶାୟୀ ପ୍ରାର୍ଥୀ ତାଲିକାରେ ରହିଛି। ସେ ନିଜର ପ୍ରଚାର ପ୍ରସାର କାର୍ଯ୍ୟ ଚଳାଇଥିଲେ ବି କଂଗ୍ରେସରୁ ଲଢ଼ିବେ କି ନାହିଁ ତାହା ସ୍ପଷ୍ଟ ହୋଇନି। ଅନ୍ୟପଟେ ସରୋଜ କଂଗ୍ରେସରେ ରହି ଦଳର ନିର୍ଦ୍ଦେଶ ଅନୁସାରେ କାମ କରିଚାଲିଛନ୍ତି। କୁହାଯାଉଛି, ଯଦି ଶ୍ରୀକାନ୍ତ ଜେନା ବାଲେଶ୍ୱର ଏମ୍‌ପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ନ୍ତି, ତେବେ ବିକ୍ରମଙ୍କୁ କଂଗ୍ରେସ ପ୍ରାର୍ଥୀ କରିପାରେ। ଏହାରି ଭିତରେ ଦଳର ନିଷ୍ପତ୍ତି ଅଟକିଥିବା ବେଳେ ଆଗାମୀ ଦିନରେ କଂଗ୍ରେସ କାହାକୁ ପ୍ରାର୍ଥୀ କରୁଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri