Categories: ଜାତୀୟ

କଂଗ୍ରେସର ଦେଶବ୍ୟାପି ‘ମୌନବ୍ରତ’

ନୂଆଦିଲ୍ଲୀ,୧୧ ।୧୦: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଏହାସହ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବରଖାସ୍ତ ଦାବି କରି ସୋମବାର କଂଗ୍ରେସ ପକ୍ଷରୁ ‘ମୌନବ୍ରତ’ ପାଳନ କରାଯିବ । ଦଳ ପକ୍ଷରୁ ସାରା ଦେଶରେ ଏହା ଆୟୋଜନ କରାଯାଇଛି । ସମସ୍ତ ରାଜ୍ୟର ରାଜଭବନ ବାହାରେ ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ କଂଗ୍ରେସ ନେତା ଏକାଠି ହୋଇ ‘ମୌନବ୍ରତ’ ପାଳନ କରିବେ । ଦିଲ୍ଲୀ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଅନିଲ ଚୌଧୁରୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ସକାଳ ୧୧ଟାରେ ରାଜଭବନ ବାହାରେ ଏହି ବିରୋଧ ପ୍ରଦର୍ଶନ କରିବେ । ସେହିପରି ଜମ୍ମୁ-କଶ୍ମୀର ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜଭବନ ବାହାରେ ସକାଳ ୯ଟା ୩୦ରେ ଏହି ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି ।

Share