Posted inଜାତୀୟ

କଂଗ୍ରେସ ୯୧ଥର ଦୁର୍ବ୍ୟବହାର କରିଛି, ଏହିି ସମୟ ସୁୁଶାସନରେ ଲଗାଇଥିଲେ ଦୟନୀୟ ସ୍ଥିତି ହୋଇନଥାନ୍ତା: ମୋଦି

ବିଦର,୨୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କର୍ନାଟକରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ବିଦରରେ ଅନୁଷ୍ଠିତ ଏକ ସଭାକୁ ମୋଦି ସମ୍ବୋଧନ କରି କହିଛନ୍ତି ଯେ, ସାଧାରଣ ଲୋକଙ୍କ ସମସ୍ୟାରେ ସ୍ବର ଉଠାଉଥିବା, ଭ୍ରଷ୍ଟାଚାରକୁ ବିରୋଧ କରୁଥିବା ଏବଂ ସ୍ବାର୍ଥପର ରାଜନୀତିକୁ ପ୍ରହାର କରୁଥିବା ବ୍ୟକ୍ତିଙ୍କୁ କଂଗ୍ରେସ ଘୃଣା କରେ। ଏହି ନିର୍ବାଚନରେ ମଧ୍ୟ କଂଗ୍ରେସ ମୋତେ ପୁନର୍ବାର ଦୁର୍ବ୍ୟବହାର କରିବା ଆରମ୍ଭ କରିଛିି। ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ଲୋକମାନେ ମୋତେ ୯୧ଥର ଦୁର୍ବ୍ୟବହାର କରିସାରିଛନ୍ତି। ଏହି ଅପବ୍ୟବହାରର ଅଭିଧାନରେ ସମୟ ନଷ୍ଟ କରିବା ପରିବର୍ତ୍ତେ ଯଦି କଂଗ୍ରେସ ସୁଶାସନରେ ପରିଶ୍ରମ କରିଥା’ନ୍ତା, ତା’ହେଲେ ଏପରି ତା’ର ଦୟନୀୟ ସ୍ଥିତି ହୋଇ ନ ଥାଆନ୍ତା ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଭାଜପା କୋଟି କୋଟି ମା’ ଓ ଭଉଣୀଙ୍କ ବ୍ୟାଙ୍କରେ ଖାତା ଖୋଲିଛି। ସରକାରୀ ସହାୟତା ଯେପରି ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିପାରିବ ସେ ବ୍ୟବସ୍ଥା ମଧ୍ୟ କରିଛି। ବିନା ଗ୍ୟାରେଣ୍ଟିରେ କିପରି ଋଣ ମିଳିପାରିବ ସେ ବ୍ୟବସ୍ଥା କରିବା ସହିତ ମାଗଣା ରାଶନ ଯୋଗାଇ ଦେଇଛି ବୋଲି ମୋଦି କହିଛନ୍ତି। ଭାଜପା ଦେଶସେବା କାର୍ଯ୍ୟ କରୁଥିବାବେଳେ କଂଗ୍ରେସ କେବଳ ସମାଜକୁ ଭାଗ ଭାଗ କରିଛି। ଜାତି, ଧର୍ମ, ମତ ଏବଂ ବିଶ୍ୱାସ ଆଧାରରେ ଦେଶକୁ ବିଭକ୍ତ କରିଛି। ଶାସନ ଆଳରେ କେବଳ ତୁଷ୍ଟୀକରଣକୁ କଂଗ୍ରେସ ପ୍ରୋତ୍ସାହନ ଦେଇଛି। ଯେ ପର୍ଯ୍ୟନ୍ତ କର୍ନାଟକରେ କଂଗ୍ରେସ ସରକାର ଥିଲା, ଗରିବଙ୍କୁ ଆବାସ ଯୋଜନାକୁ ମନ୍ଥର କରିଥିଲା। କିନ୍ତୁ ଭାଜପାର ପୁଣି ଡବଲ ଇଞ୍ଜିନ ସରକାର ଆସିଲେ କର୍ନାଟକର ଗରିବ ପରିବାରଙ୍କୁ ୯ଲକ୍ଷ ପକ୍କା ଘର ମିଳିବ। ଭାଜପା ବିଦରରେ ଗରିବଙ୍କୁ ପ୍ରାୟ ୩୦ ହଜାର ପକ୍କା ଘର ଦେଇଛି। ଅର୍ଥାତ୍‌ ଆମେ ବିଦରର ୩୦ ହଜାର ଗରିବଙ୍କୁ ଲକ୍ଷପତି କରିଛୁ ବୋଲି ମୋଦି କହିଛନ୍ତି।
ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଯେ, କଂଗ୍ରେସ କେବେ ଗରିବଙ୍କ ସମସ୍ୟାକୁ ବୁଝିପାରି ନାହିଁ। ସେମାନେ କେବେ ଦାରିଦ୍ର୍ୟ ଦେଖିନାହାନ୍ତି। ଛତିଶଗଡ଼ ଏବଂ ରାଜସ୍ଥାନର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି କଂଗ୍ରେସ ଏଯାଏଁ ପୂରଣ କରିନାହିଁ। ସେ ଅଞ୍ଚଳର ଆଖୁଚାଷୀ ଏବେ ଦୁର୍ଦ୍ଦିନରେ ବଞ୍ଚୁଛନ୍ତି। କିନ୍ତୁ ଭାଜପା ସେମାନଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ସମସ୍ୟାର ସମାଧାନ କରୁଛି ବୋଲି ମୋଦି କହିଛନ୍ତି।
ଭାଜପା ଯେତେବେଳେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲା, ହିତାଧିକାରୀ କୃଷକମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଉଥିଲା। ସେତେବେଳେ କର୍ନାଟକରେ କଂଗ୍ରେସ-ଜେଡିଏସ୍‌ ସରକାର ଥିଲା। ତେବେ ଏହି ସମୟରେ ହିତାଧିକାରୀଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ କଂଗ୍ରେସ ପଠାଇ ନ ଥିଲା। ଏଥିରୁ କଂଗ୍ରେସର କୃଷକମାନଙ୍କ ପ୍ରତି ଘୃଣାକୁ ଜନସାଧାରଣ ଜାଣିପାରୁଥିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ସରକାରଙ୍କ ବଡ଼ ଘୋଷଣା, ପହିଲାରୁ ସ୍କୁଲରେ ଖରାଛୁଟି, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୨୮।୩: ଏପ୍ରିଲ ଆରମ୍ଭ ନ ହେଉଣୁ ତାତି ତାର କରାଳ ରୂପ ଦେଖାଇଲାଣି । ସ୍ଥିତି ଏମିତି ହେଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଲାଣି…

ସରିଲା ଯୁକ୍ତ ୨ ପରୀକ୍ଷା: ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୨୮ା୩: ଶନିବାର ସରିଛି ସିଏଚ୍‌ସିଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି…

ଯୁଦ୍ଧ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ୨ ମିନିଟ୍‌ରେ…

ନୂଆଦିଲ୍ଲୀ,୨୮ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୌତମ ବୁଦ୍ଧ ନଗର ଜିଲା ଜେଓ୍ବାରରେ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ…

ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣଙ୍କ ଉପରେ ଲଦିବୁ ନାହିଁ…

ନୂଆଦିଲ୍ଲୀ,୨୮।୩: ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ।…

ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୨୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ବରୂପ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ତଥାପି, ଇରାନ…

ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ଘୋଷଣା, ଏପ୍ରିଲ ୧ରୁ ପେଟ୍ରୋଲ ରପ୍ତାନୀ ବନ୍ଦ; ଭାରତକୁ ଝଟ୍‌କା!

ମସ୍କୋ,୨୮।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ବିବାଦ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ବିଶ୍ୱ ଅନିଶ୍ଚିତତା ଭିତରେ ରୁଷିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri