Posted inଜାତୀୟ

ବଡ ଦୁର୍ନୀତି ପଛରେ କଂଗ୍ରେସର ହାତ, ରାହୁଲଙ୍କୁ ରବି ଶଙ୍କରଙ୍କ କଡ଼ା ଜବାବ…

ନୂଆଦିଲ୍ଲୀ,୭।୨ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ ଭାଜପା କଡ଼ା ଜବାବ ଦେଇଛି। ମଙ୍ଗଳବାରଭାଜପା ନେତା ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ କରିଛନ୍ତି। ପ୍ରସାଦ କହିଛନ୍ତି ଯେ ଭାରତର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଥିବା ସମସ୍ତ ବଡ ଦୁର୍ନୀତିରେ ରେ କଂଗ୍ରେସ ଏବଂ ଏହାର ନେତାମାନେ ଜଡିତ ଅଛନ୍ତି।

ରାହୁଲ ଗାନ୍ଧୀଙ୍କ ଆମ ଭାଜପା ସରକାର ବିରୋଧରେ ସଂସଦରେ ହୋଇଥିବା ଭିତ୍ତିହୀନ ଅଭିଯୋଗକୁ ଆମେ ନିନ୍ଦା କରୁଛୁ। ମୁଁ ତାଙ୍କୁ ମନେ ପକାଇ କହିବାକୁ ଚାହୁଁଛି ଯେ ସେ, ତାଙ୍କ ମା ଏବଂ ଭେଣୋଇ ଜାମିନରେ ଅଛନ୍ତି। ମୁଁ ତାଙ୍କୁ ପଚାରିବାକୁ ଚାହେଁ ନ୍ୟାଶନାଲ ହେରାଲ୍ଡ ଏବଂ ଅଗଷ୍ଟା ୱେଷ୍ଟଲାଣ୍ଡ ସ୍କାମ କ’ଣ?

ପ୍ରସାଦ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ପରି ଜଣେ ସଚ୍ଚୋଟ ନେତାଙ୍କ ବିରୋଧରେ ଯେଉଁ ପ୍ରକାର ଲଜ୍ଜାଜନକ ଅଭିଯୋଗ ହୋଇଛି, ଏପରିସ୍ଥଳେ ରାହୁଲ ଗାନ୍ଧୀଙ୍କ ପରିବାରଙ୍କ ସମ୍ପର୍କରେ ସତ୍ୟ ଜଣାଇବାର ଆବଶ୍ୟକତା ରହିଛି। ଭଦ୍ରା ଡିୀଏଲଏଫ ସ୍କାମରେ କ’ଣ ହୋଇଥିଲା? ଡିଏଲଏଫରୁ ଆପଣଙ୍କୁ କିପରି ୬୫ କୋଟି ଋଣ ମୁକ୍ତ ଋଣ ପାଇଲେ? ଏବଂ ଜମି ମଧ୍ୟ ପାଇଲେ। ତୁମେ ଶସ୍ତା ଜମି ନେଇ ଅଧିକ ମୂଲ୍ୟରେ ବିକ୍ରି କଲ ବୋଲି ରବି ଶଙ୍କର ଅଭିଯୋଗ କରିଛନ୍ତି।

ରାହୁଲ କହିଥିଲେ ଯେ ୨୦୧୪ ରେ ଆଦାନୀ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ୬୦୯ ନମ୍ବରରେ ଥିଲେ। ତେବେ କ’ଣ ମ୍ୟାଜିକ ଘଟିଲା ଜଣାନାହିଁ ିସେ ଦୁଇ ନମ୍ବରରେ ପହଞ୍ଚିଗଲେ। ଏହି ସଫଳତା କିପରି ହେଲା? ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର କ’ଣ ସମ୍ପର୍କ? ମୁଁ ଆପଣଙ୍କୁ କହିବି ଯେ ଏହି ସମ୍ପର୍କ ବହୁ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଯେତେବେଳେ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଥିଲେ। ସେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ବିଶ୍ୱସ୍ତ ଥିଲେ। ଗୁଜରାଟର କ୍ଷମତା ଦଖଲରେ ସେ ମୋଦିଙ୍କୁ ସାହାଯ୍ୟ କରିଥିଲେ।୨୦୧୪ ରେ ମୋଦି ଦିଲ୍ଲୀରେ ପହଞ୍ଚିବା ପରେ ପ୍ରକୃତ ମ୍ୟାଜିକ ଆରମ୍ଭ ହୋଇଥିଲା।

ରାହୁଲ କହିଥିଲେ ଯେ କିଛି ଦିନ ପୂର୍ବରୁ ହଣ୍ଡେନବର୍ଗ ରିପୋର୍ଟ ଆସିଥିଲା ଯେଉଁଥିରେ ଲେଖାଥିଲା ଯେ ଆଦାନୀଙ୍କର ଭାରତ ବାହାରେ ଏକ ଶେଲ କମ୍ପାନୀ ଅଛି, ପ୍ରଶ୍ନ ହେଉଛି କାହାର ଏହି ଶେଲ କମ୍ପାନୀ? କାହାର ହଜାର ହଜାର କୋଟି ଟଙ୍କା ଶେଲ କମ୍ପାନୀ ଭାରତକୁ ପଠାଉଛି? ? ଆଦାନୀ ଏହି କାମ ମାଗଣାରେ କରୁଛନ୍ତି କି? ରାହୁଲ ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ ଆଦାନୀଙ୍କ ସହ କେତେଥର ବିଦେଶ ଯାଇଛନ୍ତି? ପୂର୍ବରୁ ପ୍ରଧାନମନ୍ତ୍ରୀ ଆଦାନୀଙ୍କ ଜାହାଜରେ ବିଦେଶ ଯାତ୍ରା କରୁଥିଲେ କିନ୍ତୁ ବର୍ତ୍ତମାନ ଆଦାନୀ ପିଏମ ମୋଦୀଙ୍କ ଜାହାଜରେ ବିଦେଶ ଯାଉଛନ୍ତି। ୨୦ ବର୍ଷ ମଧ୍ୟରେ ଆଦାନୀ ଭାଜପାକୁ କେତେ ଟଙ୍କା ଦେଇଛନ୍ତି?


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri