କାଠଗଡ଼ାରେ ଟେକ୍ନୋ ଟାଇକୁନ

ଓ୍ବାଶିଂଟନ,୩୧ା୭( :ବିଶ୍ୱର ୪ ବଡ଼ କମ୍ପାନୀ ଆମାଜନ, ଆପଲ, ଫେସ୍‌ବୁକ୍‌ ଓ ଗୁଗଲର ପ୍ରଭାବଶାଳୀ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ମାନଙ୍କୁ ଆମେରିକା କଂଗ୍ରେସ ପକ୍ଷରୁ ଘନ ଘନ ଜେରା କରାଯାଇଛି। ଟେକ୍ନୋଲୋଜି ଦୁନିଆର ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଆଗକୁ ବଢ଼ିବାରେ ରୋକିବା ମାମଲାରେ କଂଗ୍ରେସରେ ବୁଧବାରଠାରୁ ଶୁଣାଣି ଚାଲିଛି। ଫଳରେ ଫେସ୍‌ବୁକ୍‌, ଆପଲ ଓ ଗୁଗଲ ଭଳି କମ୍ପାନୀଗୁଡ଼ିକୁ ନିଜ ଫର୍ମକୁ ନେଇ ସଂସଦର ଆଣ୍ଟାଇଟ୍ରଷ୍ଟ ସବ୍‌ କମିଟି ଆଗରେ ସଫେଇ ଦେବାକୁ ପଡ଼ିଛି। ଶୁଣାଣି ବେଳେ ଏହି ୪ କମ୍ପାନୀର ସିଇଓ ନିଜ ଉପରେ ଲାଗିଥିବା ବଳର ଅପବ୍ୟବହାର ସମ୍ପର୍କିତ ଅଭିଯୋଗ ବିରୋଧରେ ସଫେଇ ଦେଇଛନ୍ତି। ରିପବ୍ଲିକାନ୍‌ ଓ ଡେମୋକ୍ରାଟ୍ସ ସାଂସଦମାନେ ଦିଗ୍‌ଗଜ କମ୍ପାନୀଗୁଡ଼ିକର ସିଇଓମାନଙ୍କୁ ଗୁଡ଼ାଇତୁଡ଼ାଇ ଅନେକ ପ୍ରଶ୍ନ କରିଛନ୍ତି। ଏହି କମ୍ପାନୀଗୁଡ଼ିକ ନିଜ ଶକ୍ତିର ଅପବ୍ୟବହାର କରି ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଦବାଉଛନ୍ତି। ଏହାସହ ଡାଟା ଏକତ୍ରିତ କରି ବହୁ ଲାଭ କମାଇଛନ୍ତି ବୋଲି ଏମାନଙ୍କ ବିରୋଧରେ ଅଭିଯୋଗ ରହିଛି।
ଓ୍ବାଶିଂଟନ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଟେକ୍ନୋ ଜ୍ୟାଣ୍ଟମାନେ ଆଣ୍ଟାଇଟ୍ରଷ୍ଟ ସବ୍‌କମିଟି ଆଗରେ ଭିଡିଓ କନ୍‌ଫରେନ୍ସ ଜରିଆରେ ହାଜର ହୋଇଛନ୍ତି। ସେମାନଙ୍କୁ ପ୍ରାୟ ୬ ଘଣ୍ଟା ଧରି ଜେରା କରାଯାଇଛି। ସବ୍‌କମିଟି ଏହି ସମୟରେ ଅନେକ ଦସ୍ତାବିଜ ଉପସ୍ଥାପନ କରିଥିଲା। ସେମାନଙ୍କ ପାଖରେ ଅନେକ ଘଣ୍ଟାର ଇଣ୍ଟରଭିଉ ଓ ସିଲିକନ୍‌ ଭ୍ୟାଲିର ଦିଗ୍‌ଗଜମାନଙ୍କ କେତେକ ପ୍ରାଇଭେଟ ମେସେଜ ମଧ୍ୟ ରହିଛି। ଏହି ସମସ୍ତ ତଥ୍ୟ ପ୍ରମାଣରୁ ଏହା ଜଣାପଡ଼ୁଛି ଯେ ଟେକ୍‌ ସେକ୍ଟରରେ କେତେଜଣ ଲୋକ ଅଧିକ ଶକ୍ତିଶାଳୀ ହୋଇଯାଇଛନ୍ତି। ସେମାନଙ୍କ ପ୍ରଭାବ ଏତେ ବଢ଼ିଯାଇଛି ଯେ ଗ୍ରାହକ ଓ ଏପରି କି ଗଣତନ୍ତ୍ରକୁ ମଧ୍ୟ ସେମାନେ ଭୟଭୀତ କରାଉଛନ୍ତି। ଆଣ୍ଟାଇଟ୍ରଷ୍ଟ ପ୍ୟାନେଲ ଅଧ୍ୟକ୍ଷ ସିସିଲିନ୍‌ ଗତବର୍ଷ ଆମାଜନ, ଆପଲ, ଫେସ୍‌ବୁକ୍‌ ଓ ଗୁଗଲ ଉପରେ କଂଗ୍ରେସର ତଦନ୍ତ ଆରମ୍ଭ କରିଥିଲେ। ଏହି କମ୍ପାନୀଗୁଡ଼ିକ ହାସଲ କରିଥିବା ଶକ୍ତି ଆଣ୍ଟାଇ କମ୍ପିଟିଟିଭ୍‌ ଉପାୟରେ ହୋଇଛି କି ନାହିଁ ତାହା ଜାଣିବା ପାଇଁ ତଦନ୍ତ ଚାଲିଛି।
ଶୁଣାଣି ବେଳେ ଆମାଜନ ସିଇଓ ଜେଫ୍‌ ବେଜୋସ୍‌, ଆପଲର ଟିମ୍‌ କୁକ୍‌, ଫେସ୍‌ବୁକ୍‌ ମୁଖ୍ୟ ମାର୍କ ଜୁକରବର୍ଗ ଓ ଗୁଗଲ ସିଇଓ ସୁନ୍ଦର ପିଚାଇ ଉପସ୍ଥିତ ଥିଲେ। ଜେଫ୍‌ ବେଜୋସ୍‌ ବିଶ୍ୱକୁ ବଡ଼ କମ୍ପାନୀର ଆବଶ୍ୟକତା ଥିବା କହିଥିବାବେଳେ ଜୁକରବର୍ଗ ଓ ସୁନ୍ଦର ପିଚାଇ କୌଣସି ପ୍ରକାର ଭୁଲ୍‌ କାର୍ଯ୍ୟ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେମାନଙ୍କ କମ୍ପାନୀଗୁଡ଼ିକ ଇନୋଭେଶନ (ନବ ଅନ୍ବେଷଣ) ପାଇଁ ପରିବେଶ ସୃଷ୍ଟି କରିଥିବା ଯୁକ୍ତି ବାଢ଼ିଛନ୍ତି। ଏହାସହ ଆମେରିକା ନିୟମ କାନୁନ ଅନୁସାରେ ସମସ୍ତ କାର୍ଯ୍ୟ ହୋଇଥିବା କହିଛନ୍ତି। ଶୁଣାଣି ସମୟରେ ସମସ୍ତ କମ୍ପାନୀ ଉପରେ ଅନେକ ସଙ୍ଗିନ ଅଭିଯୋଗ ଅଣାଯାଇଥିଲା। ଜଣେ ଡେମୋକ୍ରାଟ ପ୍ରତିନିଧି ମାର୍କ ଜୁକରବର୍ଗଙ୍କୁ ୨୦୧୨ର ଏକ ମେସେଜ୍‌ ଦେଖାଇଥିଲେ, ଯେଉଁଥିରେ ସେ ଇନ୍‌ଷ୍ଟାଗ୍ରାମକୁ ଅଧିଗ୍ରହଣ କରିବା ପାଇଁ ଦାବି କରିଥିଲେ। ସେହି ସମୟରେ ଇନ୍‌ଷ୍ଟାଗ୍ରାମ ଏକ ପ୍ରତିଦ୍ୱନ୍ଦ୍ୱୀ ଫଟୋ ଶେୟାରିଂ ଆପ୍‌ ଥିଲା। ଇନ୍‌ଷ୍ଟ୍ରାଗ୍ରାମ୍‌ ତାର କ୍ଷତି କରିବ ବୋଲି ଫେସ୍‌ବୁକ୍‌ର ଭୟ ଥିଲା । ସେତେବେଳେ ଆଉ ଏକ ପ୍ରତିଦ୍ୱନ୍ଦ୍ୱୀ ଫେସ୍‌ବୁକ୍‌ର ଅଧିଗ୍ରହଣ ନୀତି ଉପରେ ପ୍ରଶ୍ନ ଉଠାଇ ଏହାକୁ ଭୂମି ଅଧିଗ୍ରହଣ ଭାବେ ଅଭିହିତ କରିଥିଲେ। ପ୍ରତିଦ୍ୱନ୍ଦ୍ୱୀ ଫେସ୍‌ବୁକ୍‌କୁ କହିଥିଲେ, ଆପଣ କୌଣସି ସମ୍ଭାବ୍ୟ ପ୍ରତିଯୋଗିତାର ବିପଦକୁ ଟାଳିବା ପାଇଁ ଇନ୍‌ଷ୍ଟାଗ୍ରାମକୁ କିଣିଲେ। ମିଶ୍ରଣ ଓ ଅଧିଗ୍ରହଣ ଅନୁସାରେ ସମ୍ଭାବ୍ୟ ପ୍ରତିଯୋଗିତା ବିପଦକୁ କିଣିବା ଆଣ୍ଟାଇଟ୍ରଷ୍ଟ ନିୟମର ଉଲ୍ଲଂଘନ। ସେହିପରି ଆପଲ ବିରୋଧରେ ଅଭିଯୋଗ ଅଣାଯାଇଛି ଯେ, ଏହି କମ୍ପାନୀ ନିଜ ଆପ୍‌ ଷ୍ଟୋର ଉପରେ ଅନ୍ୟ ଆପ୍‌ଗୁଡ଼ିକ ସ୍ଥାନରେ ନିଜର ଆପ୍‌କୁ ବେଶି ପ୍ରୋତ୍ସାହନ ଦେଇଥାଏ, ଯାହାକି ପ୍ରତିଯୋଗିତାର ବିରୁଦ୍ଧାଚରଣ। ଏପରି ସମୟରେ ଏହି କମ୍ପାନୀଗୁଡ଼ିକୁ ବିଭାଜିତ କରିଦିଆଯାଉ ବୋଲି କେତେଜଣ ସମାଲୋଚକ ଚାହୁଁଛନ୍ତି। ଟେକ୍‌ ଏକ୍ସପର୍ଟ ଡେନ୍‌ ଆଇସ୍‌ଙ୍କ ମତରେ ଓ୍ବାଶିଂଟନରେ ଝଡ଼ର ବାଦଲ ଘୋଟିଛି। କିନ୍ତୁ କଂଗ୍ରେସ ବଡ଼ ଟେକ୍‌ କମ୍ପାନୀଗୁଡ଼ିକୁ ବଦଳିବା ପାଇଁ ବାଧ୍ୟ କରିବା ଭଳି କୌଣସି ନୂଆ ଆଇନ ଆଣିବା ସମ୍ଭାବନା କମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri