Categories: ଜାତୀୟ

କଥା ରଖିଲା କଂଗ୍ରେସ, ହିମାଚଳ ପ୍ରଦେଶର ପ୍ରଥମ କ୍ୟାବିନେଟ ବୈଠକରେ ଲାଗୁ ହେଲା ପୁରୁଣା ପେନସନ ଯୋଜନା

ଶିମଲା,୧୩ ।୧: ହିମାଚଳ ପ୍ରଦେଶରେ ସୁଖବିନ୍ଦର ସିଂ ସୁଖୁ ସରକାର ଓଲଡ ପେନସନ ସ୍କିମ ଲାଗୁ କରିଛନ୍ତି । ହିମାଚଳ ପ୍ରଦେଶ କ୍ୟାବିନେଟର ପ୍ରଥମ ବୈଠକରେ କଂଗ୍ରେସ ସରକାର ପୁରୁଣା ପେନସନ ସ୍କିମକୁ ପୁଣିଥରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ମିଡିଆକୁ ବି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ନିର୍ବାଚନ ସମୟରେ କର୍ମଚାରୀଙ୍କ ସବୁଠାରୁ ବଡ ଦାବି ଥିଲା ପୁରୁଣା ପେନସନ ସ୍କିମ ଲାଗୁ କରିବା । ଆଉ ଏହାକୁ ପୂରଣ କରିବାକୁ କଂଗ୍ରେସ କଥା ଦେଇଥିବା ବେଳେ ଏବେ ସେ ତା’ର କଥା ରଖିଛି ।

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଚାର ସମୟରେ କଂଗ୍ରେସର ପ୍ରାୟ ସମସ୍ତ ନେତା ପୁରୁଣା ପେନସନ ସ୍କିମ ଲାଗୁ କରିବାକୁ କଥା ଦେଇଥିଲେ । ପ୍ରୟଙ୍କା ଗାନ୍ଧୀଙ୍କଠାରୁ ଆରମ୍ଭ କରି କଂଗ୍ରେସର ବରିଷ୍ଠ ନେତାଙ୍କ ପର୍ଯ୍ୟନ୍ତ ପୁରୁଣା ପେନସନ ସ୍କିମ ଲାଗୁ କରିବାକୁ କଥା ଦେଇଥିଲେ । ଏହି ପ୍ରସଙ୍ଗକୁ ନେଇ ଖୁବ୍ ରାଜନୀତି ବି ହୋଇଥିଲା । ହେଲେ ନିର୍ବାଚନ ପ୍ରଚାରରେ କଂଗ୍ରେସ ପକ୍ଷରୁ ପୁରୁଣା ପେନସନ ସ୍କିମ ଲାଗୁ କରିବା କଥା କୁହାଯିବା ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଭାରି ପଡିଥିଲା ଓ ଭାଜପା ଶାସନ କ୍ଷମତା ହରାଇଥିଲା ।

Share