Posted inଜାତୀୟ

କଂଗ୍ରେସର ବିରୋଧ ସତ୍ତ୍ୱେ ଆର୍‌ଏସ୍‌ଏସ୍‌ କାର୍ଯ୍ୟାଳୟରେ ପହଞ୍ଚିଯାଇଥିଲେ ପ୍ରଣବ: ଆଉ ତା’ ପରେ କରିଥିଲେ ସର୍ଜିକାଲ ଷ୍ଟ୍ରାଇକ୍‌ !

ନୂଆଦିଲ୍ଲୀ,୧।୯: ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି। ସୋମବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ମଙ୍ଗଳବାର ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ଦୀର୍ଘ ୫ ଦଶନ୍ଧି ଧରି ସେ ରାଜନୀତି ସହ ଜଡ଼ିତ ଥିବା ବେଳେ କଂଗ୍ରେସର ନେତା ରହିଥିଲେ। ହେଲେ ନିଜର ଅନ୍ୟ ବିଚାରଧାରାକୁ ନେଇ ତାଙ୍କୁ ସମ୍ମାନ ମିଳୁଥିଲା। ତାଙ୍କର ପରଲୋକ ହେବା ନେଇ ଖବର ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ସୋନିଆ ଗାନ୍ଧୀ ପର୍ଯ୍ୟନ୍ତ ନିଜର ଶୋକବ୍ୟକ୍ତ କରିଥିଲେ। ଏପରିକି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ମଧ୍ୟ ପରିବାରକୁ ସମବେଦନା ଜଣାଇଛନ୍ତି।

ପ୍ରଣବଙ୍କ ପ୍ରଶଂସା କରି ମୋହନ କହିଛନ୍ତି, ପ୍ରଣବଦା ସଂଘର ମାର୍ଗଦର୍ଶକ ଥିଲେ। ସେ ରାଜନୀତିରେ ଛୁଆଁଅଛୁଆଁ ଭଳି ଭାବନାକୁ ବିଶ୍ୱାସ କରୁ ନ ଥିଲେ। ରାଜନୈତିକ ଦୃଷ୍ଟିକୋଣରୁ ସେ କଂଗ୍ରେସର ଥିଲେ ହେଁ ଏକଦା ଆର୍‌ଏସ୍‌ଏସ୍‌ ପକ୍ଷରୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସଂଘ-ଶିକ୍ଷାବର୍ଗର ତୃତୀୟ ବର୍ଷ ପୂର୍ତ୍ତୀ ସମାରୋହରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ନାଗପୁରରେ ଥିବା ମୁଖ୍ୟାଳୟରେ ପହଞ୍ଚିଯାଇଥିଲେ। ଏହାକୁ ନେଇ ସେତେବେଳେ ଅନେକ ବିବାଦ ଉପୁଜିଥିଲା। ଅନେକ କଂଗ୍ରେସ ନେତା ଏହାକୁ ବିରୋଧ କରିଥିଲେ। ବିରୋଧ କରୁଥିବା ବ୍ୟକ୍ତିଙ୍କ ତାଲିକାରେ ତାଙ୍କ ଝିଅ ତଥା କଂଗ୍ରେସ ନେତ୍ରୀ ଶର୍ମିଷ୍ଠା ମୁଖାର୍ଜୀ ମଧ୍ୟ ଥିଲେ। ହେଲେ ପ୍ରଣବ ଚୁପ୍‌ ରହିଥିଲେ। ତାଙ୍କୁ ଆମନ୍ତ୍ରଣ କରିବା ପଛରେ କେବଳ ଏତିକି ଉଦ୍ଦେଶ୍ୟ ଥିଲା କି ସଂଘ କେବଳ ଗାନ୍ଧୀ ପରିବାରକୁ ବିରୋଧ କରେ କଂଗ୍ରେସକୁ ନୁହେଁ।

ଅପରପକ୍ଷେ ପ୍ରଣବ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ସଂଘର ପତାକାକୁ ପ୍ରଣାମ କରି ନ ଥିଲେ। ଏହାଛଡ଼ା ସେ ପ୍ରାର୍ଥନା ମଧ୍ୟ କରି ନ ଥିଲେ। ଏହାପରେ ସେ ଭାଷଣ ଦେଇ ସମସ୍ତ କଂଗ୍ରେସ ନେତାଙ୍କୁ ଚୁପ୍‌ କରାଇ ଦେଇଥିଲେ। ସେ ସଂଘକୁ ନେହେରୁ ଏବଂ ଗାନ୍ଧୀଙ୍କ ରାଷ୍ଟ୍ରବାଦର ପାଠ ପଢ଼ାଇଥିଲେ। ସେ କହିଥିଲେ, ଗାନ୍ଧୀ କହିଛନ୍ତି ଭାରତୀୟ ରାଷ୍ଟ୍ରବାଦ ବିଭେଦକାରୀ ନୁହେଁ, ନା ବିଧ୍ୱଂସକ। ଏହା ସେହି ରାଷ୍ଟ୍ରବାଦ ଯାହାକୁ ଡିସ୍କଭରି ଅଫ୍‌ ଇଣ୍ଡିଆରେ ବିସ୍ତୁତ ଭାବେ ପଣ୍ଡିତ ଜବାହାର ଲାଲ ନେହେରୁ ଦେଖାଇଛନ୍ତି। ରାଷ୍ଟ୍ରବାଦ ହିନ୍ଦୁ, ମୁସଲମାନ, ଶିଖ୍‌ ଏବଂ ଅନ୍ୟ ସମ୍ପ୍ରଦାୟର ଟଣାଯାଇଥିବା ରେଖାରୁ ବାହାରିପାରିବ। ଏହାର ଅର୍ଥ ନୁହେଁ ଯେ କୌଣସି ସମୂହ ସମ୍ପୂର୍ଣ୍ଣ ଲୋପ ପାଇଯିବ। ଏହାର ଅର୍ଥ ଏଭଳି ରାଷ୍ଟ୍ରିୟ ଦୃଷ୍ଟିକୋଣ ପ୍ରସ୍ତୁତ ହେଉ ଯାହା ସର୍ବୋପରେ ରହିବ। ପ୍ରଣବଙ୍କ ଏହି କଥା ଶୁଣି କଂଗ୍ରେସ ନେତା ଖୁସି ହୋଇଯାଇଥିଲେ। ଏପରିକି ସଂଘର ଘରେ ପଶି ସେ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିବା ପ୍ରତିକ୍ରିୟା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri