Posted inଜାତୀୟ

ନଡ୍ଡା-ବୋମ୍ମାଇଙ୍କ ବିରୋଧରେ ମାମଲା ରୁଜୁ କଲା କଂଗ୍ରେସ, ବିଧାନସଭା ନିର୍ବାଚନରେ ଜିତିବା ପାଇଁ ୩୦ ହଜାର କୋଟି ଟଙ୍କା ବଣ୍ଟନ ଷଡଯନ୍ତ୍ର…

ବେଙ୍ଗାଲୁରୁ,୨୫।୧ : ଚଳିତ ବର୍ଷ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଶାସକ ଭାଜପା ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ରାଜନୈତିକ ଛକାପଞ୍ଝା ଜାରି ରହିଛି। ସଦ୍ୟତମ ମାମଲାରେ କଂଗ୍ରେସ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଏବଂ ବିଧାୟକ ରମେଶ ଜାରକିହୋଲିଙ୍କ ବିରୋଧରେ ପୋଲିସ ଷ୍ଟେଶନରେ ମାମଲା ରୁଜୁ କରିଛି।

ଭାଜପା ନେତାମାନେ ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ଲାଞ୍ଚ ପ୍ରଦାନ କରୁଥିବା ଅଭିଯୋଗ କଂଗ୍ରେସ କରିଛି।
କଂଗ୍ରେସ ପକ୍ଷରୁ ରାଜ୍ୟ ଅଧ୍ୟକ୍ଷ ଡି.କେ ଶିବକୁମାର, ବିରୋଧୀ ଦଳର ନେତା ସିଦ୍ଧରମୈୟା ଅଭିଯୋଗ ପତ୍ରରେ ଦସ୍ତଖତ କରି ଏ ସମ୍ପର୍କରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ଭାଜପା ନେତା ରମେଶ ଜାରକିହୋଲି ନିକଟରେ ବେଲଗାଭିରେ ଏକ ସାଧାରଣ ସଭାରେ କହିଥିଲେ ଯେ ଯଦି କଂଗ୍ରେସ ବିଧାୟକମାନେ ୩ ହଜାର ଟଙ୍କା ମୂଲ୍ୟର ଉପହାର ଏବଂ ନଗଦ ଦେବେ, ତେବେ ମୁଁ ଭୋଟରଙ୍କୁ ୬ ହଜାର ଟଙ୍କା ମୂଲ୍ୟର ଉପହାର ଦେବି। ତେବେ ଭାଜପା ରମେଶଙ୍କ ବିବୃତ୍ତିରୁ ନିଜକୁ ଦୂରେଇ ରଖିଛି ଏବଂ ଏହାକୁ ତାଙ୍କର ବ୍ୟକ୍ତିଗତ ବିବୃତ୍ତି ବୋଲି କହିଛି। ରମେଶ ଗୋକକ ବିଧାନସଭାର ଜଣେ ବିଧାୟକ ଥିଲେ କିନ୍ତୁ ଏକ ଅଶ୍ଳୀଳ ଭିଡିଓ ମାମଲାରେ ତାଙ୍କ ନାମ ପ୍ରକାଶ ପାଇବା ପରେ ୨୦୨୧ ମସିହାରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା।

କଂଗ୍ରେସ ଅଭିଯୋଗ କରିଛି ଯେ ଭାଜପା ଗଣତନ୍ତ୍ରକୁ ଅପହରଣ କରିବାର ପ୍ରୟାସ କରୁଛି। ଆଇପିସିର ଧାରା ୧୭୧-ବି, ୧୦୭,୧୨୦-ବି, ୫୦୬ ଅନୁଯାୟୀ ଏହା ଏକ ଅପରାଧ। କର୍ନାଟକରେ ୫ କୋଟି ଭୋଟର ଅଛନ୍ତି ଏବଂ ଭାଜପା ୩୦ ହଜାର କୋଟି ଟଙ୍କା ବଣ୍ଟନ କରି ବିଧାନସଭା ନିର୍ବାଚନରେ ଜିତିବା ପାଇଁ ଏକ ବଡ ଷଡଯନ୍ତ୍ର କରୁଛି। କଂଗ୍ରେସ ଆଇଟି ବିଭାଗ ଏବଂ ଇଡିକୁ ଏହାର ତଦନ୍ତ କରିବାକୁ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri