Categories: ଜାତୀୟ

ତୁଟୁନି ପଞ୍ଜାବ କଂଗ୍ରେସ କଳି, ଲଞ୍ଚ ପାଇଁ ସିଦ୍ଧୁଙ୍କୁ ନିମନ୍ତ୍ରଣ କଲେନି ମୁଖ୍ୟମନ୍ତ୍ରୀ!

ଚଣ୍ଡିଗଡ,୧୯ ।୭: ପଞ୍ଜାବ କଂଗ୍ରେସରେ ଅର୍ଥାତ୍ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ନବ ନିର୍ବାଚିତ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଥିବା କଳହ ତୁଟୁ ନ ଥିବା ମନେ ହେଉଛି । ଯଦିଓ ସିଦ୍ଧୁଙ୍କୁ ଦଳ ହାଇକମାଣ୍ଡ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦ ଦେଇଛନ୍ତି ଏହାକୁ ହୁଏତ ସହଜ ଭାବେ ଗ୍ରହଣ କିରିପାରୁ ନାହାନ୍ତି ମୁଖ୍ୟମନ୍ତ୍ରୀ । ମିଳିଥିବା ସୂଚନାରୁ ଜଣାପଡିଛି କି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ୨୧ ଜୁଲାଇରେ ଏକ ଲଞ୍ଚ ପାର୍ଟିର ଆୟୋଜନ କରିଛନ୍ତି । ଏଥିରେ କଂଗ୍ରେସର ଏମ୍‌ପିମାନଙ୍କୁ ନିମନ୍ତ୍ରଣ ମିଳିଥିଲେ ବି ସିଦ୍ଧୁଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ଏଥିରୁ ସ୍ପଷ୍ଟ ଜଣାପଡୁଛି କି କ୍ୟାପଟେନ ଖୋଲା ଖୋଲି ଭାବେ ସିଦ୍ଧୁଙ୍କୁ ବିରୋଧ କରୁଛନ୍ତି ହେଲେ ଏନେଇ ସିଦ୍ଧୁଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଦଳ ହାଇକମାଣ୍ଡ ସିଦ୍ଧୁଙ୍କୁ ଗୁରୁ ଦାୟିତ୍ୱ ଦେବା ପରେ ସେ ପଟିଆଲର ଦୁଖ ନିବାରଣ ଗୁରୁଦ୍ୱାରରେ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହାସହ କାଳି ମନ୍ଦିର ଓ ମସଜିଦ ମଧ୍ୟ ଯାଇଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ସମସ୍ତ କାର୍ମୀଙ୍କୁ ନେଇ ସିଦ୍ଧୁ ଆଗକୁ ବଢିବାକୁ ଚାହୁଁଛନ୍ତି । ସୂଚନାଯୋଗ୍ୟ, ସିଦ୍ଧୁଙ୍କ ସହ ପଞ୍ଜାବ କଂଗ୍ରେସରେ ଆଉ ୪ କାର୍ଯ୍ୟକାରୀ ଅଧ୍ୟକ୍ଷ ମଧ୍ୟ ନିଯୁକ୍ତ ହୋଇଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅସହଯୋଗ ସିଦ୍ଧୁଙ୍କ ବାଟ ଓଗାଳିପାରେ ବୋଲି ଆଲୋଚନା ହେଉଛି ।

Share