Categories: ଜାତୀୟ

ହିମାଚଳ ପ୍ରଦେଶରେ ସଂଖ୍ୟାଗରିଷ୍ଠତା ମୁହାଁ କଂଗ୍ରେସ…

ଶିମଲା,୮।୧୨ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳରେ ରାଜ୍ୟର ୬୮ ବିଧାନସଭା ଆସନ ମଧ୍ୟରୁ ଭାଜପା ୨୭ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୩୮ ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟାନ୍ୟ ୪ ଆସନରେ ଆଗୁଆ ରହିଛନ୍ତି। ରାଜ୍ୟରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ତେବେ କଂଗ୍ରେସ ଧିରେଧିରେ ସଂଖ୍ୟାଗରିଷ୍ଠତା ମୁହାଁ ହେବାରେ ଲାଗିଛି।

ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୩୫ ରହିଛି। କଂଗ୍ରେସ ଏହି ମ୍ୟାଜିକ ନମ୍ବର ହାତେଇବାର ନିକଟତର ହେବାରେ ଲାଗିଛି।

 

Share