Posted inଜାତୀୟ

ଶେଷ ହେବାକୁ ଯାଉଛି ‘ଭାରତ ଯୋଡୋ ଯାତ୍ରା’

ନୂଆଦିଲ୍ଲୀ,୧୧।୧: ଅନ୍ତିମ ଚରଣରେ ପହଞ୍ଚିବାକୁ ଯାଉଛି କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରା। ଜାନୁୟାରୀ ୩୦ରେ ଏହାର ସମାପନ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ହେବ। ଏହାର ଭବ୍ୟ ସମାପନ ଲାଗି ଦେଶର ସର୍ବ ପୁରାତନ ଦଳ ନିଜର ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିବାକୁ ଯାଉଛି। ଜାନୁୟାରୀ ୨୦ରେ ଏହି ଯାତ୍ରା ଜମ୍ମୁ-କଶ୍ମୀରରେ ପ୍ରବେଶ କରିବାକୁ ଥିବା ବେଳେ ଜାନୁୟାରୀ ୩୦ରେ ଶ୍ରୀନଗରରେ ପତାକା ଉତ୍ତୋଳନ ସହ ଶେଷ ହେବ।

ଯାତ୍ରାର ଶେଷ ଚରଣ ଲାଗି ଶ୍ରୀନଗରରେ ୨୦୦ କୋଠରୀ ବୁକ୍‌ କରାଯାଇଛି। ତେବେ ସମାପନ ସମାରୋହରେ ଏନ୍‌ସି ମୁଖ୍ୟ ଫାରୁକ୍‌ ଅବଦୁଲ୍ଲା, ଓମାର ଅବଦୁଲ୍ଲା, ପିଡିପି ମୁଖ୍ୟ ମେହବୁବା ମୁଫତି, ୟୁସୁଫ ତାରାଗାମୀଙ୍କ ଭଳି ବିରୋଧୀ ଦଳ ନେତା ସାମିଲ ହେବେ ବୋଲି କୁହାଯାଉଛି।
ତେବେ ‘ଭାରତ ଯୋଡୋ’ରେ ସାମିଲ ହୋଇଥିବା ୧୬୩ଜଣ ଯାତ୍ରୀଙ୍କ ପାଇଁ ଏହା ସବୁଠାରୁ କଷ୍ଟକର ଯାତ୍ରା ହେବ। ପର୍ବତ ଆରୋହଣ ସାଙ୍ଗକୁ ପ୍ରବଳ ଥଣ୍ଡା ଯୋଗୁ ସେମାନଙ୍କ କଷ୍ଟ ଦ୍ୱିଗୁଣିତ ହେବ। ଲଖନପୁର ଦେଇ ଯାତ୍ରଆ ଜମ୍ମୁ କଶ୍ମୀରରେ ପ୍ରବେଶ କରିବ। ୯୦ କିମି ଚାଲିବା ପରେ ଏହା ଉଦାମପୁରରେ ପହଞ୍ଚିବ।

ଗଣତନ୍ତ୍ର ଦିବସ ଏବଂ ଭାରତ ଯୋଡୋ ଯାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାହୁଲଙ୍କ ଜେଡ୍‌ ପ୍ଲସ ସୁରକ୍ଷାକୁ ଦେଖି ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପରେଡ଼ରୁ ହଟିଲା ଦିଦିଙ୍କ ପ୍ରଜ୍ଞାପନ ମେଢ଼, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି…

କୋଲକାତା, ୧୬।୧: ଦିଲ୍ଲୀର ରାଜପଥରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ଼ରୁ ପ୍ରଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼କୁ ହଟାଇ ଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

ଖସି ପଡ଼ିଲା ମିଗ୍‌-୨୧ ଫାଇଟର ଜେଟ୍‌

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ବାୟୁ ସେନା (ଆଇଏଏଫ୍‌)ର ଏକ ମିଗ୍‌-୨୧ ଫାଇଟର ଜେଟ୍‌ ଶୁକ୍ରବାର ସନ୍ଧ୍ୟାରେ ରାଜସ୍ଥାନର ଜେସଲମେରରେ ଖସି ପଡ଼ିଛି। ବିମାନର ପାଇଲଟଙ୍କ ପତ୍ତା ମିଳିନାହିଁ।...

ମଝି ନଈରେ ଡଙ୍ଗାରେ ଓଢ଼ଣୀ ଉଡ଼ାଇ ନାଚୁଥିଲେ ମହିଳା, ଆଉ ତା’ ପରେ…

ଭୋପାଳ,୧୦।୧: ମଧ୍ୟପ୍ରଦେଶର ଖରଗୋନ ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ନର୍ମଦା ନଦୀରେ ୧୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି...

ମଲା ମୂଷା ଗନ୍ଧ ଯୋଗୁଁ ମିଟିଂ ସ୍ଥାନକୁ ବଦଳାଇଲେ କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୫।୧୦: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ମଲା ମୂଷାର ଗନ୍ଧ ଯୋଗୁଁ ସୋମବାର ଏକ ବୈଠକକୁ ମଝିରେ ଛାଡି ଦେଇଥିବା ଜଣାପଡ଼ିଛି। ବିଧାନସଭା ପରିସରରେ ଆୟୋଜିତ...

ଆଇଏସ ସହ ସମ୍ପର୍କ: ୩ ସନ୍ଦିଗ୍ଧଙ୍କୁ ଏନଆଇଏର ଜେରା

ନୂଆଦିଲ୍ଲୀ,୨୯ା୪: ଆଇଏସ ସହ ସମ୍ପର୍କ ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ କେରଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ପ୍ରଥମେ ୩ ସନ୍ଦିଗ୍ଧଙ୍କ ମଧ୍ୟରୁ...

ଏମ୍ସରେ ୬-୧୨ବର୍ଷ ପିଲାଙ୍କ ଉପରେ ହେବ କୋଭାକ୍ସିନ ଟ୍ରାଏଲ

ନୂଆଦିଲ୍ଲୀ,୧୪।୬: ଦେଶରେ କରୋନା ଭାଇରସ୍‌ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଲଗାତର ଭାବେ ଦୈନିକ ସଂକ୍ରମଣ ହ୍ରାସ ହେବାରେ ଲାଗିଛି। ବିଭିନ୍ନ ରାଜ୍ୟରେ କରୋନାର...

୭୦ ଦିନ ପରେ କଶ୍ମୀର ଘାଟିରେ ବାଜିଲା ୪୦ଲକ୍ଷ ଫୋନ

ଶ୍ରୀନଗର,୧୪।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବାର ଦୀର୍ଘ ୭୦ ଦିନ ପରେ ସୋମବାରରୁ ଘାଟିରେ ୪୦ଲକ୍ଷରୁ ଊର୍ଦ୍ଧ୍ୱ ମୋବାଇଲ ସେବା ଆରମ୍ଭ ହୋଇଛି। ଏହି ସବୁ...

ଅଯୋଧ୍ୟା ହିଁ ରାମଙ୍କ ଜନ୍ମସ୍ଥାନ

ନୂଆଦିଲ୍ଲୀ,୧୫।୭: ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଭଗବାନ ରାମ ଜଣେ ନେପାଳୀ ଓ ତାଙ୍କ ଜନ୍ମସ୍ଥାନ ଅଯୋଧ୍ୟା ନେପାଳରେ ରହିଛି ବୋଲି କହିବା ପରେ...

Advertisement
Archives

Model This Week