Categories: ଜାତୀୟ

କଂଗ୍ରେସର ନିଦ ଭାଙ୍ଗୁନାହିଁ: ମୋଦି

ନୂଆଦିଲ୍ଲୀ,୨୦।୭: ସଂସଦର ମୌସୁମୀ ଅଧିବେଶନରେ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଭାଜପା ସଂସଦୀୟ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ବର୍ଷିଥିଲେ। ଆସାମ, କେରଳ ଏବଂ ପଶ୍ଚିମବଙ୍ଗ ନିର୍ବାଚନରେ କଂଗ୍ରେସ ହାରିଛି, ତଥାପି ଦଳର ନିଦ ଭାଙ୍ଗୁ ନାହିଁ। ସେମାନେ ନିଜ ଅପେକ୍ଷା ଆମ ବିଷୟରେ ଅଧିକ ଚିନ୍ତା କରନ୍ତି ବୋଲି ମୋଦି କହିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଗୃହରେ ବିରୋଧୀଙ୍କ ମନୋଭାବକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥି ସହ ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ବରିଷ୍ଠ ମନ୍ତ୍ରୀଙ୍କ ସହ ଗୃହରେ ସରକାରଙ୍କ ରଣନୀତି ସମ୍ପର୍କରେ ଏକ ବୈଠକ କରିଛନ୍ତି। ଏଥିରେ ଗୃହମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ, ପ୍ରହ୍ଲାଦ ଯୋଶୀ ଏବଂ ଅନ୍ୟ ମନ୍ତ୍ରୀଙ୍କ ସହ ସେ ଆଲୋଚନା ମଧ୍ୟ କରିଛନ୍ତି। ଏହି ବୈଠକରେ ଗୃହରେ ବିରୋଧୀଙ୍କ ଉତ୍ତର ଦେବାକୁ ରଣନୀତି ଉପରେ ଆଲୋଚନା କରାଯାଇଥିଲା।

Share