Posted inଜାତୀୟ

କଂଗ୍ରେସରେ କାହାର ହେବାକୁ ଯାଉଛି ବିବାହ, ବାଣ୍ଟିବ ଓ୍ବେଡିଂ କାର୍ଡ

ନୂଆଦିଲ୍ଲୀ,୨୭।୧୦: କଂଗ୍ରେସ ବାଣ୍ଟିବ ବିବାହ କାର୍ଡ। ଆଗାମୀ ଭାଲେଣ୍ଟାଇନ ଡେ ପାଇଁ ଅଛି ସ୍ପେଶିଆଲ ପ୍ଲାନ। ନିମନ୍ତ୍ରଣ କାର୍ଡକୁ ଗୋଲାପୀ ଓ କମଳା ରଙ୍ଗରେ ସଜ୍ଜା ଯାଇଛି। ଅତିଥିଙ୍କୁ ସାଦରେ ନିମନ୍ତ୍ରଣ କରିବା ସହ ଦର୍ଶନଭିଳାଷୀ ଭାବରେ ପ୍ରଧାନମନ୍ତ୍ରୀ ମୋଦି-କେସିଆରଙ୍କ ନାଁ ରହିଛି। ବିବାହ ମଣ୍ଡପର ସ୍ଥାନ ରହିଛି କେସିଆର ଫାର୍ମ ହାଉସ।

ତେବେ ଆଗକୁ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ରାଜନୈତିକ ଦଳ ପ୍ରଚାର ପାଇଁ ଲାଗିପଡିଛନ୍ତି। ଏହି ସମୟରେ ତେଲଙ୍ଗାନା କଂଗ୍ରେସ ଏହି ବିବାହ କାର୍ଡକୁ ପ୍ରଚାର ପତ୍ର ଭାବେ ରାଜ୍ୟସାରା ବାଣ୍ଟିବା ଆରମ୍ଭ କରିଛି। ଏଥିରେ ବର-କନ୍ୟା ଅଛନ୍ତି ଭାଜପା-ବିଆରଏସ। ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏବଂ ଭାଜପା ମଧ୍ୟରେ ଥିବା ଅଘୋଷିତ ମେଣ୍ଟକୁ ପ୍ରମାଣ କରିବାକୁ ତେଲଙ୍ଗାନା କଂଗ୍ରେସ ରାଜ୍ୟର ସମସ୍ତ ୧୧୯ଟି ବିଧାନସଭାରେ ବିବାହ କାର୍ଡ ବଣ୍ଟନ କରିବାକୁ ଯାଉଛି।

ଆଗାମୀ ନିର୍ବାଚନ ପାଇଁ ତେଲଙ୍ଗାନା କଂଗ୍ରେସ ଅଣ୍ଟା ଭିଡିଥିବାବେଳେ ଏକ ନିଆରା ଢଙ୍ଗରେ ଜନସାଧାରଣଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛି। ବିବାହ କାର୍ଡରେ ବିଆରଏସ ୱେଡସ ଭାଜପା ଲେଖି ପରଦା ପଛରେ ଦୁଇଦଳ ଏକାଠି ଅଛନ୍ତି ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛି।

ଏହି ବିବାହ କାର୍ଡ ଗୋଲାପୀ ଓ କମଳା ରଙ୍ଗର ମିଶ୍ରଣରେ ପ୍ରସ୍ତୁତ ହୋଇଛି। ଗୋଲାପୀ ବିଆରଏସ ଓ କମଳା ଭାଜପାର ରଙ୍ଗକୁ ନେଇ ବିବାହ କାର୍ଡ ପ୍ରସ୍ତୁତ ହୋଇଛି। ମଦ ଦୁର୍ନୀତିରେ କେସିଆରଙ୍କ ପରିବାର ଜେଲ ଯିବେ ନାହିଁ ବୋଲି ଭାଜପା ତାହା ଯୌତୁକ ଦେବ ବୋଲି ନିଷ୍ପତ୍ତି ନେଇଥିବା କାର୍ଡରେ ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri