Posted inଜାତୀୟ

କଂଗ୍ରେସରେ କାହାର ହେବାକୁ ଯାଉଛି ବିବାହ, ବାଣ୍ଟିବ ଓ୍ବେଡିଂ କାର୍ଡ

ନୂଆଦିଲ୍ଲୀ,୨୭।୧୦: କଂଗ୍ରେସ ବାଣ୍ଟିବ ବିବାହ କାର୍ଡ। ଆଗାମୀ ଭାଲେଣ୍ଟାଇନ ଡେ ପାଇଁ ଅଛି ସ୍ପେଶିଆଲ ପ୍ଲାନ। ନିମନ୍ତ୍ରଣ କାର୍ଡକୁ ଗୋଲାପୀ ଓ କମଳା ରଙ୍ଗରେ ସଜ୍ଜା ଯାଇଛି। ଅତିଥିଙ୍କୁ ସାଦରେ ନିମନ୍ତ୍ରଣ କରିବା ସହ ଦର୍ଶନଭିଳାଷୀ ଭାବରେ ପ୍ରଧାନମନ୍ତ୍ରୀ ମୋଦି-କେସିଆରଙ୍କ ନାଁ ରହିଛି। ବିବାହ ମଣ୍ଡପର ସ୍ଥାନ ରହିଛି କେସିଆର ଫାର୍ମ ହାଉସ।

ତେବେ ଆଗକୁ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ରାଜନୈତିକ ଦଳ ପ୍ରଚାର ପାଇଁ ଲାଗିପଡିଛନ୍ତି। ଏହି ସମୟରେ ତେଲଙ୍ଗାନା କଂଗ୍ରେସ ଏହି ବିବାହ କାର୍ଡକୁ ପ୍ରଚାର ପତ୍ର ଭାବେ ରାଜ୍ୟସାରା ବାଣ୍ଟିବା ଆରମ୍ଭ କରିଛି। ଏଥିରେ ବର-କନ୍ୟା ଅଛନ୍ତି ଭାଜପା-ବିଆରଏସ। ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏବଂ ଭାଜପା ମଧ୍ୟରେ ଥିବା ଅଘୋଷିତ ମେଣ୍ଟକୁ ପ୍ରମାଣ କରିବାକୁ ତେଲଙ୍ଗାନା କଂଗ୍ରେସ ରାଜ୍ୟର ସମସ୍ତ ୧୧୯ଟି ବିଧାନସଭାରେ ବିବାହ କାର୍ଡ ବଣ୍ଟନ କରିବାକୁ ଯାଉଛି।

ଆଗାମୀ ନିର୍ବାଚନ ପାଇଁ ତେଲଙ୍ଗାନା କଂଗ୍ରେସ ଅଣ୍ଟା ଭିଡିଥିବାବେଳେ ଏକ ନିଆରା ଢଙ୍ଗରେ ଜନସାଧାରଣଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛି। ବିବାହ କାର୍ଡରେ ବିଆରଏସ ୱେଡସ ଭାଜପା ଲେଖି ପରଦା ପଛରେ ଦୁଇଦଳ ଏକାଠି ଅଛନ୍ତି ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛି।

ଏହି ବିବାହ କାର୍ଡ ଗୋଲାପୀ ଓ କମଳା ରଙ୍ଗର ମିଶ୍ରଣରେ ପ୍ରସ୍ତୁତ ହୋଇଛି। ଗୋଲାପୀ ବିଆରଏସ ଓ କମଳା ଭାଜପାର ରଙ୍ଗକୁ ନେଇ ବିବାହ କାର୍ଡ ପ୍ରସ୍ତୁତ ହୋଇଛି। ମଦ ଦୁର୍ନୀତିରେ କେସିଆରଙ୍କ ପରିବାର ଜେଲ ଯିବେ ନାହିଁ ବୋଲି ଭାଜପା ତାହା ଯୌତୁକ ଦେବ ବୋଲି ନିଷ୍ପତ୍ତି ନେଇଥିବା କାର୍ଡରେ ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri