ଭଉଣୀଙ୍କ କଙ୍କାଳ ଧରି ବ୍ୟାଙ୍କକୁ ଯିବା ଘଟଣା: ତ୍ୱରିତ ନ୍ୟାୟିକ ତଦନ୍ତ ସହ ଏତେ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲା କଂଗ୍ରେସ

ପାଟଣା,୩୦।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ମୃତ ଭଉଣୀଙ୍କ କଙ୍କାଳ ଖୋଳି ମଲ୍ଲିପୋଷି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସମ୍ମୁଖରେ ରଖିବା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମଙ୍ଗଳବାର ପ୍ରଶାସନ ତରଫରୁ ଜମା ଟଙ୍କା ସହ ସହ ରେଡକ୍ରସରୁ ଆର୍ଥିକ ସହାୟତା ଯୋଗାଇ ଦେବା ପରେ ଗୁରୁବାର ଆରଡି ତଦନ୍ତ କରୁଥିବାବେଳେ ସମୟରେ କଂଗ୍ରେସର ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଏକ ଟିମ ପହଞ୍ଚିଥିଲା। ନିରଞ୍ଜନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସାଧାରଣ ଲୋକେ, ପ୍ରଶାସନ ଓ ବ୍ୟାଙ୍କ କର୍ମଚାରୀମାନେ ଜିତୁଙ୍କ ପ୍ରତି ମାନବିକତା ଦେଖାଇଥିଲେ ଏଭଳି ଘଟଣା ଘଟି ନଥାନ୍ତା। ସମାଜରେ ଭାଇଚାରା ନଷ୍ଟ ହୋଇଥିବାରୁ ଏଭଳି ଘଟିଛି। ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦରକାର। ଏବେ ବି ଜିତୁ ଭତ୍ତା, ଘର, ରାଶନ କାର୍ଡ ପାଇନାହାନ୍ତି। ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆଦିବାସୀମାନେ ନିଷ୍ପେସିତ ହେଉଥିବା ବେଳେ ମୋହନ ମାଝି ବଂଶୀ ବଜାଉଛନ୍ତି। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନ୍ୟାୟିକ ବ୍ୟବସ୍ଥା ତଦନ୍ତ ସହ ସରକାର ଜିତୁଙ୍କ ଆକାଉଣ୍ଟରେ ୧୦ଲକ୍ଷ ଡିପୋଜିଟ କରାଇବାକୁ ଦାବି କରିଛନ୍ତି।

ଏହି ସମୟରେ ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା, ଜିଲା କଂଗ୍ରେସ ସଭାପତି ମନୋଜ କୁମାର ଜେନା, ରାଜ୍ୟ ଆଦିବାସୀ ସେଲ ସଭାପତି ଯୋଷବନ୍ତ ନାରାୟଣ ଲାଗୁରି, କଂଗ୍ରେସ ଏମପି ପ୍ରାର୍ଥୀ ଇଁ ବିନୋଦ ବିହାରୀ ନାଏକ, ଜିଲା ଯୁବ କଂଗ୍ରେସ ସଭା ପତି ସୁନେଶ ଧୀର, ପୂର୍ବତନ ରାଜ୍ୟ କଂଗ୍ରେସ ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ବିଦ୍ୟାଧର ଦାଶ, ପୂର୍ବତନ ବ୍ଲକ ସଭାପତି ଲକ୍ଷ୍ମଣ ଦାଶ, ବ୍ଲକ କଂଗ୍ରେସ ସଭାପତି ଗୋବିନ୍ଦ ମହାନ୍ତ, ଡୁମୁରିଆ ସରପଞ୍ଚ ଗୌର ହରି ନାଏକ, ଟାଙ୍ଗର ପଡ଼ା ସରପଞ୍ଚ ଅନିରୁଦ୍ଧ ନାଏକ,ବରିଷ୍ଠ ନେତା କୈଳାସ ବାରିକ, ଗ୍ୟାନେନ୍ଦ୍ର ମିଶ୍ର, ଦିଲ୍ଲୀପ କୁମାର ଦାଶ ପ୍ରମଖ ସାମିଲ ହୋଇଥିଲେ।

Odisha’s No.1 Odia Daily

Share