Posted inଜାତୀୟ

ଜାତି ଜନଗଣନା ପାଇଁ କଂଗ୍ରେସର ଦାବି

ନୂଆଦିଲ୍ଲୀ,୧୮।୪(ପି.ଟି.): ବିରୋଧୀଙ୍କୁ ସମାଲୋଚନା କରିବା ଲାଗି କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ଜାତିଭିତ୍ତିକ ରାଜନୀତି କରିବା ସହ ଦେଶରେ ସାମାଜିକ-ଅର୍ଥନୈତିକ ଓ ଜାତି ଜନଗଣନାକୁ ଅଟକାଇଥିବା କଂଗ୍ରେସ ସୋମବାର ଅଭିଯୋଗ କରିଛି। ଅବହେଳିତ ବର୍ଗ ଫମ୍ପା ପ୍ରତିଶ୍ରୁତି ନୁହେଁ, ଅର୍ଥନୈତିକ ଓ ରାଜନୈତିକ କ୍ଷମତା ଚାହାନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିବା ସହ ୫୦ ପ୍ରତିଶତ କୋଟା ସୀମା ହଟାଇଦେବାକୁ ଆହ୍ବାନ ଦେଇଛନ୍ତି। ସଂଖ୍ୟା ଆଧାରରେ ଦଳିତ ଓ ଜନଜାତିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରଖିବାକୁ ସେ ଦାବି କରିଛନ୍ତି। ସାନି ଜାତିଭିତ୍ତିକ ଜନଗଣନା ଦାବିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି। ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଅର୍ଥପୂର୍ଣ୍ଣ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ କାର୍ଯ୍ୟକ୍ରମ ପାଇଁ ଭରସାଯୋଗ୍ୟ ଡାଟାବେସ୍‌ ଅତି ଜରୁରୀ ବୋଲି ଖାର୍ଗେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଖାର୍ଗେ ଓ ଅନ୍ୟ କଂଗ୍ରେସ ନେତାମାନେ ପାର୍ଲାମେଣ୍ଟର ଉଭୟ ଗୃହରେ ଜାତି ଜନଗଣନା ପ୍ରସଙ୍ଗ ଅନେକ ଥର ଉଠାଇଛନ୍ତି। ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ଜାତି ଜନଗଣନା ପାଇଁ ଦାବି କରିଆସୁଥିବା କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି।
୨୦୧୧-୧୨ରେ ଉପା ସରକାର ସାମାଜିକ ଅର୍ଥନୈତିକ ଓ ଜାତି ଜନଗଣନା କରିଥିଲା। ପ୍ରାୟ ୨୫ କୋଟି ପରିବାରରୁ ଏନେଇ ତଥ୍ୟ ସଂଗ୍ରହ କରାଯାଇଥିଲା। ୨୦୧୪ ମେ’ରେ ଭାଜପା ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରେ କଂଗ୍ରେସ ଓ ଅନ୍ୟ ଦଳର ଏମ୍‌ପିମାନଙ୍କ ଦାବି ସତ୍ତ୍ୱେ ଉକ୍ତ ଜାତିଭିତ୍ତିକ ତଥ୍ୟ ପ୍ରକାଶ ପାଇପାରିଲା ନାହିଁ ବୋଲି ଖାର୍ଗେ କହିଛନ୍ତି। ପ୍ରତି ଦଶ ବର୍ଷରେ ହେଉଥିବା ଜନଗଣନା ୨୦୨୧ରେ ହେବାକୁ ଥିବାବେଳେ ତାହା ଏପର୍ଯ୍ୟନ୍ତ ହୋଇନାହିଁ। ତୁରନ୍ତ ଜନଗଣନା ସହ ବିସ୍ତୃତ ଜାତି ଗଣନା କରାଯାଉ ବୋଲି କଂଗ୍ରେସ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri