Categories: ଜାତୀୟ

ମଧ୍ୟପ୍ରଦେଶରେ ନିର୍ବାଚନୀ ହିଂସା: କାର ଚଳାଇ କଂଗ୍ରେସ ସମର୍ଥକ ସଲମାନଙ୍କୁ ହତ୍ୟା

ଭୋପାଳ,୧୭।୧୧: ନିର୍ବାଚନ ପ୍ରଚାର ପରେ ଆରମ୍ଭ ହୋଇଯାଇଛି ମତଦାନ ପ୍ରକ୍ରିୟା। ଶୁକ୍ରବାର ମଧ୍ୟପ୍ରଦେଶ ଓ ଛତିଶଗଡରେ ମତଦାନ ହୋଇଛି। ନିର୍ବାଚନ ପ୍ରଚାର ଶାନ୍ତିପୂର୍ଣ୍ଣ ହୋଇଥିବାବେଳେ ଭୋଟିଂ ଦିନ ମଧ୍ୟପ୍ରଦେଶର କେତେକ ସ୍ଥାନରେ ହିଂସା ଦେଖାଦେଇଛି। ଏପରିକି ହିଂସା ଯୋଗୁ ଜଣେ କଂଗ୍ରେସ ସମର୍ଥକଙ୍କୁ ହତ୍ୟା କରାଯାଇଛି। ଛତରପୁରର ରାଜନଗରରେ ଭାଜପା-କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ସମସ୍ୟା ଉପୁଜି ଜଣେ କଂଗ୍ରେସ ସମର୍ଥକ ସଲମାନଙ୍କ ମୃତ୍ୟୁ ହୋଇଛି। କଂଗ୍ରେସ ଅଭିଯୋଗ କରିଛି କି, ଭାଜପା କାର୍ଯ୍ୟକର୍ତ୍ତା ତାଙ୍କୁ ଗାଡି ମାଡ କରି ହତ୍ୟା କରିଛନ୍ତି।
୩୪ବର୍ଷିୟ ସଲମାନ ମଧ୍ୟପୟଦେଶର ଖୁଜରାହୋର ବାସିନ୍ଦା ଅଟନ୍ତି। ସଲମାନ ସେଠକାର ବିଧାୟକ ବିକୟମ ସିଂହଙ୍କ ସହ ଅକୋନା ଗାଁକୁ ଯାଉଥିଲେ। କାରଣ ତାଙ୍କୁ ସେଠାରେ ମଦ ବଣ୍ଟା ଯାଉଥିବାର ସୂଚନା ମିଳିଥିଲା। ତେବେ ସେଠାରେ ପହଞ୍ଚିବା ପରେ ଭାଜପା ଓ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ ବିଧାୟକ ଅଭିଯୋଗ କରିଛନ୍ତି କି, ଭାଜପା କାର୍ଯ୍ୟକର୍ତ୍ତା ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଭାଜପା କାର୍ଯ୍ୟକର୍ତ୍ତା ଓ ପ୍ରାର୍ଥୀ ଅରବିନ୍ଦ ପଟୋରିଆଙ୍କ ସମର୍ଥକ ତାଙ୍କୁ ବନ୍ଧୁକ ଦେଖାଇ ସଲମାନଙ୍କୁ ଘଟଣାସ୍ଥଳରୁ ଘୋଷାଡି ନେଇଥିଲେ। ଏପହାପରେ ସଲମାନଙ୍କ ଉପରେ କାର୍‌ ଚଳାଇ ତାଙ୍କୁ ହତ୍ୟା କରିଥିଲେ। ହସ୍ପିଟାଲ ନେବା ସମୟରେ ସଲମାନଙ୍କର ମୃତ୍ୟୁ ହୋଇଯାଇଥିଲା।
ଅନ୍ୟପଟେ ଭାଜପା ପ୍ରାର୍ଥୀ ଅରବିନ୍ଦ କଂଗ୍ରେସ ବିଧାୟକଙ୍କ ଏହି ଅଭିଯୋଗକ ଖାରଜ କରିଛନ୍ତି। ସେ କହିଛନ୍ତି, ରାଜନୈତିକ ଲାଭ ପାଇବା ଆଶାରେ ଦୁର୍ଘଟଣାକୁ ହତ୍ୟା ରୂପ ଦିଆଯାଉଛି।

Share