Posted inଜାତୀୟ

୪୮ ଘଣ୍ଟାରେ କଂଗ୍ରେସ ସଂଗ୍ରହ କଲା ୩ କୋଟି ଚାନ୍ଦା, ବିହାର-ମହାରାଷ୍ଟ୍ରରୁ ଅଧିକ ଲୋକ ସାମିଲ…

ନୂଆଦିଲ୍ଲୀ,୨୧।୧୨ : କଂଗ୍ରେସ ପାର୍ଟି ମାତ୍ର ୪୮ ଘଣ୍ଟା ମଧ୍ୟରେ କ୍ରାଉଡ ଫଣ୍ଡିଂ ମାଧ୍ୟମରେ ୩ କୋଟି ଟଙ୍କା ସଂଗ୍ରହ କରିଛି। ଏପର୍ଯ୍ୟନ୍ତ ପ୍ରାୟ ୧,୧୩,୦୦୦ ଲୋକ ଦାନ କରିଛନ୍ତି। ୨୦୨୪ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ପାଇଁ ସମ୍ବଳ ସଂଗ୍ରହ ଲାଗି ଏକ ଅଭିଯାନ ଆରମ୍ଭ କରିଛି।
ଦେଶବ୍ୟାପୀ କ୍ରାଉଡ ଫଣ୍ଡିଂ ଅଭିଯାନ ‘ଦେଶ ପାଇଁ ଦାନ’ ଆରମ୍ଭ କରାଯାଇଛି। ବୁଧବାର ସକାଳ ୯ ଟା ପର୍ଯ୍ୟନ୍ତ କଂଗ୍ରେସ ୨.୮୧ କୋଟି ଟଙ୍କା ସଂଗ୍ରହ କରିଛି। ପାର୍ଟି ସୂତ୍ରରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଅଧିକାଂଶ ଦାତା ୧୩୮ ଟଙ୍କା ଦାନ କରିଛନ୍ତି।
କେବଳ ୩୨ ଜଣ ଲୋକ ୧.୩୮ ଲକ୍ଷ ଟଙ୍କା ଦାନ କରିଛନ୍ତି। କଂଗ୍ରେସ ପାର୍ଟି ଏହାର ୧୩୮ ତମ ବାର୍ଷିକୀ ପାଳନ କରୁଛି । ୬୨୬ ଜଣ ୧୩,୦୦୦ ଏବଂ ୬୮୦ ଟଙ୍କା ଦାନ କରିଛନ୍ତି।
ଯେଉଁ ନେତାମାନେ ୧.୩୮ ଲକ୍ଷ ଟଙ୍କା ଦାନ କରିଛନ୍ତି ସେମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ, ଅଶୋକ ଗେହଲଟ, ସିପି ଯୋଶୀ, ନିରଂଜନ ପଟ୍ଟନାୟକ, ସୁଶୀଲ କୁମାର ସିନ୍ଦେ, ଟିଏସ ସିଂ ଦେଓ, ଜୟରାମ ରମେଶ ଏବଂ ପୱନ ଖେଡା ଅଛନ୍ତି।

ସୂଚନାନୁସାରେ, ୧୧ ଲକ୍ଷରୁ ଅଧିକ ଲୋକ Donateinc.in ପରିଦର୍ଶନ କରିଥିଲେ। ଏହି ସାଇଟ ୨୦ ହଜାର ରୁ ଅଧିକ ବଟ ଆକ୍ରମଣର ସମ୍ମୁଖୀନ ହୋଇଥିଲା ।
ସୂଚନାନୁସାରେ, କଂଗ୍ରେସ ଦଳ ରାଜ୍ୟମାନଙ୍କରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପଠାଇ ରାଜ୍ୟ ନେତାଙ୍କ ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ଏହା କରୁଛି। ସେହିଭଳି ଦେଶର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ବୁଥ ପିଛା ଅତି କମରେ ୧୦ ଜଣଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ଦ୍ୱାରରୁ ଦ୍ୱାର ଅଭିଯାନ ଖୁବ ଶୀଘ୍ର ଆରମ୍ଭ ହେବ।
ପ୍ରଥମ ଥର ପାଇଁ ଦଳ ସାଧାରଣ ସଭା ସମୟରେ କ୍ୟୁଆର କୋଡ ମାଧ୍ୟମରେ ସାଧାରଣ ଜନତାଙ୍କଠାରୁ ଟଙ୍କା ମାଗିବ।
ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ପିନ୍ଧିଥିବା ଟି-ସାର୍ଟ ଏବଂ କ୍ୟାପ ଭଳି ସାମଗ୍ରୀ ରାହୁଲଙ୍କ ସ୍ବାକ୍ଷର ସହିତ ବିକ୍ରି କରାଯିବ।

ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରୁ କଂଗ୍ରେସ ସର୍ବାଧିକ ଦାନ ସଂଗ୍ରହ ହୋଇଛି। ରାଜ୍ୟରୁ ୫୬ ଲକ୍ଷ ଟଙ୍କା ସଂଗୃହୀତ ହୋଇଛି। ଏହା ପରେ ରାଜସ୍ଥାନରୁ ୨୬ ଲକ୍ଷ ଟଙ୍କା, ଦିଲ୍ଲୀରୁ ୨୦ ଲକ୍ଷ ଟଙ୍କା, ଉତ୍ତରପ୍ରଦେଶ ୧୯ ଲକ୍ଷ ଟଙ୍କା ଏବଂ କର୍ନାଟକରୁ ୧୮ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଛି।
କଂଗ୍ରେସ ସୂତ୍ରରୁ ପ୍ରକାଶ ୟୁପିଆଇ ମାଧ୍ୟମରେ ୮୧ ପ୍ରତିଶତ ଲୋକ ଦାନ କରିଛନ୍ତି। କ୍ରେଡିଟ କାର୍ଡ ମାଧ୍ୟମରେ ପ୍ରାୟ ୮ ପ୍ରତିଶତ ଦାନ ଆସିଛି। ଅଧିକାଂଶ ଦାତା ବିହାରର। ତେବେ ସେମାନଙ୍କର ଟଙ୍କା ପରିମାଣ କମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇରେ ଧରାପଡ଼ିଲେ ଭାରତର ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ! ଖୁବଶୀଘ୍ର ଆସିବେ ଭାରତ

ନୂଆଦିଲ୍ଲୀ,୨୪।୩: ଭାରତର ଡ୍ରଗ ମାଫିଆଙ୍କ ଜଣେ ପ୍ରମୁଖ ବ୍ୟକ୍ତି ଜସବିନ୍ଦର ଓରଫ ‘ଜାଜ’କୁ ଦୁବାଇରେ ଗିରଫ କରାଯାଇଛି। ଭାରତୀୟ ଏଜେନ୍ସିଗୁଡ଼ିକର ନିର୍ଦ୍ଦେଶରେ ଇଣ୍ଟରପୋଲ ସହାୟତାରେ ଏହି ଅପରେଶନ…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଇସ୍ରାଏଲ ଉପରେ ମିଶାଇଲ୍ ଆଟାକ୍ କଲା ଇରାନ, ତେହରାନ୍‌ ଆମେରିକା ସହ ଆଲୋଚନା ପାଇଁ ମନାକରିବାରୁ ପୁଣି ବଢ଼ିଲା ତେଲ ଦର

ତେହରାନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଆଲୋଚନା ଆରମ୍ଭ କରିବା ପାଇଁ ପ୍ରୟାସ ତୀବ୍ର ହୋଇଛି । ତଥାପି, ପରିସ୍ଥିତି ସ୍ୱାଭାବିକ…

ଇରାନ-ଆମେରିକା ଯୁଦ୍ଧରେ ପାକିସ୍ତାନର ମଧ୍ୟସ୍ଥତାକୁ ନେଇ ଖପ୍ପା ହେଲାଣି କଂଗ୍ରେସ

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଏଡାଇବା ପାଇଁ ଇରାନ ଏବଂ ଆମେରିକା ଆଲୋଚନାରେ ସାମିଲ ହେବାକୁ ରାଜି ହୋଇଛନ୍ତି। ଆମେରିକାର ରାଷ୍ଟ୍ରପତି ଦାବି କରିଛନ୍ତି ଯେ ତିନୋଟି ଦେଶ ଏହି…

ବାଲେଶ୍ଵର ଅରଡ ବଜାରରେ ଗୁଳିକାଣ୍ଡ, ଦୁଇ ଯୁବକ…

ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା…

ଦୂର ହେବ ଚିନ୍ତା! LPG-Petrol ନେଇ ଭାରତ ଆସୁଛି ଆଉ ୩ ଜାହାଜ, ପାର କଲା Strait of Hormuz

ନୂଆଦିଲ୍ଲୀ,୨୪।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ସଂଘର୍ଷ ଏବଂ ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଯୋଗୁ ଦେଖାଦେଇଥିବା ରୋଷେଇ ଗ୍ୟାସର ଅଭାବ ପାଇଁ ଏବେ ଆଶ୍ୱସ୍ତି ଆଶା…

ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା….

କଟକ,୨୪।୩: କଟକ ଲିଙ୍କ୍‌ରୋଡରେ ଥିବା LIC ଅଫିସ୍‌ରେ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ବିଲ୍ଡିଂ । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ବର୍ତ୍ତମାନ…

ଯୁଦ୍ଧରେ ରୁଷିଆର ଏଣ୍ଟ୍ରିକୁ ନେଇ ଏମିତି କହିଲା ୟୁକ୍ରେନ, ସଭିଏଁ ଚକିତ!

କ୍ୱିଭ,୨।୪୩: ପଶ୍ଚିମ ଏସିଆରେ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏକ ପ୍ରମୁଖ ଦାବି କରିଛନ୍ତି। ମଙ୍ଗଳବାର, ଜେଲେନ୍ସକି କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri