Posted inଜାତୀୟ

ବିରୋଧୀ ଏକାଠି ଉପରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କଲା କଂଗ୍ରେସ

ଚେନ୍ନାଇ,୧।୩: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଜନ୍ମଦିନ ଅବସରରେ ବୁଧବାର ଚେନ୍ନାଇରେ ଡିଏମକେ ଏକ ବିଶାଳ ସମାବେଶ ଆୟୋଜନ କରିଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ସମେତ ବହୁ ବରିଷ୍ଠ ନେତା ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ଖାର୍ଗେ ବିରୋଧୀ ଏକାଠି ଉପରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
ଖାର୍ଗେ କହିଛନ୍ତି ଯେ, ବିରୋଧୀ ଏକାଠି ହେଲେ ତାର କିଏ ନେତୃତ୍ୱ ନେବେ କିମ୍ବା କିଏ ପ୍ରଧାନମନ୍ତ୍ରୀ ହେବେ ତାହା ଆମେ କହୁ ନାହୁଁ, ତାହା ପ୍ରଶ୍ନ ନୁହେଁ। ଆମେ ଏକାଠି ଯୁଦ୍ଧ କରିବାକୁ ଚାହୁଁଛୁ। ୨୦୨୪ ନିର୍ବାଚନ ପୂର୍ବରୁ ଆମେ ଆମର ସହଯୋଗକୁ ମଜଭୁତ ଜାରି ରଖିବା ଉଚିତ୍‌। ତାମିଲନାଡୁରେ କଂଗ୍ରେସ-ଡିଏମକେ ମିଳିତ ମେଣ୍ଟ ୨୦୦୪, ୨୦୦୯ରେ ଲୋକ ସଭା, ୨୦୦୬ ଏବଂ ୨୦୨୧ରେ ବିଧାନସଭାରେ ବିଜୟ ହାସଲ କରିଛି। ତେଣୁ ଏହି ମେଣ୍ଟକୁ ଆହୁରି ମଜଭୁତ କରିବାକୁ ପଡିବ।
ସେ ଆହୁରି ମଧ୍ୟ କହିଛନ୍ତି, ଭାଜପା ସରକାରଙ୍କ ବିଫଳତା ହେତୁ୨୩ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର ସୀମାରେଖା ତଳେ ଠେଲି ଦିଆଯାଇଛି। ମୁଦ୍ରାସ୍ଫୀତି ଦ୍ୱାରା ସାଧାରଣ ଲୋକ ଅସୁବିଧାରେ ପଡ଼ିଛନ୍ତି, ଯୁବକମାନେ ବେକାରୀ ଦ୍ୱାରା ପ୍ରଭାବିତ ହୋଇଛନ୍ତି, କିନ୍ତୁ ନିର୍ବାଚନ ଜିତିବା ପାଇଁ ଭାଜପା ସମାଜକୁ ଧ୍ରୁବୀକରଣ କରିବାକୁ ଆଗ୍ରହୀ।
ଏହି ରାଲିରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସଭାପତି ଏମ.କେ ଷ୍ଟାଲିନ କହିଛନ୍ତି, ଏହା କେବଳ ମୋର ଜନ୍ମଦିନ ପାଳନ ପାଇଁ ଏକ ପ୍ଲାଟଫର୍ମ ନୁହେଁ, ଏହା ଭାରତରେ ଏକ ବିରାଟ ରାଜନୈତିକ ପ୍ଲାଟଫର୍ମର ଆରମ୍ଭ ମଧ୍ୟ। ଏକ ସାଧାରଣ ପ୍ଲାଟଫର୍ମ ସୃଷ୍ଟି କରି ମୋର ଜନ୍ମଦିନରେ ଏହି ଉପହାର ପାଇଁ ମୁଁ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଧନ୍ୟବାଦ ଦେଉଛି। ଆଗାମୀ ଲୋକସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବା ପାଇଁ ରାଜନୈତିକ ଦଳମାନେ ମତଭେଦଠାରୁ ଉର୍ଦ୍ଧ୍ୱରେ ଏକାଠି ହେବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri