ଡାକ୍ତରଙ୍କ ବଦଳିକୁ ନେଇ କଂଗ୍ରେସ-ନାଗରିକ ମଞ୍ଚ ମୁହଁାମୁହିଁ

ଉମରକୋଟ,୨୭ା୪(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସୁମନ୍ତ ରାଉଳଙ୍କ ବଦଳି ନେଇ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା। କଂଗ୍ରେସ ତାଙ୍କ ବଦଳି ଚାହୁଁଥିବା ବେଳେ ଏହାକୁ ନାଗରିକ ମଞ୍ଚ ଓ ଆଶାକର୍ମୀମାନେ ବିରୋଧ କରିବା ସହ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଉ ଜଣେ ସ୍ତ୍ରୀ ଓ ପ୍ରସୂତି ଡାକ୍ତର ଓ ଆନାସ୍ଥାସିଆ ଡାକ୍ତର ଯୋଗାଇ ଦେବାକୁ ଦାବି କରିଥିଲେ। ବୁଧବାର ନାଗରିକ ମଞ୍ଚ, ଆଶାକର୍ମୀ ଓ କଂଗ୍ରେସ କର୍ମକର୍ତ୍ତାମାନେ ଏହାକୁ ନେଇ ଧାରଣା ଦେବାରୁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଧାରଣାସ୍ଥଳରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ଏଡିଏମଓ) ମଳୟ କୁମାର ତ୍ରିପାଠୀ ପହଞ୍ଚି ଦୀର୍ଘ ସମୟ ପୃଥକ ଭାବେ ସେମାନଙ୍କ ସହ ଆଲୋଚନା କରି ଲିଖିତ ପ୍ରତିଶ୍ରୁତି ଦେବା ପରେ କଂଗ୍ରେସ, ଆଶାକର୍ମୀ ଓ ନାଗରିକ ମଞ୍ଚର ଧାରଣା ପ୍ରତ୍ୟାହୃତ ହୋଇଛି।
ଗତ ୧୫ ତାରିଖରେ ଜଣେ ଗର୍ଭବତୀ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ତାଙ୍କର ରକ୍ତ ଅଭାବ ଥିବା ବେଳେ ଅସ୍ତ୍ରୋପଚାରର ଆବଶ୍ୟକତା ଥିଲା। ସ୍ବାସ୍ଥ୍ୟକେନ୍ଦ୍ର ରକ୍ତଭଣ୍ଡାରରେ ରକ୍ତ ଗଚ୍ଛିତ ନ ଥିବାରୁ ସମ୍ପୃକ୍ତା ଗର୍ଭବତୀଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ରାଉଳ ନବରଙ୍ଗପୁର ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିବାରୁ ପରିବାର ଲୋକେ ଡାକ୍ତର ରାଉଳ ଚିକିତ୍ସା ନ କରି ନବରଙ୍ଗପୁର ପଠାଇଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ କଂଗ୍ରେସ ଡାକ୍ତର ରାଉଳଙ୍କୁ ୨୫ ତାରିଖ ସୁଦ୍ଧା ବଦଳି ପାଇଁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ଦାବି କରିଥିଲା। ମାତ୍ର ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ବୁଧବାର ଦଳ ଉମରକୋଟ ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଧାରଣା ଦେଇଥିଲା। ଏଥିସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରକ୍ତ ଭଣ୍ଡାର ପ୍ରତିଷ୍ଠା, ଡିଜିଟାଲ ଏକ୍ସ-ରେ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡ ହସ୍ପିଟାଲ ମାନ୍ୟତା ଦାବି କରିଥିଲା। ସନରାଜ ଗଣ୍ଡ, ପିସିସି ସଭ୍ୟ ଖେମରାଜ ବାଘ, ବାବୁଲା ପଟ୍ଟନାୟକ, ଟୁଲୁ ସାହୁ, ମୁନା ପାଢୀ, ସୁରେନ୍ଦ୍ର ନାୟକ, ଉସମାନ ଲାଠିଆ, ଶଙ୍କର ଦେ ଓ ଅମୂଲ୍ୟ ପଟ୍ଟନାୟକ ପ୍ରମୁଖ ଧାରଣାରେ ବସିଥିଲେ।
ଅନ୍ୟପକ୍ଷରେ ଉମରକୋଟ ପୌର ଉପାଧ୍ୟକ୍ଷ ସୁଧାଂଶୁ ଦାସଙ୍କ ନେତୃତ୍ୱରେ ଉମରକୋଟ ନାଗରିକ ମଞ୍ଚ କମିଟିର ଶତାଧିକ ଯୁବକ ଓ ମହିଳା ଡାକ୍ତରଙ୍କୁ ବାଦଳି ନ କରିବା ଦାବିକରି ଧାରଣାରେ ବସିଥିଲେ। ଉପାଧ୍ୟକ୍ଷ ଦାସ କହିଛନ୍ତି, ଗତ ୧୦ ତାରିଖରେ କଂଗ୍ରେସ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ଏକ ଶୋଭାଯାତ୍ରା କରିଥିଲା। କଂଗ୍ରେସର କେତେଜଣ ବ୍ୟକ୍ତି ସମ୍ପୃକ୍ତ ଡାକ୍ତରଙ୍କୁ ଅର୍ଥ ମାଗିଥିଲେ। ସେ ନଦେବାରୁ ତାଙ୍କୁ ଆକ୍ରୋଶମୂଳକ ଭାବରେ ଏବେ ବଦଳି ପାଇଁ ଦାବି କରୁଛନ୍ତି ବୋଲି କହିଥିଲେ। ଯେଉଁମାନେ ଡାକ୍ତରଙ୍କୁ ଟଙ୍କା ମାଗିଥିଲେ ସେମାନଙ୍କୁ ଶୀଘ୍ର ଗିରଫ କରାଯାଉ ବୋଲି ମଞ୍ଚ ଦାବି କରଥିଲା। ୨ଶହରୁ ଉଦ୍ଧର୍‌ବ ବ୍ୟକ୍ତିଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟକୁ ପଠାଯାଇଥିଲା। ଡାକ୍ତର ରାଉଳଙ୍କ ବଦଳି ନ କରିବା ଲାଗି ବ୍ଲକର ଆଶାକର୍ମୀ ମାନେ ଏକାଠି ହୋଇ ଧାରଣାରେ ବସିଥିଲେ। ଉମରକୋଟ ପରି ଉପାନ୍ତ ଅଞ୍ଚଳରେ ଜଣେ ମାତ୍ର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ରହିଥିବା ବେଳେ ସେ ୪ଟି ବ୍ଲକ ଦାୟିତ୍ୱ ବୁଝୁଛନ୍ତି। ଯଦି ତାଙ୍କ ବଦଳି ହୁଏ ତେବେ ଉମରକୋଟ ବ୍ଲକର ସମସ୍ତ ଆଶାକର୍ମୀ ଚାକିରି ଛାଡିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଥିଲେ। ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଡାକ୍ତରଙ୍କ ବଦଳି ହେଲେ ଅନେକ ସମସ୍ୟା ଦେଖାଦେବ। ଏହାକୁ ନେଇ ରାଜନୀତି ନ କରିବା ପାଇଁ ପରାମର୍ଶ ଦେଇଥିଲେ। ଘଟଣାକୁ ନେଇ ଡାକ୍ତର ରାଉଳଙ୍କୁ ପଚାରିବାରୁ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି ବୋଲି କହିଛନ୍ତି। ଗତ ଏପ୍ରିଲ ୨୦୨୨ଠାରୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ୩୬୪୯ ଅଲ୍ଟ୍ରାସାଉଣ୍ଡ ,୪୫୭ ରୋଗୀଙ୍କୁ ଇ-ସଞ୍ଜିବନୀ ଯୋଜନାରେ ଅନ୍‌ଲାଇନରେ ଚିକିତ୍ସା ସେବା ଯୋଗାଇଛି। ୨୦୨୨-୨୩ରେ ଉମରକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ ୪୬୫୬ ରୋଗୀ ପ୍ରସୂତି ହୋଇଛନ୍ତି। ସେଥିରୁ ୫୯୭ ମା’ଙ୍କ ଅସ୍ତ୍ରୋପଚାର କରାଯାଇଛି। ୪ଟି ବ୍ଲକରେ ୨୩୦୭ ଜଣଙ୍କୁ ଫାମିଲି ପ୍ଲାନିଂ ଅସ୍ତ୍ରୋପଚାର କରିଛି। ଉମରକୋଟରୁ ପ୍ରାୟ ୩୦୦ ରୋଗୀଙ୍କୁ ନବରଙ୍ଗପୁର ସ୍ଥାନାନ୍ତର କରାଯାଇଛି। ଏଥିରୁ ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ଡାକ୍ତର ରାଉଳ କହିଥିଲେ। ଧାରଣାସ୍ଥଳରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ଏଡିଏମଓ) ମଳୟ କୁମାର ତ୍ରିପାଠୀ ପହଞ୍ଚି ଦୀର୍ଘ ସମୟ ପୃଥକ ଭାବେ ସେମାନଙ୍କ ସହ ଆଲୋଚନା କରି ଲିଖିତ ପ୍ରତିଶ୍ରୁତି ଦେବା ପରେ କଂଗ୍ରେସ, ଆଶାକର୍ମୀ ଓ ନାଗରିକ ମଞ୍ଚର ଧାରଣା ପ୍ରତ୍ୟାହୃତ ହୋଇଛି।
ଦୀର୍ଘ ସମୟ ଧାରଣା ପରେ ଏଡିଏମଓ ତ୍ରିପାଠୀ ପହଞ୍ଚି କଂଗ୍ରେସ ନେତା ମାନଙ୍କ ସହ ଆଲୋଚନା କରିଥିଲେ। ସେମାନେ ତୁରନ୍ତ ଡାକ୍ତରଙ୍କ ବଦଳି ଦାବି କରିଥିଲେ। ଆସନ୍ତା ୨ ତାରିଖ ସୁଦ୍ଧା ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲାଚନା କରି ନିଷ୍ପତ୍ତିି ନିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ କଂଗେସ ଧାରଣାରୁ ଓହରିଥିଲା। ପରେ ଏଡିଏମଓ ଧାରଣାରତ ଆଶାକର୍ମୀମାନଙ୍କ ପାଖରେ ପହଞ୍ଚି ଲିଖିତ ଦାବି ଦିଅନ୍ତୁ ବୋଲି କହିଥିଲେ। ସେହିପରି ଉମରକୋଟ ନାଗରିକ ମଞ୍ଚ ଡକ୍ଟର ରାଉଳଙ୍କୁ ବଦଳି ନକରିବା ପାଇଁ ଦେଇଥିବା ଦାବୀପତ୍ର ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପ୍ରଦାନ କରି ଆସନ୍ତା ୭ ଦିନ ମଧ୍ୟରେ ବିହିତ ପଦକ୍ଷେପ ନିଆଯିବ ବୋଲି ଏଡିଏମଓ ଲିଖିତ ପ୍ରତିଶ୍ରୁତି ଦେବା ପରେ ନାଗରିକ ମଞ୍ଚ ଧାରଣାରୁ ଓହରିଛି। ଉମରକୋଟ ପୋଲିସ ଉପଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବର, ଆଇଆଇସି ଗୋବିନ୍ଦଚନ୍ଦ୍ର ବୁରୁଦା ଉମରକୋଟ ଅତିରିକ୍ତ ତହସିଲଦାର ଉମେଶ ପୁଜାରୀ ଓ ଫୋର୍ସ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

WHOର ଭୟଙ୍କର ଭବିଷ୍ୟବାଣୀ: ୨୦୫୦ ସୁଦ୍ଧା ବିଶ୍ୱରେ…

ଓ୍ବାଶିଂଟନ୍‌,୧୪।୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO)ର ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ପ୍ରଥମ ଓ୍ବାଲର୍‌ଡ ରିପୋର୍ଟ ଅନ୍‌ ହିଅରିଂ ଅନୁଯାୟୀ, ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରାୟ ୨.୫…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଭିିତ୍ତିପ୍ରସ୍ତର କରି କହିଲେ…

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri