Categories: ଜାତୀୟ

କଂଗ୍ରେସର ଚିନ୍ତନ ପରେ ଭାଜପା ପକ୍ଷରୁ ହେବ ମନ୍ଥନ ଶିବିର…

ଯୋଧପୁର, ୪।୫ : ରାଜସ୍ଥାନରେ ଏବେ ରାଜନୈତିକ ସ୍ଥିତି ବୃଦ୍ଧି ପାଇବାରେ ଲାଗିଛି। ମେ’ ୧୩ରୁ ୧୫ କଂଗ୍ରେସ ପକ୍ଷରୁ ଚିନ୍ତନ ଶିବିର ଆୟୋଜନ କରାଯିବାର ଯୋଜନା ରହିଛି। ଶିବିରରେ ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ପରାଜୟର ସମୀକ୍ଷା କରାଯିବ। ଏହା ସହିତ ଆଗାମୀ ଦିନ ପାଇଁ ରାଜନୈତିକ ରଣନୀତି ପ୍ରସ୍ତୁତି ଉପନରେ ଗୁରୁତ୍ୱାରୋପ କରାଯିବ। ଶିବୀରରେ କଂଗ୍ରେସର ୪୦୦ରୁ ଅଧିକ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଭାଜପା ପକ୍ଷରୁ ମଧ୍ୟ ରାଜ୍ୟରେ ମେ’ ୨୦ ଏବଂ ୨୧ରେ ମନ୍ଥନ ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି। ଶିବିରରେ ରାଜ୍ୟର ରାଷ୍ଟ୍ରୀୟ ପଦାଧିକାରୀ ଯୋଗଦେବେ। ଶିବିରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସିଂ ମାଧ୍ୟମ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ଶିବିରର ଅଧିକ୍ଷତା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କରିବେ। ଶିବିରରେ ଅଗାମୀ ଦିନରେ ହେବାକୁ ଥିବା ଗୁଜରାଟ, ହିମାଚଳ ପ୍ରଦେଶ ଏବଂ କର୍ନାଟକ ବିଧାନସଭା ନିର୍ବାଚନ ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି। ଗୁଜରାଟ ଏବଂ ହିମାଚଳ ପ୍ରଦେଶ ଚଳିତ ବର୍ଷ ଶେଷରେ ବିଧାନସଭା ନିର୍ବାଚନ ଅନୁଷ୍ଟିତ ହେବ। ଅପରପକ୍ଷରେ କର୍ନାକଟରେ ୨୦୨୩ରେ ବିଧାନସଭା ନିର୍ବାଚନ କରାଯିବ। ଏନେଇ ଭାଜପାର ମନ୍ଥନ ଶିବିରରେ ବିସ୍ତୃତ ରଣନୀତି ଉପରେ ଚର୍ଚ୍ଚା ହେବାର କାର୍ଯ୍ୟକ୍ରମ ରହିଛି।

Share