Categories: ଜାତୀୟ

ଗୋଆରେ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ପାଇଁ କଂଗ୍ରେସ ରାଜି

ନୂଆଦିଲ୍ଲୀ,୮।୩: ୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ୨ ଦିନ ଥିବା ବେଳେ ୩୭ ବିଧାୟକ ପ୍ରାର୍ଥୀଙ୍କ ସହିତ ପରିସ୍ଥିତିର ମୂଲ୍ୟାଙ୍କନ କରୁଛି କଂଗ୍ରେସ। ଗୋଆ କଂଗ୍ରେସ ଦାୟିତ୍ୱରେ ଥିବା ଦୀନେଶ ଗୁଣ୍ଡୁ ରାଓ କହିଛନ୍ତି, ଆମେ ଭାଜପା ବିରୋଧୀ ଦଳ ଏଏପି ଏବଂ ଟିଏମ୍‌ସି ସହ ମେଣ୍ଟ କରିବା ପାଇଁ ଇଚ୍ଛୁକ।

“ଯେଉଁ ଦଳଗୁଡ଼ିକ ଭାଜପା ବିରୋଧରେ ଅଛନ୍ତି, ସେମାନଙ୍କ ସହ ଆମେ କଥା ହେବୁ। ତାଙ୍କ ସହ ମିଶି ସରକାର ଗଢ଼ିବା ଲାଗି ଆମେ ପ୍ରସ୍ତୁତ। ମୁଁ କୌଣସି ନିର୍ଦ୍ଧିଷ୍ଟ ଦଳ କଥା କହୁ ନାହିଁ। ଭାଜପାକୁ ସମର୍ଥନ କରିବାକୁ ଚାହୁଁ ନ ଥିବା ଯ କୌଣସି ଦଳ ସହ ଆମେ ମେଣ୍ଟ କରିବା ଲାଗି ପ୍ରସ୍ତୁତ। ନିର୍ବାଚନ ବେଳେ ଏଏପି ଏବଂ ଟିଏମ୍‌ସି ଆମ ବିରୋଧରେ ଏବଂ ଆମେ ସେମାନଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲୁ। ତାହା ନିର୍ବାଚନ ବେଳର କଥା ଥିଲା। କିନ୍ତୁ ଫଳାଫଳ ପ୍ରକାଶ ପାଇବା ପରେ ସବୁ କିଛି ସେହି ଦଳଗୁଡ଼ିକର ନିଷ୍ପତ୍ତି ଉପରେ ନିର୍ଭର କରେ। ଭାଜପାକୁ ସମର୍ଥନ କରୁ ନ ଥିବା ଦଳ ସହ ଆମେ କାର୍ଯ୍ୟ କରିବାକୁ ଇଚ୍ଛୁକ” ବୋଲି ରାଓ କହିଛନ୍ତି।

Share