Categories: ଜାତୀୟ

ରାଷ୍ଟ୍ରପତିଙ୍କୁ ଭେଟିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୩।୮: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ମଙ୍ଗଳବାର ରାଷ୍ଟ୍ରପତି ଭବନରେ ସୋନିଆ ଗାନ୍ଧୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ଏହି ସାକ୍ଷାତକାରକୁ କଂଗ୍ରେସ ପକ୍ଷରୁ ସୌଜନ୍ୟମୂଳକ ଓ ଔପଚାରିକ ବୋଲି କୁହାଯାଇଛି। ତେବେ ରାଷ୍ଟ୍ରପତି ମୁର୍ମୁଙ୍କ ଉପରେ କଂଗ୍ରେସ ନେତା ଅଧିର ରଞ୍ଜନ ଦେଇଥିବା ବିବାଦୀୟ ମନ୍ତବ୍ୟ ଓ ରାଜନୈତିକ ଅଭିଯୋଗ ପରେ ଏହା ସୋନିଆ ଗାନ୍ଧୀଙ୍କ ପ୍ରଥମ ସାକ୍ଷାତକାର ଥିଲା।

Share