କ୍ରାନ୍ତି ଦିବସ ପାଳିଲା କଂଗ୍ରେସ

ଯାଜପୁର ଅଫିସ,୯।୮: ଯାଜପୁର ଜିଲା କୋରାଇ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ମଙ୍ଗଳବାର ପାଳନ କରାଯାଇଛି। ତ୍ୟାଗ ଓ ବଳିଦାନର ୭୫ ବର୍ଷ ପୂର୍ତ୍ତି ଅବସରରେ ବ୍ୟାସନଗର ଠାରେ ବ୍ୟାସନଗର ଓ କୋରାଇ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଅଗଷ୍ଟ ୯ ଓ ୧୦ ତାରିଖ ଦୁଇଦିନ ଧରି ରାଜ୍ୟ ତଥା ଜିଲାବ୍ୟାପୀ ସ୍ବାଧୀନତାର ଗୌରବ ଯାତ୍ରା ପାଳନ କରାଯାଉଥିବା ମହିଳା କଂଗ୍ରେସର ରାଜ୍ୟ ସଭାନେତ୍ରୀ ବନ୍ଦିତା ପରିଡା କହିଛନ୍ତି। ଭାଜପା ମୁକ୍ତ ଭାରତ ଏବଂ ଭାରତ ଯୋଡ ଆଦି ନାରା ଦେଇ କଂଗ୍ରେସ କର୍ମୀମାନେ ହାତରେ ପତାକା ଧରି ସହର ପରିକ୍ରମା କରିଥିଲେ। ଦଳୀୟ କର୍ମୀ ବିଭିନ୍ନ ସ୍ଥାନରେ ଥିବା ଗାନ୍ଧୀ, ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରଛନ୍ତି।