Categories: ଜାତୀୟ

ଆଜି କଂଗ୍ରେସର ସିଇସି ବୈଠକ, ତେଲଙ୍ଗାନା ବିଧାନସଭାରେ ୬୦ ଆସନ ପାଇଁ ହେବ ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ,୨୫।୧୦: ନଭେମ୍ବର୨୦୨୩ରେ ତେଲଙ୍ଗାନା ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। ଏ ସମ୍ପର୍କରେ ବୁଧବାର ଦିଲ୍ଲୀରେ କଂଗ୍ରେସ ଦଳର କେନ୍ଦ୍ରୀୟ କମିଟିର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କଂଗ୍ରେସ ପାର୍ଟି ତେଲଙ୍ଗାନାର ୬୦ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱ ଉପରେ ଆଲୋଚନା କରିବ। ଏହି ବୈଠକ ମଧ୍ୟାହ୍ନ ୧୨ଟାରେ ଅନୁଷ୍ଠିତ ହେବ।

ରାଜ୍ୟରେ ନିର୍ବାଚନ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ଦ୍ୱାାରା ପ୍ରକାଶିତ ସମୟସୀମା ଅନୁଯାୟୀ ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଗେଜେଟ ବିଜ୍ଞପ୍ତି ନଭେମ୍ବର ୩ରେ ଜାରି କରାଯିବ ଏବଂ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ନଭେମ୍ବର ୧୦ ରହିଛି। ନଭେମ୍ବର ୩୦ ରେ ତେଲଙ୍ଗାନାରେ ମତଦାନ ଅନୁଷ୍ଠିତ ହେବ ଏବଂ ଡିସେମ୍ବର ୩ରେ ଭୋଟ ଗଣନା କରାଯିବ।

Share