ବେଲପାହାଡ଼ ଦଖଲ କଲା କଂଗ୍ରେସ

ଝାରସୁଗୁଡ଼ା ଅଫିସ,୨୬।୩: ଝାରସୁଗୁଡ଼ା ଜିଲାର ବେଲପାହାଡ଼ ପୌର ପରିଷଦ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ପୌରାଧ୍ୟକ୍ଷ ଭାବେ କଂଗ୍ରେସ ପ୍ରାର୍ଥୀ ନିମାଇଁ ଚରଣ ପଣ୍ଡା ବିଜୟୀ ହୋଇଛନ୍ତି। ନିମାଇଁ ୯ହଜାର ୨୬୬ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ହିତେଶ ଠକ୍କର ୩,୪୭୩ ଖଣ୍ଡ ଭୋଟ ପାଇଛନ୍ତି। ନିମାଇଁ ୩ ହଜାର ୧୦୯ ଖଣ୍ଡ ଅଧିକ ଭୋଟପାଇ ବିଜୟୀ ହୋଇଛନ୍ତି। ସେହିପରି ୧୯ ଓ୍ବାର୍ଡରୁ ବିଜେଡି ୧୪ଟିରେ ବିଜୟୀ ହୋଇଥିବା ବେଳେ ଭାଜପା ୩ ଏବଂ କଂଗ୍ରେସ ୨ଟିରେ ବିଜୟୀ ହୋଇଛି। ବେଲପାହାଡ଼ ପୌରାଧ୍ୟକ୍ଷ ପଦବୀ ହାତେଇ ଥିବାରୁ ଜିଲା କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।