Categories: ଜାତୀୟ

ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ-ଏଲଆଇପି ସମର୍ଥକ ମୁହାଁମୁହିଁ

ଚଣ୍ଡିଗଡ଼,୮ ।୨: ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାର କାର୍ଯ୍ୟ ଯୋରସୋରରେ ଚାଲିଛି । ଇତିମଧ୍ୟରେ ସୋମବାର ରାତିରେ ଆତ୍ମ ନଗର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ କମଲଜିତ ସିଂ କରୱାଲ ଓ ଲୋକ ଇଂସାଫ ଦଳର ବିଧାୟକ ସିରମଜିତ ସିଂ ବେନଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ଏହି ସଂଘର୍ଷରେ ୩ ଜଣ ଆହତ ହୋଇଥିବା ବେଳେ ୫ ଗାଡି ଭଙ୍ଗାରୁଜା ହୋଇଛି ।
କମଲଜିତ କହିଛନ୍ତି ସବୁ ବିବାଦର ଆରମ୍ଭ ସିମରଜିତ ସିଂ ବେନଙ୍କ ସମର୍ଥକମାନେ କରିଛନ୍ତି । ସେ କହିଛନ୍ତି ନିଜ ସମର୍ଥକଙ୍କ ସହ ରାତିରେ ଢାବା ରୋଡସ୍ଥିତ ଅଫିସରେ ବସି ବୈଠକ କରିଥିଲେ । ଏହାପରେ ବେନ ତାଙ୍କ ପ୍ରୁଅ ଓ ୫୦ ସମର୍ଥକଙ୍କ ସହ ସେଠାରେ ପହଞ୍ଚି ମାରପିଟ ଆରମ୍ଭ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ବେନଙ୍କ ସମର୍ଥକଙ୍କ ପାଖରେ ଲାଠି ଓ ଲୁହା ରଡ ବି ଥିଲା ଯେଉଁଥିରେ ସେମାନେ ପ୍ରଥମେ ଆକ୍ରମଣ କରିଥିଲେ ।

Share