Categories: ଜାତୀୟ

ସଭାମଞ୍ଚରୁ ଖସିପଡିଲେ କଂଗ୍ରେସ ନେତା

ପାଟନା,୩୦।୧୦: ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ପ୍ରଚାର ଜୋରଦାର ଚାଲିଛି। ଜଲେ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା କଂଗ୍ରେସ ପ୍ରାର୍ଥୀ ମଶକୁର ଅହମ୍ମଦ ଉସମାନୀ ଦରଭଙ୍ଗାରେ ପ୍ରଚାର କରୁଥିବା ବେଳେ ମଞ୍ଚରୁ ଖସିପଡିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏହା ଦେଖି ଉପସ୍ଥିତ ଲୋକେ ତାଙ୍କୁ ଉଠାଇଥିଲେ। ସୂଚନାଯୋଗ୍ୟ, କଂଗ୍ରେସ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି), କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ଏମ୍‌ଏଲ୍‌) (ଏଲ୍‌) ସହ ମିଶି ଲଢୁଛି। ଅକ୍ଟୋବର ୨୮ରେ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏବେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ହେବାକୁ ବାକି ଅଛି।

Share