ସପ୍ତଗିରିଙ୍କୁ ରିପିଟ୍‌ କରିପାରେ କଂଗ୍ରେସ

ରାୟଗଡ଼ା, ୨୨।୪: ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ପକ୍ଷରୁ ଏବେଠୁ ଜୋରଦାର ପ୍ରସ୍ତୁତି ଚାଲିଲାଣି। ଏକଦା କଂଗ୍ରେସର ଗଡ଼ ଥିଲା ରାୟଗଡ଼ା ଜିଲା ଓ କୋରାପୁଟ ସଂସଦୀୟ କ୍ଷେତ୍ର । ଦେଶ ସ୍ବାଧୀନ ହେବା ପରେ ୧୯୫୭ରୁ ୨୦୦୯ ପର୍ଯ୍ୟନ୍ତ କୋରାପୁଟ ଲୋକସଭା ଆସନ କଂଗ୍ରେସ ଦଖଲରେ ରହିଥିଲା। ଓଡିଶାରେ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଗଠନ ପରେ ଭାଙ୍ଗିଥିଲା ଏହି କଂଗ୍ରେସ ଗଡ଼। ଏହାର ମୁଖ୍ୟ ନାୟକ ସାଜିଥିଲେ ପୂର୍ବତନ ରାଜ୍ୟସଭା ସଦସ୍ୟ ଏନ.ଭାସ୍କର ରାଓ ଓ ଏମ୍‌ପି ଜୟରାମ ପାଙ୍ଗି। ୧୦ ବର୍ଷ ପରେ ଅର୍ଥାତ୍‌ ୨୦୧୯ରେ ପୁଣି କଂଗ୍ରେସ କ୍ଷମତାକୁ ଫେରିଲା। ସପ୍ତଗିରି ଉଲାକା ପ୍ରଥମଥର ନିର୍ବାଚନ ମଇଦାନକୁ ଓହ୍ଲାଇ କଂଗ୍ରେସରୁ ପ୍ରାର୍ଥୀ ହୋଇ କୋରାପୁଟ ଏମ୍‌ପି ନିର୍ବାଚିତ ହେଲେ। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ରହିଥିଲେ କୋରାପୁଟର ପୂର୍ବତନ ଏମ୍‌ପି ଝିନ୍ନ ହିକକାଙ୍କ ସ୍ତ୍ରୀ କୌଶଲ୍ୟା ହିକକା। ପୂର୍ବତନ କୋରାପୁଟ ଏମ୍‌ପି ତଥା ପୂର୍ବତନ ରାୟଗଡ଼ା ବିଧାୟକ କଂଗ୍ରେସର ଟାଣୁଆ ନେତା ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପୁଅ ସପ୍ତଗିରି ବିଚକ୍ଷଣ ନେତାଙ୍କ ଚାଲକୁ ମାତ୍‌ ଦେଇଥିଲେ। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କୌଶଲ୍ୟା ହିକକାଙ୍କୁ ୩ , ୬୧୩ ଭୋଟରେ ପରାଜିତ କରିଥିଲେ। ଉଭୟେ ନିର୍ବାଚନ ରଣାଙ୍ଗନରେ ପ୍ରଥମ ଥର ପାଇଁ ପ୍ରାର୍ଥୀ ହୋଇଥିଲେ। ସପ୍ତଗିରି ୩ ଲକ୍ଷ ୭୧ ହଜାର ୧୨୯ ଖଣ୍ଡ ଭୋଟ ପାଇଥିବା ବେଳେ କୌଶଲ୍ୟା କଡ଼ା ଟକ୍କର ଦେଇ ୩ ଲକ୍ଷ ୬୭ ହଜାର ୫୧୬ ଖଣ୍ଡ ଭୋଟ ପାଇଥିଲେ। ଯୁବ ବୟସରୁ ବାପା ରାମଚନ୍ଦ୍ରଙ୍କ ସହ ରାଜନୀତିରେ ସେ ବେଶ୍‌ ସକ୍ରିୟ ସପ୍ତଗିରି। ପୁଣି ତାଙ୍କ ସହ ରହିଛନ୍ତି ତାଙ୍କ ମା’ ତଥା ରତ୍ନମଣି ଉଲାକା। ପ୍ରଦେଶ କଂଗ୍ରେସ କମିଟି ସମେତ ଜାତୀୟ କଂଗ୍ରେସ କମିଟି ତଥା ଗାନ୍ଧୀ ପରିବାର ସହିତ ସେ ସିଧାସଳଖ ଜଡ଼ିତ। ରାଜ୍ୟ କଂଗ୍ରେସରୁ ଜଣେ ମାତ୍ର ଏମ୍‌ପି ନିର୍ବାଚିତ ହେବା ପରେ ସପ୍ତଗିରି ଲୋକସଭାରେ ନିଜ ସଂସଦୀୟ କ୍ଷେତ୍ରର ବିଭିନ୍ନ ସମସ୍ୟାର ପ୍ରଶ୍ନ ଉପସ୍ଥାପନା କରି କମ ସମୟରେ ପରିଚିତ ହୋଇଯାଇଛନ୍ତି।
ରାୟଗଡ଼ା ଜିଲାର ୩ ନିର୍ବାଚନ ମଣ୍ଡଳୀ ଗୁଣପୁର, ରାୟଗଡ଼ା ଓ ବିଷମକଟକ ଏବଂ କୋରାପୁଟ ଜିଲାର ୪ ନିର୍ବାଚନ ମଣ୍ଡଳୀ ପଟାଙ୍ଗି, କୋରାପୁଟ, ଜୟପୁର ଓ ଲକ୍ଷ୍ମୀପୁରକୁ ନେଇ ଗଠିତ କୋରାପୁଟ ଲୋକସଭା କ୍ଷେତ୍ର। ସପ୍ତଗିରି ରାୟଗଡ଼ା, ଗୁଣପୁର, ଜୟପୁର ଓ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସର୍ବାଧିକ ଭୋଟ ପାଇଥିଲେ। ଗତ ନିର୍ବାଚନରେ କୋରାପୁଟ ଜିଲାର ଟାଣୁଆ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ତାଙ୍କୁ ସହଯୋଗ କରିଥିଲେ। ହେଲେ ନିର୍ବାଚନ ପରେ ଦୁହିଁଙ୍କ ମଧ୍ୟରେ ମତଭେଦ ଦେଖା ଦେଇଥିବା ଚର୍ଚ୍ଚା ଜୋର ଧରିଥିଲା। ଯାହାକି, ୨୦୨୪ ନିର୍ବାଚନରେ ସପ୍ତଗିରିଙ୍କ ରାଜନୈତିକ କ୍ୟାରିୟର ଉପରେ ପ୍ରଭାବ ପକାଇପାରେ ବୋଲି ରାଜନୈତିକ ସମୀକ୍ଷକ ମତ ପ୍ରକାଶ କରିଛନ୍ତି। ଅନ୍ୟପଟେ ମତଭେଦ ଚର୍ଚ୍ଚାକୁ ୨ ନେତା ଖଣ୍ଡନ କରିଛନ୍ତି। ତାରା କହିଛନ୍ତି, ସପ୍ତଗିରି ବର୍ତ୍ତମାନ ରାଜ୍ୟ କଂଗ୍ରେସ ଦଳର ଜଣେ ମାତ୍ର ଏମ୍‌ପି। ତେଣୁ ଆଗାମୀ ନିର୍ବାଚନରେ ତାଙ୍କୁ ହିଁ ଟିକଟ ମିଳିବ । ଏଥିରେ କୌଣସି ସନ୍ଦେହ ନାହିଁ। ସେ ମଧ୍ୟ ସପ୍ତଗିରିଙ୍କୁ ସହଯୋଗ କରିବେ ବୋଲି ତାରା କହିଛନ୍ତି। ସେହିଭଳି ସପ୍ତଗିରି ମଧ୍ୟ ତାରାଙ୍କ ସହିତ କୌଣସି ମତଭେଦ ନଥିବା କଥା କହିଛନ୍ତି। ଦଳରେ ସେମାନଙ୍କ ସ୍ଥିତିକୁ ଦୁର୍ବଳ କରିବା ପାଇଁ ବିରୋଧୀଙ୍କ ଏହା ଚାଲ୍‌ ବୋଲି ସପ୍ତଗିରି କହିଛନ୍ତି। ଉଭୟ ତାରା ଓ ସପ୍ତଗିରି ଆଗାମୀ ନିର୍ବାଚନରେ ଏକ ହୋଇ ବିଜେଡ଼ିକୁ କଡ଼ା ଟକ୍କର ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସୂଚନା ମିଳିଛି। ତେବେ ୨୦୧୯ରେ ଜୟପୁର ପୌର ପରିଷଦର ପୂର୍ବତନ କାଉନସିଲର ପ୍ରଫୁଲ୍ଲ ଭତ୍ରା କୋରାପୁଟ ଲୋକସଭା ଆସନରୁ କଂଗ୍ରେସ ଟିକଟ ପାଇଁ ଆଶାୟୀ ରହିଥିଲେ ମଧ୍ୟ ସପ୍ତଗିରିଙ୍କୁ ଟିକେଟ ମିଳିଥିଲା। ବର୍ତ୍ତମାନ ସେଭଳି କୌଣସି ବ୍ୟକ୍ତି କୋରାପୁଟ ଜିଲା ସଭାପତି ଅବା ରାୟଗଡ଼ା ଜିଲା ସଭାପତି ଅଥବା ପ୍ରଦେଶ କଂଗ୍ରେସ କମିଟିରେ ଏମ୍‌ପି ଟିକେଟ ପାଇଁ ଲବି କରୁଥିବା ଜଣାପଡ଼ୁନାହିଁ। ଏଥର କୋରାପୁଟରୁ କାହାକୁ କଂଗ୍ରେସରୁ ଟିକଟ ମିଳୁଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri