ସପ୍ତଗିରିଙ୍କୁ ରିପିଟ୍‌ କରିପାରେ କଂଗ୍ରେସ

ରାୟଗଡ଼ା, ୨୨।୪: ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ପକ୍ଷରୁ ଏବେଠୁ ଜୋରଦାର ପ୍ରସ୍ତୁତି ଚାଲିଲାଣି। ଏକଦା କଂଗ୍ରେସର ଗଡ଼ ଥିଲା ରାୟଗଡ଼ା ଜିଲା ଓ କୋରାପୁଟ ସଂସଦୀୟ କ୍ଷେତ୍ର । ଦେଶ ସ୍ବାଧୀନ ହେବା ପରେ ୧୯୫୭ରୁ ୨୦୦୯ ପର୍ଯ୍ୟନ୍ତ କୋରାପୁଟ ଲୋକସଭା ଆସନ କଂଗ୍ରେସ ଦଖଲରେ ରହିଥିଲା। ଓଡିଶାରେ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଗଠନ ପରେ ଭାଙ୍ଗିଥିଲା ଏହି କଂଗ୍ରେସ ଗଡ଼। ଏହାର ମୁଖ୍ୟ ନାୟକ ସାଜିଥିଲେ ପୂର୍ବତନ ରାଜ୍ୟସଭା ସଦସ୍ୟ ଏନ.ଭାସ୍କର ରାଓ ଓ ଏମ୍‌ପି ଜୟରାମ ପାଙ୍ଗି। ୧୦ ବର୍ଷ ପରେ ଅର୍ଥାତ୍‌ ୨୦୧୯ରେ ପୁଣି କଂଗ୍ରେସ କ୍ଷମତାକୁ ଫେରିଲା। ସପ୍ତଗିରି ଉଲାକା ପ୍ରଥମଥର ନିର୍ବାଚନ ମଇଦାନକୁ ଓହ୍ଲାଇ କଂଗ୍ରେସରୁ ପ୍ରାର୍ଥୀ ହୋଇ କୋରାପୁଟ ଏମ୍‌ପି ନିର୍ବାଚିତ ହେଲେ। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ରହିଥିଲେ କୋରାପୁଟର ପୂର୍ବତନ ଏମ୍‌ପି ଝିନ୍ନ ହିକକାଙ୍କ ସ୍ତ୍ରୀ କୌଶଲ୍ୟା ହିକକା। ପୂର୍ବତନ କୋରାପୁଟ ଏମ୍‌ପି ତଥା ପୂର୍ବତନ ରାୟଗଡ଼ା ବିଧାୟକ କଂଗ୍ରେସର ଟାଣୁଆ ନେତା ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପୁଅ ସପ୍ତଗିରି ବିଚକ୍ଷଣ ନେତାଙ୍କ ଚାଲକୁ ମାତ୍‌ ଦେଇଥିଲେ। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କୌଶଲ୍ୟା ହିକକାଙ୍କୁ ୩ , ୬୧୩ ଭୋଟରେ ପରାଜିତ କରିଥିଲେ। ଉଭୟେ ନିର୍ବାଚନ ରଣାଙ୍ଗନରେ ପ୍ରଥମ ଥର ପାଇଁ ପ୍ରାର୍ଥୀ ହୋଇଥିଲେ। ସପ୍ତଗିରି ୩ ଲକ୍ଷ ୭୧ ହଜାର ୧୨୯ ଖଣ୍ଡ ଭୋଟ ପାଇଥିବା ବେଳେ କୌଶଲ୍ୟା କଡ଼ା ଟକ୍କର ଦେଇ ୩ ଲକ୍ଷ ୬୭ ହଜାର ୫୧୬ ଖଣ୍ଡ ଭୋଟ ପାଇଥିଲେ। ଯୁବ ବୟସରୁ ବାପା ରାମଚନ୍ଦ୍ରଙ୍କ ସହ ରାଜନୀତିରେ ସେ ବେଶ୍‌ ସକ୍ରିୟ ସପ୍ତଗିରି। ପୁଣି ତାଙ୍କ ସହ ରହିଛନ୍ତି ତାଙ୍କ ମା’ ତଥା ରତ୍ନମଣି ଉଲାକା। ପ୍ରଦେଶ କଂଗ୍ରେସ କମିଟି ସମେତ ଜାତୀୟ କଂଗ୍ରେସ କମିଟି ତଥା ଗାନ୍ଧୀ ପରିବାର ସହିତ ସେ ସିଧାସଳଖ ଜଡ଼ିତ। ରାଜ୍ୟ କଂଗ୍ରେସରୁ ଜଣେ ମାତ୍ର ଏମ୍‌ପି ନିର୍ବାଚିତ ହେବା ପରେ ସପ୍ତଗିରି ଲୋକସଭାରେ ନିଜ ସଂସଦୀୟ କ୍ଷେତ୍ରର ବିଭିନ୍ନ ସମସ୍ୟାର ପ୍ରଶ୍ନ ଉପସ୍ଥାପନା କରି କମ ସମୟରେ ପରିଚିତ ହୋଇଯାଇଛନ୍ତି।
ରାୟଗଡ଼ା ଜିଲାର ୩ ନିର୍ବାଚନ ମଣ୍ଡଳୀ ଗୁଣପୁର, ରାୟଗଡ଼ା ଓ ବିଷମକଟକ ଏବଂ କୋରାପୁଟ ଜିଲାର ୪ ନିର୍ବାଚନ ମଣ୍ଡଳୀ ପଟାଙ୍ଗି, କୋରାପୁଟ, ଜୟପୁର ଓ ଲକ୍ଷ୍ମୀପୁରକୁ ନେଇ ଗଠିତ କୋରାପୁଟ ଲୋକସଭା କ୍ଷେତ୍ର। ସପ୍ତଗିରି ରାୟଗଡ଼ା, ଗୁଣପୁର, ଜୟପୁର ଓ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସର୍ବାଧିକ ଭୋଟ ପାଇଥିଲେ। ଗତ ନିର୍ବାଚନରେ କୋରାପୁଟ ଜିଲାର ଟାଣୁଆ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ତାଙ୍କୁ ସହଯୋଗ କରିଥିଲେ। ହେଲେ ନିର୍ବାଚନ ପରେ ଦୁହିଁଙ୍କ ମଧ୍ୟରେ ମତଭେଦ ଦେଖା ଦେଇଥିବା ଚର୍ଚ୍ଚା ଜୋର ଧରିଥିଲା। ଯାହାକି, ୨୦୨୪ ନିର୍ବାଚନରେ ସପ୍ତଗିରିଙ୍କ ରାଜନୈତିକ କ୍ୟାରିୟର ଉପରେ ପ୍ରଭାବ ପକାଇପାରେ ବୋଲି ରାଜନୈତିକ ସମୀକ୍ଷକ ମତ ପ୍ରକାଶ କରିଛନ୍ତି। ଅନ୍ୟପଟେ ମତଭେଦ ଚର୍ଚ୍ଚାକୁ ୨ ନେତା ଖଣ୍ଡନ କରିଛନ୍ତି। ତାରା କହିଛନ୍ତି, ସପ୍ତଗିରି ବର୍ତ୍ତମାନ ରାଜ୍ୟ କଂଗ୍ରେସ ଦଳର ଜଣେ ମାତ୍ର ଏମ୍‌ପି। ତେଣୁ ଆଗାମୀ ନିର୍ବାଚନରେ ତାଙ୍କୁ ହିଁ ଟିକଟ ମିଳିବ । ଏଥିରେ କୌଣସି ସନ୍ଦେହ ନାହିଁ। ସେ ମଧ୍ୟ ସପ୍ତଗିରିଙ୍କୁ ସହଯୋଗ କରିବେ ବୋଲି ତାରା କହିଛନ୍ତି। ସେହିଭଳି ସପ୍ତଗିରି ମଧ୍ୟ ତାରାଙ୍କ ସହିତ କୌଣସି ମତଭେଦ ନଥିବା କଥା କହିଛନ୍ତି। ଦଳରେ ସେମାନଙ୍କ ସ୍ଥିତିକୁ ଦୁର୍ବଳ କରିବା ପାଇଁ ବିରୋଧୀଙ୍କ ଏହା ଚାଲ୍‌ ବୋଲି ସପ୍ତଗିରି କହିଛନ୍ତି। ଉଭୟ ତାରା ଓ ସପ୍ତଗିରି ଆଗାମୀ ନିର୍ବାଚନରେ ଏକ ହୋଇ ବିଜେଡ଼ିକୁ କଡ଼ା ଟକ୍କର ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସୂଚନା ମିଳିଛି। ତେବେ ୨୦୧୯ରେ ଜୟପୁର ପୌର ପରିଷଦର ପୂର୍ବତନ କାଉନସିଲର ପ୍ରଫୁଲ୍ଲ ଭତ୍ରା କୋରାପୁଟ ଲୋକସଭା ଆସନରୁ କଂଗ୍ରେସ ଟିକଟ ପାଇଁ ଆଶାୟୀ ରହିଥିଲେ ମଧ୍ୟ ସପ୍ତଗିରିଙ୍କୁ ଟିକେଟ ମିଳିଥିଲା। ବର୍ତ୍ତମାନ ସେଭଳି କୌଣସି ବ୍ୟକ୍ତି କୋରାପୁଟ ଜିଲା ସଭାପତି ଅବା ରାୟଗଡ଼ା ଜିଲା ସଭାପତି ଅଥବା ପ୍ରଦେଶ କଂଗ୍ରେସ କମିଟିରେ ଏମ୍‌ପି ଟିକେଟ ପାଇଁ ଲବି କରୁଥିବା ଜଣାପଡ଼ୁନାହିଁ। ଏଥର କୋରାପୁଟରୁ କାହାକୁ କଂଗ୍ରେସରୁ ଟିକଟ ମିଳୁଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri