ଥୁଆମୂଳ ରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ବରଙ୍ଗା ତୋଟାଠାରେ ଥୁଆମୂଳ ରାମପୁର ପଞ୍ଚାୟତ କଂଗ୍ରେସ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ କଂଗ୍ରେସ କମିଟି ସଭାପତି ମହେଶ୍ୱର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଗ୍ରାମସ୍ତରରେ ସାଙ୍ଗଠନିକ ଭିତ୍ତିଭୂମିକୁ ବ୍ୟାପକ ଭାବେ ମଜବୁତ କରିବା ସହ ଦଳୀୟ କର୍ମୀମାନଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦିଆଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ଦ୍ରୌପଦୀ ମାଝୀ, ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ମନୋରଞ୍ଜନ ନାଏକ, ବ୍ଲକ କଂଗ୍ରେସ କମିଟି ଉପସଭାପତି ରାଧେକୃଷ୍ଣ ଧଙ୍ଗଡ଼ା ମାଝୀ, ସାଧାରଣ ସମ୍ପାଦକ କୁଞ୍ଜବିହାରୀ ନାଏକ, ବ୍ଲକ ଯୁବ କଂଗ୍ରେସ ସଭାପତି ରୁକ୍ତା ମାଝୀ ଏବଂ ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀ ଯୁବ ସଭାପତି ଜଗାକାଳିଆ ନାଏକ ପ୍ରମୁଖ ଯୋଗଦେଇ ଦଳର ଆଗାମୀ କାର୍ଯ୍ୟପନ୍ଥା ଓ ନିର୍ବାଚନୀ ରଣନୀତି ସମ୍ପର୍କରେ କର୍ମୀମାନଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ସର୍ବସମ୍ମତିକ୍ରମେ ଥୁଆମୂଳ ରାମପୁର ପଞ୍ଚାୟତ କଂଗ୍ରେସର ଏକ ନୂତନ କମିଟି ଗଠନ କରାଯାଇଛି। ଏଥିରେ ରାମ ସିଂ ମାଝୀଙ୍କୁ ଉପସଭାପତି, ସୁଦର୍ଶନ ଗୌଡ଼ଙ୍କୁ ସାଧାରଣ ସମ୍ପାଦକ, ଖୁଜା ମାଝୀଙ୍କୁ ସହ ସମ୍ପାଦକ ଏବଂ ନବୀନ ନାଏକଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ସେହିପରି ମଧୁସୂଦନ ନାଏକଙ୍କୁ ଏସ୍ସି ସେଲ ସଭାପତି, ନରେନ୍ଦ୍ର ନାଏକଙ୍କୁ ଏସ୍ସି ସେଲ ଉପସଭାପତି, ନିକି ମାଝୀଙ୍କୁ ଏସ୍ଟି ସେଲ୍ ସଭାପତି ଏବଂ ମିଥିଲା ନାଏକଙ୍କୁ ମହିଳା ପଞ୍ଚାୟତ ସଭାନେତ୍ରୀ ଦାୟିତ୍ୱ ଅର୍ପଣ କରାଯାଇଛି।
ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ କର୍ମୀ ଘାସି ମାଝୀ, ଘାସିରାମ ନାଏକ, ହେମନ୍ତ ନାଏକ, ପରମେଶ୍ୱର ନାଏକ, ବଳଭଦ୍ର ନାଏକ, ଦୁର୍ଯ୍ୟୋଧନ ନାଏକ, ଗଣେଶ ଚନ୍ଦ୍ର ନାଏକ, ରାଜକୁମାରୀ ଧ. ମାଝୀ, ଜନନୀ ବିଶି ଓ ଭାବନିକା ବାଗଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।