Categories: ଜାତୀୟ

ଭାଜପା ନେତାଙ୍କୁ ବାଂଲାଦେଶୀ କହିଲା କଂଗ୍ରେସ

ମୁମ୍ବାଇ,୨୦।୨: କଂଗ୍ରେସକୁ ଭାଜପା ସଂଖ୍ୟାଲଘୁ ତୁଷ୍ଟିକରଣ ଦଳ ବୋଲି କହିଆସୁଥିଲା। ତେବେ ଏବେ କଂଗ୍ରେସ ଭାଜପା ଉପରେ ସଂଘ ଜେହାଦ ବୃଦ୍ଧି କରାଉଥିବା ଅଭିଯୋଗ ଆଣିଛି। ଉତ୍ତର ମୁମ୍ବାଇର ଭାଜପା ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ରୁବେଲ ଶେଖ୍‌ଙ୍କୁ ମହାରାଷ୍ଟ୍ର କଂଗ୍ରେସ ପ୍ରବକ୍ତା ସଚିନ ସାଓ୍ବନ୍ତ ବାଂଲାଦେଶୀ ବୋଲି କହିଛନ୍ତି। ଏନେଇ ରାଜ୍ୟର ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏପରି କରି ଭାଜପା ଆଗାମୀ ଦିନରେ ସିଏଏରେ କିଛି ପରିବର୍ତ୍ତନ ଆଣୁଛି କି ବୋଲି ସଚିନ ପ୍ରଶ୍ନ କରିଛନ୍ତି। ଏହି ଅଭିଯୋଗକୁ ଭାଜପା ନେତା ରାମ କଦମ୍‌ ଖଣ୍ଡନ କରିବା ସହିତ କଂଗ୍ରେସ ମନଗଢ଼ା କାହାଣୀ ତିଆରି କରିଛି ବୋଲି କହିଛନ୍ତି।

Share