ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବିରେ କଂଗ୍ରେସର ରାସ୍ତାରୋକୋ

ବଲାଙ୍ଗୀର,୨୮ା୭(ବୀରେନ୍ଦ୍ର ଝାଙ୍କର): ବଲାଙ୍ଗୀର ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଓ ବଲାଙ୍ଗୀରରେ ସୂତାକଳ ପ୍ରତିଷ୍ଠା ଦାବିରେ ଜିଲା କିଷାନ କଂଗ୍ରେସ ପକ୍ଷରୁ ଶୁକ୍ରବାର ପର୍ଯ୍ୟନ୍ତ ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ପଥରଚେପାଠାରେ ରାସ୍ତାରୋକୋ କରାଯାଇଥିଲା। ଏଥିରେ ଜିଲା କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ଜିଲା କଂଗ୍ରେସ ସଭାପତି ଦିଲୀପ ବେହେରା, ଉପସଭାପତି ମନୀଷ ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ସରୋଜ ରଥ, ଜୁଲୁ ପଟ୍ଟନାୟକ, ନାସିର ଗାଁ ଓ ଶତାଧିକ କଂଗ୍ରେସ କର୍ମୀ ଧାରଣାରେ ବସିଥିଲେ। ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା ଧାରଣାରତ କଂଗ୍ରେସ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ।