Posted inଜାତୀୟ

‘ରାଫେଲ ଚୁକ୍ତିରେ ଦୁର୍ନୀତି ସ୍ପଷ୍ଟ’

ନୂଆଦିଲ୍ଲୀ, ୩ା୭- ଭାରତ ସହ ଫ୍ରାନ୍ସର ୫୯ ହଜାର କୋଟି ଟଙ୍କାର ରାଫେଲ ଫାଇଟର ଜେଟ୍‌ ଚୁକ୍ତିରେ ଦୁର୍ନୀତି ଓ ପକ୍ଷପାତିତା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଏହାର ତଦନ୍ତ ପାଇଁ ଜଣେ ଫ୍ରେଞ୍ଚ ଜଜ୍‌ଙ୍କୁ ନିଯୁକ୍ତ କରାଯାଇଛି। ଏ ନେଇ ଫ୍ରାନ୍ସର ତଦନ୍ତକାରୀ ଓ୍ବେବସାଇଟ୍‌ ମିଡିଆପାର୍ଟରେ ପ୍ରକାଶ ପାଇଛି ଏକ ରିପୋର୍ଟ।

ଏହାପରେ କଂଗ୍ରେସ ଓ ଭାଜପା ମଧ୍ୟରେ ଆରମ୍ଭ ହୋଇଯାଇଛି ବାକ୍‌ଯୁଦ୍ଧ। କଂଗ୍ରେସ ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜଓ୍ବୋଲା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗେଇ ଆସି ରାଫେଲ ଚୁକ୍ତି ଉପରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ। ୫୯ ହଜାର କୋଟି ଟଙ୍କାର ଚୁକ୍ତିରେ ଦୁର୍ନୀତି ହୋଇଥିବା ସ୍ପଷ୍ଟ ହୋଇଛି। ଫ୍ରେଞ୍ଚ ସରକାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ପ୍ରମାଣିତ ହୋଇଛି କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଦାବିରେ ସତ୍ୟତା ଥିଲା।

କଂଗ୍ରେସର ଦାବି ପରେ ପାଲଟା ଜବାବ ଦେଇଛି ଭାଜପା। ”ମିଛ କହିବା କଂଗ୍ରେସର ପୁରୁଣା ଅଭ୍ୟାସ। ଏବେ ରାଫେଲ ଚୁକ୍ତି ସମ୍ପର୍କରେ ମିଛ କହୁଛି କଂଗ୍ରେସ। ଫ୍ରାନ୍ସର ଏକ ଏନ୍‌ଜିଓ (ଶେରପା) ଅଭିଯୋଗ ଆଣିବା ପରେ ଏହାର ଆର୍ଥିକ ପ୍ରସିକ୍ୟୁଶନ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି। ଏହାକୁ ଦୁର୍ନୀତି କୁହାଯିବା ଉଚିତ୍‌ ନୁହେଁ“ ବୋଲି ଭାଜପା ନେତା ସମ୍ବିତ ପାତ୍ର କହିଛନ୍ତି। ରାଫେଲ ଚୁକ୍ତିରେ ସରକାରଙ୍କ ଉପରେ ଅଭିଯୋଗ କରିବା ପାଇଁ ଗାନ୍ଧୀ ପରିବାରକୁ କମିଶନ ମିଳିଥିବା ସେ ଅଭିଯୋଗ କରିଛନ୍ତି।

ଦୁଇ ଦେଶର ସରକାରଙ୍କ ମଧ୍ୟରେ ୨୦୧୬ରେ ହୋଇଥିବା ଚୁକ୍ତିରେ ତଦନ୍ତ ପ୍ରକ୍ରିୟା ଜୁନ ୧୪ରୁ ଆରମ୍ଭ ହୋଇଛି। ୨୦୧୬ରେ ଡାସଲ୍ଟ ଦ୍ୱାରା ନର୍ମିତ ୩୬ ରାଫେଲ ଫାଇଟର ଜେଟ୍‌ ଭାରତକୁ ଯୋଗାଇବା ପାଇଁ ଫ୍ରାନ୍ସ ସହ ୭.୮ ବିଲିୟନ ୟୁରୋର ଚୁକ୍ତି କରିଥିଲା। ଏଥିରେ ଦୁର୍ନୀତି ସନ୍ଦେହରେ ତଦନ୍ତ ଆରମ୍ଭ ହୋଇଥିବା ମିଡିଆପାର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri