Categories: ଜାତୀୟ

ଭାଜପା ଗଡ଼ରେ ୫ଶହ କି.ମି. ପଦଯାତ୍ରା କରିବେ ରାହୁଲ

ବେଙ୍ଗାଲୁରୁ,୩୦।୯: ଗୋଟିଏ ପଟେ ଦିଲ୍ଲୀ କଂଗ୍ରେସରେ ରାଜନୈତିକ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ଅନ୍ୟପଟେ ‘ଭାରତ ଯୋଡୋ ଯାତ୍ରା’ ଶୁକ୍ରବାର କର୍ନାଟକରେ ପ୍ରବେଶ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାର ୨୧ତମ ଦିନରେ କେରଳ ସୀମାରେ ଥିବା ଚାମରାଜନଗର ଜିଲାର ଗୁଣ୍ଡଲୁପେଟ ଦେଇ କର୍ନାଟକରେ ପ୍ରବେଶ କରିଛନ୍ତି। ଏହି ଯାତ୍ରା ଚାମରାଜନଗରର ଓଟି-କାଲିକଟ ଜଙ୍କସନରୁ ଆରମ୍ଭ ହୋଇଛି। କର୍ନାଟକରେ କଂଗ୍ରେସର ଯାତ୍ରାକୁ ୨୧ଦିନ ମଧ୍ୟରେ ପ୍ରାୟ ୫୧୧ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡିବ। ଅନ୍ୟପଟେ କଂଗ୍ରେସ ନେତାମାନେ ଆଶା କରୁଛନ୍ତି ଯେ, ଏହି ଯାତ୍ରା କର୍ନାଟକରେ ଦଳର କର୍ମକର୍ତ୍ତାଙ୍କୁ ନୂତନ ଶକ୍ତି ଦେବ। ଆସନ୍ତା ବର୍ଷ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସୂଚନା ମୁତାବକ, ଭାରତ ଯୋଡୋ ଯାତ୍ରା ଏପର୍ଯ୍ୟନ୍ତ ୫୩୨କିଲୋମିଟର ଦୂରତା ଅତିକ୍ରମ କରିଛି। ଏହି ଯାତ୍ରାରେ କଂଗ୍ରେସକୁ ୩୦୩୮କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡ଼ିବ।

Share